ପୋଲିସ SI ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ଖବର: OUSSSC ଜାରି କଲା ନୂଆ ନିର୍ଦ୍ଦେଶନାମା, ତୁରନ୍ତ କରନ୍ତୁ…

ଭୁବନେଶ୍ୱର,୧୪।୧୦: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ସେମାନଙ୍କର ତଥ୍ୟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ୨୯ ତାରିଖ ରାତି 10 ଟା ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।

ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ousssc.odisha.gov.in ରେ ଲଗ୍ ଇନ୍ କରି ନିଜର ତଥ୍ୟ ଅପଡେଟ୍ କରିପାରିବେ। କମିଶନଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ତଥ୍ୟର ବୈଧିକରଣ ନିମନ୍ତେ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ ଅଟେ। ଏହି ବୈଧିକୃତ ତଥ୍ୟକୁ ହିଁ ପରବର୍ତ୍ତୀ ସମୟରେ ନିଯୁକ୍ତି ଏବଂ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ। ତେଣୁ ସମସ୍ତ ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟାକୁ ନିଶ୍ଚିତ ଭାବେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share