Posted inUncategorized

ବଳିଦାନର ମହତ୍ତ୍ୱ

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ଶୁଭ ଶୁକ୍ରବାର ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ବାଇବେଲ କହେ, ‘ସମସ୍ତେ ପାପ କରି ଈଶ୍ୱରଙ୍କ ମହିମାରୁ ଊତା ପଡ଼ି ଅଛନ୍ତି। ମନୁଷ୍ୟର ‘ପାପ କ୍ଷମା ନିମନ୍ତେ ବୃଷ ଓ ଛାଗଳର ରକ୍ତରେ ପାପ କ୍ଷମା ଅସମ୍ଭବ’। ଅର୍ଥାତ୍‌ ବିନା ରକ୍ତପାତରେ ପାପ କ୍ଷମା ଅସମ୍ଭବ। ଅତଏବ ପାପ କ୍ଷମା ପାଇଁ ପବିତ୍ର ବଳିଦାନ ଜରୁରୀ ଥିଲା। ପ୍ରଶ୍ନ ହୋଇପାରେ, ଯିଶୁଖ୍ରୀଷ୍ଟ ଯଦି ପ୍ରଭୁ, ତା’ହେଲେ ତାଙ୍କ ଆଦେଶରେ ହିଁ ପାପ କ୍ଷମା ହୋଇପାରିଥାନ୍ତା। ସେ କାହିଁକି ମୃତ୍ୟୁ ଭୋଗ କଲେ। ବାଇବେଲ କହେ, ‘ପଶୁପକ୍ଷୀର ବଳିଦାନରେ ପାପ କ୍ଷମା ଅସମ୍ଭବ’। ପବିତ୍ର ରକ୍ତର ହିଁ ଆବଶ୍ୟକତା ଜରୁରୀ ଥିଲା। ତା’ ବ୍ୟତୀତ ବାଇବେଲ କହେ, ‘ପ୍ରଭୁ ଯିଶୁ କହିଲେ, ମୋର ସୁରକ୍ଷା ନିମନ୍ତେ ପିତା ଈଶ୍ୱରଙ୍କୁ ନିବେଦନ କରିଥିଲେ ସେ ବାହିନୀଗଣ ଦୂତ ପଠାଇଥାନ୍ତେ । କିନ୍ତୁ ଧର୍ମଶାସ୍ତ୍ର ଅନୁସାରେ, ଆଇନଗତ ଆବଶ୍ୟକତା ଓ ଧର୍ମଶାସ୍ତ୍ରର ଭବିଷ୍ୟତ ବାର୍ତ୍ତା ଯେପରି ସଫଳ ହେବ, ସେଥିପାଇଁ ପ୍ରଭୁ ଯିଶୁ ବଳିକୃତ ହେବା ପାଇଁ ସୁଯୋଗ ଦେଲେ। ପୁଣି ବାଇବେଲ କହେ, ”ଯେଉଁମାନେ ନୂତନ ନିୟମ ସ୍ଥାପନ କରନ୍ତି, ସେହି ନୂତନ ନିୟମକୁ କାଏମ କରିବା ପାଇଁ ନିଜ ଜୀବନ ଦେବାକୁ ପଡ଼ିଥାଏ। ପ୍ରଭୁ ଯିଶୁ ନିଜ ଜୀବନକୁ ବଳିକୃତ କରି ନୂତନ ନିୟମ ସ୍ଥାପନ କଲେ ।“
ଯିଶୁ କ୍ରୁଶ ଉପରେ ବଳିକୃତ ହେବା ସମୟରେ କହିଥିଲେ, ହେ ପିତା, ଏମାନଙ୍କୁ କ୍ଷମାକର, କାରଣ ଏମାନେ କ’ଣ କରୁଛନ୍ତି ତାହା ଜାଣନ୍ତି ନାହିଁ । ବଳିଦାନର ମହତ୍ତ୍ୱ- ଯିଶୁଙ୍କ ପ୍ରଥମବାଣୀ ଆଜି ମାନବ ସମାଜ ପାଇଁ ଗଭୀର ରେଖାପାତ କରିଛି। ଯିଶୁଖ୍ରୀଷ୍ଟ ପ୍ରଭୁ ହୋଇ ମଧ୍ୟ ମାନବ ସମାଜର ପରିତ୍ରାଣ ପାଇଁ ଜୀବନର ସବୁକିଛି ପରିତ୍ୟାଗ କରିଥିଲେ। ତାଙ୍କର ବଳିଦାନ ଓ ତ୍ୟାଗ ଯୋଗୁ ସମାଜର ମୁକ୍ତି ଓ ମାନବ ଜାତିର ପରିତ୍ରାଣ କାର୍ଯ୍ୟ ସମ୍ପନ୍ନ ହୋଇପାରିଥିଲା। ବାଇବେଲ କହେ, ”ପ୍ରଭୁ ଯିଶୁଖ୍ରୀଷ୍ଟ ସେବା ପାଇବାକୁ ଆସି ନ ଥିଲେ କିନ୍ତୁ ସେ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ବରୂପ ଆପଣା ପ୍ରାଣ ଉତ୍ସର୍ଗ କରିବାକୁ ଆସିଥିତ୍ଲେ।“ ଆମ ଭାରତୀୟ ସମାଜରେ ବଳିଦାନର ଗୁରୁତ୍ୱ ଅଛି ଏବଂ ଆମେ ଭାରତୀୟମାନଙ୍କ ବଳିଦାନର ଗଭୀରତା ଯେତିକି ବୁଝୁଛେ, ପୃଥିବୀର ଅନ୍ୟ କେହି ସେହିପରି ବୁଝିପାରନ୍ତି ନାହିଁ। କାରଣ ବଳିଦାନ ଆମ ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ସହ ଜଡ଼ିତ। ଭାରତୀୟ ବଳିଦାନର ଗୁରୁତ୍ୱ ଓ ମହତ୍ତ୍ୱ ଅନୁଭବ କରିଥାଏ। ବାଇବେଲ କହେ, ”ମାନବ ସମାଜକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ, ସେମାନଙ୍କ ପାପ ହେତୁ ଥରେମାତ୍ର ମୃତ୍ୟୁ ଭୋଗକଲେ“।
ହେ ପିତା, ଏମାନଙ୍କୁ କ୍ଷମାକର- କ୍ରୁଶ ଉପରୁ ଏହିପରି ପ୍ରଭୁ ଯିଶୁଙ୍କ ଏକ ଅମାୟିକ, ଅମାୟିକ କ୍ରନ୍ଦନ। ଏହି ପ୍ରଥମ ବାଣୀ ଆଦିମାନବ ସମାଜକୁ ଗଭୀର ସତ୍ୟ ପ୍ରତିପାଦିତ କରିଛି। ସମସ୍ତେ କ୍ଷମା କରିପାରନ୍ତି ନାହିଁ। ବିଶେଷକରି ଦୋଷ ଥାଇ ମୃତ୍ୟୁଦଣ୍ଡ ପାଇବା ଏବଂ କ୍ଷମା ଦେବା କେବଳ ଈଶ୍ୱରୀୟ ପ୍ରକୃତି ଥିଲେ ହିଁ କରିପାରନ୍ତି। ଏହା ହିଁ ଶୁଭ ଶୁକ୍ରବାରର ବିଶେଷ ଅନୁଚିନ୍ତା।
କ୍ଷମା ଶବ୍ଦଟି ପଢ଼ିବା ବା କହିବା ସହଜ, କିନ୍ତୁ କ୍ଷମା କରିବା ସହଜ ନୁହେଁ। ଶୁଭ ଶୁକ୍ରବାରର ଆତ୍ମା ହେଉଛି କ୍ଷମା। ଶତ୍ରୁକୁ ପ୍ରେମ କରି ଏବଂ ଯେଉଁମାନେ ତାଡ଼ନା, ଦୁଃଖ, ଯନ୍ତ୍ରଣା, ଅପମାନ ଏବଂ ସମସ୍ୟା ଦିଅନ୍ତି, ସେ ସବୁ ସହ୍ୟ କରି ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଓ କ୍ଷମା ଦେବାକୁ ପ୍ରଭୁ ଯିଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ଉପଦେଶ ଦିଅନ୍ତି, ଯାହାକି ଆଜି ମଧ୍ୟ ଗ୍ରହଣଯୋଗ୍ୟ।
ଅତି ଦୁଃଖର କଥା, ଆଜିକାଲି ବାପ-ପୁଅ, ଭାଇ-ଭଉଣୀ, ଭାଇ-ଭାଇ ପରସ୍ପରକୁ କ୍ଷମା କରୁ ନ ଥିବା ଦେଖାଯାଏ। ଶତ୍ରୁକୁ ଅବା କିଏ କ୍ଷମା କରିବ? ଅଜବ କଥା, କିନ୍ତୁ ପ୍ରଭୁ ଯିଶୁ କ୍ଷମା କରି ଦୁନିଆକୁ ଦେଖାଇ ଦେଲେ। ସମସ୍ତଙ୍କୁ କ୍ଷମା ଦେବାପାଇଁ ପ୍ରଭୁ ଯିଶୁ ନିଜେ ଉଦାହରଣ ସହ ଆହ୍ବାନ କରୁଛନ୍ତି। ଯେଉଁ ଶାସକ, ସୈନ୍ୟ, ଶତ୍ରୁ, ସମାଲୋଚକ, ଥଟ୍ଟାକାରୀ, ବିଶ୍ୱାସଘାତକ, ଶିଷ୍ୟ ଓ ଅକୃତଜ୍ଞ ସମସ୍ତଙ୍କୁ କ୍ଷମା କରିବା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଯିଶୁ କହିଲେ, ”ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ, କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ।“ ”ଯେଉଁମାନେ ପ୍ରଭୁ ଯିଶୁଙ୍କଠାରେ ବିଶ୍ୱାସ କଲେ, ସେମାନେ ଈଶ୍ୱରଙ୍କ ନିକଟକୁ ଗଲେ।“ ଅତଏବ ଆହ୍ବାନ ଦେଉଛନ୍ତି -”ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି“।

ହରିଶ୍‌ଚନ୍ଦ୍ର ଅରିଶଲ୍ୟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri