Posted inଫୁରସତ

ପ୍ରାଣୀ ଚିକିତ୍ସାକୁ ଗୁରୁତ୍ୱ

ବିଶ୍ୱ ପ୍ରାଣୀଧନ ସମାଜ ପକ୍ଷରୁ ପ୍ରଥମଥର ପାଇଁ ୨୦୦୦ ମସିହାରେ ଓ୍ବାଲର୍‌ହ ଭେଟେରିନାରି ଡେ’ ବା ‘ବିଶ୍ୱ ପ୍ରାଣୀଧନ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ ପ୍ରାଣୀ ପ୍ରଜନନ ଏବଂ ପ୍ରସୂତି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ହିମାଂଶୁ ବେହେରା କହନ୍ତି, ”ସମଗ୍ର ବିଶ୍ୱରେ ପ୍ରାଣୀ ଚିକିତ୍ସା କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ପ୍ରତିବର୍ଷ ଏପ୍ରିଲ ଶେଷ ଶନିବାର ଦିନ ପାଳିତ ହୋଇଥାଏ। ଏହି କ୍ରମରେ ଏବର୍ଷ ଏପ୍ରିଲ ୨୯ରେ ପାଳିତ ହେଉଅଛି। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, ‘ପ୍ରାଣୀ ଚିକିତ୍ସା ବୃତ୍ତିରେ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା।’ ଏହାଦ୍ୱାରା ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ପାଳନ କ୍ଷେତ୍ରରେ ଅଗ୍ରଣୀ ହୋଇପାରିବା। ମନୁଷ୍ୟ ପରି ପ୍ରାଣୀମାନଙ୍କର ଅଧିକାରକୁ ଶ୍ରେୟ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସେଥିପାଇଁ ମହାତ୍ମା ଗାନ୍ଧୀ କହିଛନ୍ତି-‘ପ୍ରାଣୀମାନଙ୍କର ପ୍ରଗତି, ଦେଶର ମହାନତା ମାପ କରିବାର ମୂଳମନ୍ତ୍ର।
ସର୍ବଦା ମନୁଷ୍ୟ, ପ୍ରାଣୀ ଏବଂ ପରିବେଶର ସ୍ବାସ୍ଥ୍ୟ ସଙ୍ଗଠନରେ ଏକ ସ୍ବାସ୍ଥ୍ୟ ଧାରଣା ହୋଇଥାଏ, ଯାହାକି ଏକ ପ୍ରକାରର ସହଯୋଗୀ, ବହୁମୁଖୀ ଏବଂ ବିଭିନ୍ନ ପ୍ରକାରର ବିଷୟବସ୍ତୁର ଆଭିମୁଖ୍ୟ। ତା’ସହ ଏଭଳି ଏକ ସ୍ବାସ୍ଥ୍ୟ ଧାରଣାରେ ପ୍ରାଣୀମାନଙ୍କର ସ୍ବାସ୍ଥ୍ୟ ଏବଂ ପ୍ରାଣୀ ଉତ୍ପାଦନର ଗୁରୁତ୍ୱ ବା ଭୂମିକା ରହିଅଛି। ତେଣୁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମିଳିତ ଭାବେ ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସାକୁ ଯଥାସମ୍ଭବ ଅଗ୍ରସର କରିବା। ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପ୍ରାଣୀ ପାଳନର ଆବଶ୍ୟକତା ଏବଂ ମହାନତାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ପ୍ରାଣୀ ପାଳନ ଦିଗରେ ଦେଶ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ନାଗରିକ ଭାବେ ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ। ତା’ସହ ପ୍ରାଣୀ ପାଳନ କରୁଥିବା ଚାଷୀମାନଙ୍କୁ ମଧ୍ୟ ଆମେ ସମ୍ମାନ କରିବା ଜରୁରୀ।“


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri