ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ରେ ନିବେଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୯।୧୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଏକ ଉନ୍ନତ ଅବସର ପାଣ୍ଠି ଗଠନ କରିବା ପାଇଁ ଆଗୁଆ ପ୍ରସ୍ତୁତି ହେବା ସହିତ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଡେବ୍‌ଟ ମ୍ୟୁଚୁଆଲ ଫଣ୍ଡ ଓ ହାଇବ୍ରିଡ ଫଣ୍ଡ୍‌ଗୁଡ଼ିକୁ ରିସ୍କ ଓ ରିଟର୍ନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ରଣନୈତିକ ଭାବେ ଚୟନ କରାଯାଇପାରିବ, ଯାହା ଅବସରକାଳୀନ ସଞ୍ଚୟର ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥାଏ। ଏଭଳି ଅନେକ ଅବସର ପାଣ୍ଠି ନିବେଶ ଉପତ୍ାଦ ରହିଛି, ଯାହା ଖୁବ୍‌ ଉପଯୋଗୀ ହୋଇପାରେ ବୋଲି ବନ୍ଧନ ଏଏମ୍‌ସିର ସେଲ୍‌ସ ଓ ମାର୍କେଟିଂ ବିଭାଗର ମୁଖ୍ୟ ଗୌରବ ପରିଜା କହିଛନ୍ତି। ଅପରପକ୍ଷରେ ମ୍ୟୁଚୁଆଲ ଫଣ୍ଡ୍‌ଗୁଡ଼ିକ ନିବେଶକମାନେ ପସନ୍ଦ କରୁଥିବା ରିସ୍କ ସ୍ତର ଓ ନିବେଶ ଅବଧିରୁ ସୃଷ୍ଟି ହେଉଥିବା ବିବିଧତା ସହିତ ଆସିଥାଏ। ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଡେବ୍‌ଟ ମ୍ୟୁଚୁଆଲ ଫଣ୍ଡ ଓ ହାଇବ୍ରିଡ ଫଣ୍ଡ୍‌ଗୁଡ଼ିକୁ ରିସ୍କ ଓ ରିଟର୍ନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ରଣନୈତିକ ଭାବେ ଚୟନ କରାଯାଇପାରିବ, ଯାହା ଅବସରକାଳୀନ ସଞ୍ଚୟର ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥାଏ। ସେହିପରି ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ (ଏସ୍‌ଆଇପି)ରେ ନିବେଶ କରି ଶୃଙ୍ଖଳିତ ଓ ନିୟମିତ ନିବେଶ କରାଯାଇପାରିବ; ଯାହା ଦୀର୍ଘାବଧିରେ ସମ୍ପତ୍ତି ସୃଷ୍ଟିକୁ ସୁଗମ କରିଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଜଣେ ପିଲା ବୃଦ୍ଧାବସ୍ଥାରେ ମାତାପିତାଙ୍କ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରିବା ଉଚିତ ବୋଲି ରହିଥିବା ପ୍ରଚଳିତ ଧାରା ବର୍ତ୍ତମାନ ଧୀରେ ଧୀରେ ଅସମ୍ଭବ ହୋଇଛି। ଅପରପକ୍ଷରେ ବଞ୍ଚତ୍ବା ପାଇଁ ଅଧିକ ଖର୍ଚ୍ଚ, ଶିକ୍ଷା ଖର୍ଚ୍ଚ ଓ ନିଜର ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଆବଶ୍ୟକତା ସହିତ ଯୁବପିଢ଼ିଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି। ତେଣୁ ପିଲାମାନଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ଲୋକମାନେ ଅବସର ପରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ୍‌ ଓ ବୃତ୍ତିଗତ ସମ୍ପତ୍ତି ପରିଚାଳନା ସେବା (ପ୍ରଫେଶନାଲ ଆସେଟ୍‌ ମ୍ୟାନେଜମେଣ୍ଟ ସର୍ଭିସ) ଭଳି ବିଭିନ୍ନ ନିବେଶ ବିକଳ୍ପଗୁଡ଼ିକୁ ଅନ୍ବେଷଣ କରି ନିଜର ଆର୍ଥିକ ଭବିଷ୍ୟତ ଦାୟିତ୍ୱ ନିଜେ ବହନ କରିବା ଉଚିତ ବୋଲି ପରିଜା କହିଛନ୍ତି। ଏହି ପରିବର୍ତ୍ତିତ ସ୍ଥିତିଗୁଡ଼ିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ଅବସର ପରବର୍ତ୍ତୀ ଜୀବନ ପାଇଁ ଆର୍ଥିକ ଯୋଜନା କ୍ଷେତ୍ରରେ ସମୟ ଓ ସମ୍ବଳର ନିବେଶ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଶୀଘ୍ର ଯୋଜନା କରିବା ଦ୍ୱାରା ପର୍ଯ୍ୟାପ୍ତ ଅବସରକାଳୀନ ପାଣ୍ଠି ସଂଗ୍ରହ ହୋଇଥାଏ, ଯାହା ବୃଦ୍ଧାବସ୍ଥାରେ ଆର୍ଥିକ ସ୍ବାଧୀନତା ସୁନିଶ୍ଚିତ କରିଥାଏ। ଶୀଘ୍ର ନିବେଶ ଯୌଗିକ ବୃଦ୍ଧିର ଲାଭ ମଧ୍ୟ ଦେଇଥାଏ, ଯେଉଁଠାରେ ସମୟ ସହିତ ନିବେଶ ଉପରେ ରିଟର୍ନ ବୃଦ୍ଧି ପାଇଥାଏ। ଏହି ଆଭିମୁଖ୍ୟ କେବଳ ଜଣେ ବ୍ୟକ୍ତିର ଭବିଷ୍ୟତକୁ ସୁରକ୍ଷିତ ରଖେ ନାହିଁ ବରଂ ପିଲାମାନଙ୍କ ଉପରୁ ଚାପ ହଟାଇଥାଏ ଏବଂ ସେମାନଙ୍କୁ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସକ୍ଷମ କରିଥାଏ ବୋଲି ପରିଜା ବ୍ୟାଖ୍ୟା କରିଛନ୍ତି। ଲୋକମାନଙ୍କ ପାଇଁ ପ୍ରଫେଶନାଲ ଆସେଟ ମ୍ୟାନେଜମେଣ୍ଟ ସର୍ଭିସ୍‌ଗୁଡ଼ିକର ସେବା ବେଶ୍‌୍‌ ସହାୟକ ହୋଇଥାଏ। ଏହା ସମ୍ପୃକ୍ତ ବିପଦ ପରିଚାଳନା ଓ ନିବେଶ ପୋର୍ଟଫୋଲିଓଗୁଡ଼ିକର ବିବିଧକରଣ ସହ ଜଡ଼ିତ ବୃତ୍ତିଗତ ପରାମର୍ଶ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri