ଗୁଣାତ୍ମକ ଯାତ୍ରୀସେବାକୁ ପୂର୍ବତଟ ରେଳପଥର ଗୁରୁତ୍ୱ: ୧୦ ବର୍ଷରେ ୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଭାରତୀୟ ରେଳ ଯାତ୍ରୀ ପରିବହନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ରେଳପଥରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଗୁଣାତ୍ମକ ମାନର ଯାତ୍ରୀସେବା ଯୋଗାଇଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଯୋଜନା ଓ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ପୂର୍ବତଟ ରେଳପଥ ନେଟ୍‌ଓ୍ବର୍କରେ ଜାରି ରହିଥିବା ଯାତ୍ରୀସେବା ପୂର୍ବାପେକ୍ଷା ଯଥେଷ୍ଟ ଉନ୍ନତ ହୋଇଛି। ପୂର୍ବରୁ ଯାତ୍ରୀଙ୍କୁ ଦିଆଯାଉଥିବା ବେଡ୍‌ରୋଲ ସେଟ୍‌ଗୁଡିକର ମାନ ସନ୍ତୋଷଜନକ ଥିଲାବେଳେ ବର୍ତ୍ତମାନ ସମୟରେ ଦିଆଯାଉଥିତ୍ବା ବେଡ୍‌ରୋଲ ବେଶ୍‌ ଗୁଣାତ୍ମକ ଓ ପରିଷ୍କାର ପରିଚ୍ଛନ୍ନ ରହିଛି। କାରଣ ପୂର୍ବତଟ ରେଳପଥ ରେଳ ନେଟ୍‌ଓ୍ବର୍କରେ ବର୍ତ୍ତମାନ ଉନ୍ନତ ଲିଲେନ୍‌ ଓ୍ବାଶିଂ ସିଷ୍ଟମର ପ୍ରୟୋଗ ସହ ଯାତ୍ରୀମାନଙ୍କ ସ୍ବଚ୍ଛତା ଓ ଆରାମକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ଶୀତତାପ ନିୟନ୍ତ୍ରିତ କୋଚ୍‌ରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ପରିଷ୍କାର ପରିଚ୍ଛ୍ନନ୍ନତା ସହ ସ୍ବଚ୍ଛତା ଏବଂ ସୁପରିଚାଳିତ ଲିଲେନ୍‌ ଗ୍ରହଣ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତଟ ରେଳପଥ ଅଞ୍ଚଳରେ ବର୍ତ୍ତମାନ ୨୪୨୮ଏଲ୍‌ଏଚ୍‌ବି କୋଚ୍‌ ( ୧୩୨୭ ଏସି ଏବଂ ୧୧୦୧ ନନ୍‌-ଏସି କୋଚ୍‌) ସହ ୯୩୮ ଆଇସିଏଫ୍‌ କୋଚ ( ୨୩୯ ଏସି ଏବଂ ୬୯୯ ନନ୍‌-ଏସି କୋଚ୍‌)ର କୋଚ ଚଳାଚଳ କରୁଛି। ଏପରିକି ରେଳ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚ୍‌ରେ ଲିଲେନ୍‌ ରଖିବା ସହ ଯାତ୍ରୀମାନଙ୍କୁ (ଯାତ୍ରୀଙ୍କୁ ଦିଆଯାଇଥିବା ବେଡ୍‌ରୋଲ ସେଟ୍‌ରେ ୨ଟି ବେଡ୍‌ସିଟ୍‌, ଗୋଟିଏ କମ୍ବଳ, ଗୋଟିଏ ଫେସ୍‌ ଟାଓ୍ବେଲ, ଗୋଟିଏ ତକିଆ କଭର ଏବଂ ଗୋଟିଏ ତକିଆ) ପରିଷ୍କାର ଓ ତାଜା ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ଯାତ୍ରୀ ସେବାକୁ ଉନ୍ନତ କରିବା ପାଇଁ ରେଳପଥ ବର୍ତ୍ତମାନ ସତେଜ ଓ ପରିଷ୍କାର ବେଡ୍‌ରୋଲ ଯୋଗାଇଦେଉଛି। ପୂର୍ବରୁ ଦିଆଯାଇଥିବା କମ୍ବଳ ୩ ମାସରେ ଥରେ ବଦଳା ଓ ସଫା ହେଉଥିଲାବେଳେ ବର୍ତ୍ତମାନ ଏହା ପ୍ରତି ମାସରେ ଅତ୍ୟାଧୁନିକ ପ୍ରଣାଳୀରେ ସଫା କରିବା ସହ ବଦଳାଯାଉଛି। ଏପରିକି ଅତ୍ୟାଧୁନିକ ପ୍ରଣାଳୀରେ ବେଡ୍‌ରୋଲ ସାମଗ୍ରୀର ସଫେଇ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରାଯାଉଛି।

ଭାରତୀୟ ରେଳପଥ କ୍ରମାଗତ ଭାବେ ମାନବ ସମ୍ବଳ (କର୍ମଚାରୀ ନିଯୁକ୍ତି ବୃଦ୍ଧି) ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ଏପରିକି ୨୦୧୪ରୁ୨୪ ( ୨୦୧୪-୨୦୨୪ ବର୍ଷ) ମଧ୍ୟରେ ରେଳ ବୋର୍ଡ ମୋଟ ୫ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ ଦେଇଥିବାବେଳେ ପୂର୍ବ ୧ ଦଶନ୍ଧି ମଧ୍ୟରେ (୨୦୦୪-୨୦୧୪ ବର୍ଷ) କେବଳ ୪ଲକ୍ଷ କର୍ମଚାରୀ ରେଳପଥରେ ନିଯୁକ୍ତି ପାଇଥିଲେ। ଏପରିକି ପୂର୍ବ ୧ ଦଶନ୍ଧି ତୁଳନାରେ ଭାରତୀୟ ରେଳପଥ ଦ୍ୱାରା ପ୍ରଦାନ କରାଯାଇଥିବା ନିଯୁକ୍ତିରେ ଏହା ୨୫% ମାନବ ସମ୍ବଳ ବୃଦ୍ଧି ହୋଇଛି ବୋଲି ରେଳବାଇ ବୋର୍ଡ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳପଥ ଇତିହାସରେ ପ୍ରଥମ ଥର ପାଇଁ ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ସୂଚୀ ଅନୁଯାୟୀ ରେଳପଥର ସମସ୍ତ ଖାଲି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି କ୍ୟାଲେଣ୍ଡରର ଯୋଜନା ଅନୁଯାୟୀ ୨୦୨୪ ଫେବୃଆରୀରେ ମୋଟ ୧୮,୭୯୯ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ (ଏଏଲ୍‌ପି) ପଦବୀ ପାଇଁ ଘୋଷଣା କରାଯାଇଥିଲା। ଏପରିକି ଏଏଲ୍‌ପି ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ସାରା ଦେଶରେ ୫ଦିନ ଧରି କରାଯାଇଥିଲା। ଏହି ପରୀକ୍ଷା ମୋଟ ୨୯ ରାଜ୍ୟ, ୧୫୬ ସହର, ୩୪୬ କେନ୍ଦ୍ର ଏବଂ ୩ ଶିଫ୍ଟରେ ଅନୁଷ୍ଠିତ ହୋଇଥିଲା। ସେହିଭଳି କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) କଠୋର ତତ୍ତ୍ୱାବଧାନରେ କରାଯାଇଥିଲାବେଳେ ପ୍ରାର୍ଥୀଙ୍କ ସତ୍ୟତା ନିଶ୍ଚିତ କରିବାକୁ ୯୨% ପ୍ରାର୍ଥୀଙ୍କ ପାଇଁ ଆଧାର ଆଧାରିତ ପରିଚୟ ଯାଞ୍ଚ କରାଯାଇଥିଲା। ଏପରିକି ମୋଟ ୧୮,୭୯୯ ପଦବୀ ପାଇଁ ୧୮.୪ ଲକ୍ଷ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri