ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ପର୍ଯ୍ୟଟନକ୍ଷେତ୍ରକୁ ରାଜ୍ୟ ସରକାର ପରିଚାଳନା କରିବେ

ଦାରିଙ୍ଗବାଡି, ୨୧।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଶୁକ୍ରବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଟ୍ରଷ୍ଟର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଆବାହନକ୍ରମେ ଅଧ୍ୟକ୍ଷା ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବା ସହ ସରକାରଙ୍କ ରହିଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଏହାର ପରିଚାଳନା ପାଇଁ ସରକାର ନିଯୁକ୍ତି ପ୍ରଦାନ କରିବେ ସେନେଇ ଆଲୋଚନା କରାଯାଇଥିଲା ଏବେ ହିଲଭିୟୁ ପାର୍କ ସମେତ କଫି ବଗିଚାକୁ ଟ୍ରଷ୍ଟ ପରିଚାଳନା କରୁଥିବା ବେକେ ଏବେ ଏହି ୨ ପର୍ଯ୍ୟଟନକ୍ଷେତ୍ର ସମେତ ଡୁଲୁରୀ, ମିଡିୟୁନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ, ସନ ସେଟ ପଏଣ୍ଟ, ଆଦିକୁ ସରକାରଙ୍କ ଦ୍ୱାରା କର୍ମଚାରି, ସୁରକ୍ଷକର୍ମୀ ଆଦି ନିୟୋଜିତ କରାଯିବ ଓ ଟିକେଟ ସଂଗ୍ରହ ଆଦି କରାଯିବାକୁ ରହିଥିବା ଅଧ୍ୟକ୍ଷା ସୂଚନା ଦେଇଥିଲେ ସେହିପରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଅଧୀନରେ ରହିଥିବା ଦୋକାନ ଗୃହର ଭଡା ବୃଦ୍ଧି ନିଷ୍ପତି ସହ ଜିଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀନିବାସ ଷଡ଼ଙ୍ଗୀଙ୍କୁ ଟ୍ରଷ୍ଟରେ ସାମିଲ ନିଷ୍ପତ୍ତି, ଏବେ ସମସ୍ତ ପର୍ଯ୍ୟଟନକ୍ଷେତ୍ରକୁ ଟ୍ରଷ୍ଟ ଅଧୀନକୁ ନିଆଯିବାକୁ ନିଷ୍ପତି ସହ ଗତ ୨୦୨୨ ମସିହାରୁ ଟ୍ରଷ୍ଟର ଅଡିଟ କରାଯାଇନଥିବାରୁ ତାକୁ ଏପର୍ଯ୍ୟନ୍ତ ରହିଥିବା ଆର୍ଥିକ ବର୍ଷର ଅଡିଟ କରାଇବା ଓ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଇବା ନିଷ୍ପତ୍ତି ନିଆଯାଇଛି ସେହିପରି ସମସ୍ତ ପର୍ଯ୍ୟଟନକ୍ଷେତ୍ରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ କ୍ଲିନ ଦାରିଙ୍ଗବାଡି ଗ୍ରୀନ ଦାରିଙ୍ଗବାଡି ପାଇଁ ସଫେଇକୁ ଗୁରୁତ୍ୱ ସହ ଏହି ଅଭିଯାନକୁ ବ୍ୟାପକ କରିବା ଦମ୍ପିୟାର୍ଡ଼କୁ ସଠିକ ବ୍ୟବହାର ପାଇଁ କାର୍ଯ୍ୟକାରୀ କରିବା ଲୋକଙ୍କୁ ପ୍ଲାଷ୍ଟିକ ମୁକ୍ତ ଓ ପରିବେଶକୁ ସଛତା ପାଇଁ ବ୍ୟାପକ ସଚେତନ କରାଇବା ଏଥିପାଇଁ ଗାଁ ଗାଁ ରେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ, ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିରେ ଏଆରଟେଲ ମୋବାଇଲ ସେବା ସ୍ଥାପନ କରାଇବା ଏବଂ ଦାରିଙ୍ଗବାଡି ବଜାରରେ ରହିଥିବା ଖଲି ସ୍ଥାନ ଗୁଡିକରେ ୱାଲ ପେଇଣ୍ଟରେ ଜନଜାତିଙ୍କ ପାରମ୍ପରିକ ଚଳଣି, ବାଦ୍ୟଯନ୍ତ୍ର, ଅଳଙ୍କାର ଆଦି ସ୍ଥାନ ଦେବା ଓ ଏଥିପାଇଁ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କୁ ଯୋଗାଯୋଗ କରାଯିବା ଏବଂ ଦାରିଙ୍ଗବାଡିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡିକୁ ଦାରିଙ୍ଗବାଡି ସରକାରୀ ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ଉପକରଣ, ଷ୍ଟେଚ୍ୟୁ ଆଦି ପ୍ରସ୍ତୁତୀ କରି ବିଭିନ୍ନ ଛକ ଗୁଡିକରେ ତାକୁ ବ୍ୟବହାର କରିବା ଭଳି ଗୁରିତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି ଏହି ବୈଠକରେ ଅଧ୍ୟକ୍ଷା ତଥା ଉପଜିଲାପାଳ, ଟ୍ରଷ୍ଟର ସମ୍ପାଦକ ତଥା ବିଡ଼ିଓଙ୍କ ସମେତ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଧୀରଜ କୁମାର ପାତ୍ର, ଥାନା ଏସଆଇ ବାସନ୍ତି ବେହେରା, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବନାଞ୍ଚକ ଅଧିଲାରୀ ମାଧବ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ପତିତପାବନ ରାଉତ, ସରପଞ୍ଚ ଚନ୍ଦ୍ରିକା ମଳିକ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, ହୋଟେଲ ବଣିକ ସଙ୍ଘର ଉପସଭାପତି ଦିଲୀପ କୁମାର ସାହୁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ବେହେରା, ହିଲଭିୟୁ ପାର୍କର ପରିଚାଳକ ଯୁବରାଜ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri