ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଥିରୁ ବାଦ ପଡ଼ିନାହିଁ। ରାଜ୍ୟରେ ପ୍ରଥମେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ପେଟ୍ରୋଲ ସମସ୍ୟା ଦେଖାଦେଇଛି।
ରାଜ୍ୟାର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲର ଅଭାବ ଦେଖାଦେଇଛି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଲମ୍ୱା ଧାଡ଼ି ଲାଗୁଛି। ଏଭଳିସ୍ଥିତିରେ ଭିଡ଼ ନିୟନ୍ତ୍ରଣ ପାଇଁ ପାରାଦୀପର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଲିସ କର୍ମଚାରୀଙ୍କୁ ମୃତୟନ କରାଯାଇଛି। ଅପରାହ୍ନରୁ ପେଟ୍ରୋଲ ପମ୍ପରେ ପ୍ରବଳ ଗହଳି ଯୋଗୁ ଗ୍ରାହକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସରକାରଙ୍କ ଅପିଲ ସତ୍ତ୍ୱେ ପେଟ୍ରୋଲ, ଡିଜେଲ ପାଇଁ ପେଟ୍ରୋଲ ପମ୍ପରେ ଲୋକେ ଗହଳି କରୁଛନ୍ତି।