କୃଷି ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ କମ୍ପାନୀ ଦୋହରାଇଛି। ଏପରିକି ଜୀବିକା ନିର୍ବାହ, କୃଷି ପ୍ରଯୁକ୍ତିବିଦ୍ୟା ଆଦି ବିଷୟରେ ଜ୍ଞାନ ବଢ଼ାଇବା, ନିରନ୍ତର କୃଷି ଅଭ୍ୟାସକୁ ବଢାଇବା ଏବଂ ବୃତ୍ତିଗତ ଅର୍ଥନୀତି ଗଠନ ପାଇଁ ଅନେକ ପଦକ୍ଷେପ ଗ୍ରହଣ ଦ୍ୱାରା କମ୍ପାନୀ କୃଷି ସମ୍ପ୍ରଦାୟ ସହିତ ସକ୍ରିୟ ଭାବେ ଜଡିତ ରହିଛି। ଅପରପକ୍ଷରେ ୧୦,୦୦୦ରୁ ଅଧିକ କୃଷକ ଉକ୍ତ ପ୍ରୟାସରୁ ଉପକୃତ ହୋଇଛନ୍ତି, ଯାହାକି ଓଡ଼ିଶା ଏବଂ ଛତିଶଗଡ଼ ଭଳି ରାଜ୍ୟରେ ଗ୍ରାମାଞ୍ଚଳର ସକାରାତ୍ମକ ପରିବର୍ତ୍ତନକୁ ପ୍ରଭାବିତ କରୁଛି। ସେହିଭଳି ଜୀବିକା ସମୃଦ୍ଧ କାର୍ଯ୍ୟକ୍ରମ ଓଡ଼ିଶାର ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ୍‌ର ମେଗା ଆଲୁମିନିୟମ୍‌ ଅପରେଶନ ପରିସରଠାରେ ନିୟୋଜିତ ହୋଇଛି। ବିଶେଷକରି କ୍ଷୁଦ୍ର କୃଷକମାନଙ୍କୁ ଅଧିକ ଚାଷ ପ୍ରଣାଳୀ ସହିତ ପରିଚିତ କରାଇବାକୁ ଏହା ଜରିଆରେ ଲକ୍ଷ୍ୟ ରଖିାଯାଇଛି। ଏପରିକି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ନିକଟରେ ଆରମ୍ଭ କରାଯାଇଥିଲା, ଏକତ୍ରିତ ଭାବେ ୧୦୦୦ ଗ୍ରାମୀଣ ପରିବାର, ଜଳବାୟୁ-ସ୍ମାର୍ଟ ଅଭ୍ୟାସ ଏବଂ ବର୍ଦ୍ଧିତ କୃଷି ଅମଳ ପାଇଁ ଏକୀକୃତ ଜୈବିକ ଚାଷ ଅଭ୍ୟାସ ତଥା ପରିଚାଳନା ଉପରେ ଧ୍ୟାନ ଦେଇଥିଲେ। ଅଧିକନ୍ତୁ, ଓଡ଼ିଶାର ଲାଞିଗଡ଼ ଆଲୁମିନା ରିଫାଇନେରିଠାରେ କମ୍ପାନୀ ବ୍ୟବସାୟିକ ଯାନ ପାଇଁ ବାୟୋଡିଜେଲକୁ ଆଷ୍ଟେନେବୁଲ୍‌ ଇନ୍ଧନ ବିକଳ୍ପ ଭାବେ ବ୍ୟବହାର କରିବା ପାଇଁ ଟ୍ରାଏଲ୍‌ ରନ୍‌ ସଫଳତାର ସହ ପରିଚାଳନା କରିଛି। ଏହା ବାୟୋ ଇନ୍ଧନ ଫିଡ୍‌ ଷ୍ଟକ୍‌ଗୁଡିକର ଉତ୍ପାଦନକାରୀ ଚାଷ ଏବଂ ଜୈବିବ ଇନ୍ଧନ ଫସଲ ପାଇଁ ଏକ ସ୍ଥାୟୀ ବଜାରକୁ ବୃଦ୍ଧି କରିବ।
ଅପରପକ୍ଷରେ ମୋର ଜଳ ମୋର ମାଟି ପଦକ୍ଷେପ ଛତିଶଗଡ଼ର କୋର୍ବାଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍‌ ଉତ୍ପାଦକ ବାଲ୍‌କୋ ଦ୍ୱାରା କାର୍ଯ୍ୟକାରୀ ହୋଇଛି, ଯାହାକି ନିକଟବର୍ତ୍ତୀ ସମ୍ପ୍ରଦାୟରେ ଫାର୍ମିଂ ଫାର୍ମରେ ବିପ୍ଳବ ଆଣିବାରେ ସାହାଯ୍ୟ କରିବ। ଉକ୍ତ ପ୍ରକଳ୍ପ ସମୁଦାୟ ୩୨ ଗାଁରେ ପହଞ୍ଚତ୍ ୩୬୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri