ପୌର ଅଧ୍ୟକ୍ଷାଙ୍କ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି

ଆନନ୍ଦପୁର,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର କିଛି ଗୁରୁତ୍ୱପୁର୍ଣ୍ଣ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଅଧ୍ୟକ୍ଷାଙ୍କ ଟେବୁଲରୁ ଚୋରି ହୋଇଯାଇଛି। ଏନେଇ ପୌର ଅଧିକାରୀ ଅଶୋକ କୁମାର ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପୌରକାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ ଫାଇଲ୍‌ ଚୋରି ଘଟଣାର ସ୍ପଷ୍ଟ ଚିତ୍ର ପଦାକୁ ଆସିପାରିନାହିଁ। ତେବେ ଅଭିଯୋଗ ଥାନାରେ ପଞ୍ଜିକୃତ ହୋଇଛି କି ନାହିଁ ଏବଂ ଏହାର ତଦନ୍ତ କେତେଦୁର ଅଗ୍ରଗତି ହୋଇଛି ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ମିଳିପାରି ନାହିଁ।