Posted inଫୁରସତ

ପ୍ରାଣୀ ଚିକିତ୍ସାକୁ ଗୁରୁତ୍ୱ

ବିଶ୍ୱ ପ୍ରାଣୀଧନ ସମାଜ ପକ୍ଷରୁ ପ୍ରଥମଥର ପାଇଁ ୨୦୦୦ ମସିହାରେ ଓ୍ବାଲର୍‌ହ ଭେଟେରିନାରି ଡେ’ ବା ‘ବିଶ୍ୱ ପ୍ରାଣୀଧନ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ ପ୍ରାଣୀ ପ୍ରଜନନ ଏବଂ ପ୍ରସୂତି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ହିମାଂଶୁ ବେହେରା କହନ୍ତି, ”ସମଗ୍ର ବିଶ୍ୱରେ ପ୍ରାଣୀ ଚିକିତ୍ସା କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ପ୍ରତିବର୍ଷ ଏପ୍ରିଲ ଶେଷ ଶନିବାର ଦିନ ପାଳିତ ହୋଇଥାଏ। ଏହି କ୍ରମରେ ଏବର୍ଷ ଏପ୍ରିଲ ୨୯ରେ ପାଳିତ ହେଉଅଛି। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, ‘ପ୍ରାଣୀ ଚିକିତ୍ସା ବୃତ୍ତିରେ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା।’ ଏହାଦ୍ୱାରା ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ପାଳନ କ୍ଷେତ୍ରରେ ଅଗ୍ରଣୀ ହୋଇପାରିବା। ମନୁଷ୍ୟ ପରି ପ୍ରାଣୀମାନଙ୍କର ଅଧିକାରକୁ ଶ୍ରେୟ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସେଥିପାଇଁ ମହାତ୍ମା ଗାନ୍ଧୀ କହିଛନ୍ତି-‘ପ୍ରାଣୀମାନଙ୍କର ପ୍ରଗତି, ଦେଶର ମହାନତା ମାପ କରିବାର ମୂଳମନ୍ତ୍ର।
ସର୍ବଦା ମନୁଷ୍ୟ, ପ୍ରାଣୀ ଏବଂ ପରିବେଶର ସ୍ବାସ୍ଥ୍ୟ ସଙ୍ଗଠନରେ ଏକ ସ୍ବାସ୍ଥ୍ୟ ଧାରଣା ହୋଇଥାଏ, ଯାହାକି ଏକ ପ୍ରକାରର ସହଯୋଗୀ, ବହୁମୁଖୀ ଏବଂ ବିଭିନ୍ନ ପ୍ରକାରର ବିଷୟବସ୍ତୁର ଆଭିମୁଖ୍ୟ। ତା’ସହ ଏଭଳି ଏକ ସ୍ବାସ୍ଥ୍ୟ ଧାରଣାରେ ପ୍ରାଣୀମାନଙ୍କର ସ୍ବାସ୍ଥ୍ୟ ଏବଂ ପ୍ରାଣୀ ଉତ୍ପାଦନର ଗୁରୁତ୍ୱ ବା ଭୂମିକା ରହିଅଛି। ତେଣୁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମିଳିତ ଭାବେ ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସାକୁ ଯଥାସମ୍ଭବ ଅଗ୍ରସର କରିବା। ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପ୍ରାଣୀ ପାଳନର ଆବଶ୍ୟକତା ଏବଂ ମହାନତାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ। ପ୍ରାଣୀ ପାଳନ ଦିଗରେ ଦେଶ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ନାଗରିକ ଭାବେ ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ। ତା’ସହ ପ୍ରାଣୀ ପାଳନ କରୁଥିବା ଚାଷୀମାନଙ୍କୁ ମଧ୍ୟ ଆମେ ସମ୍ମାନ କରିବା ଜରୁରୀ।“


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri