ହେଲ୍ପଲାଇନ୍‌ ନମ୍ବର ଅଭିଯୋଗକୁ ଗୁରୁତ୍ୱ

କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ କୋଭିଡ୍‌ ସ୍ଥିତି କିଭଳି ରହିଛି, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକ୍‌ ପୋଷ୍ଟ, ଟିକାକରଣ କେନ୍ଦ୍ରରେ ଜନଗହଳିକୁ ନିୟନ୍ତ୍ରଣ, କୋଭିଡ୍‌ ଔଷଧ ଓ ଅକ୍ସିଜେନ୍‌ ସିଲିଣ୍ଡର କଳାବଜାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କରୋନା ସମୟରେ ପୋଲିସର ସ୍ବାସ୍ଥ୍ୟ ପରୀକ୍ଷା ଓ ଟିକାକରଣ ଏବଂ ପୋଲିସ କର୍ମଚାରୀଙ୍କ ଦ୍ୱାରା ପ୍ଲାଜ୍‌ମା ଦାନ ଆଦିର ସମୀକ୍ଷା କରାଯାଇଥିଲା। ଏଥିରେ ଡିଜିପି ଅଭୟ ଯୋଗଦେଇ ରାଜ୍ୟର ସମସ୍ତ ଏସ୍‌ପି, ଡିଆଇଜି, ଆଇଜିଙ୍କ ସହ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଟକ ଓ ଭୁବନେଶ୍ୱର ୟୁପିଡି, ସମ୍ବଲପୁର, ବାଲେଶ୍ୱର, ପୁରୀ ପୋଲିସକୁ ପ୍ରଶଂସା କରିଥିଲେ। ସେହିପରି ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର ଓ ଭଦ୍ରକ ଜିଲାରୁ କୋଭିଡ୍‌ ନିୟମ ଉଲଂଘନକାରୀଙ୍କଠାରୁ ସର୍ବାଧିକ ଜରିମାନା ଆଦାୟ କରାଯାଇଥିବାରୁ ସମ୍ପୃକ୍ତ ଜିଲାର ଏସ୍‌ପିଙ୍କୁ ଡିଜିପି ପ୍ରଶଂସା କରିଥିଲେ। ଏଥିସହ କୋଭିଡ୍‌ ଆକ୍ରାନ୍ତଙ୍କୁ ଅଧିକ ସଂଖ୍ୟାରେ ପ୍ଲାଜ୍‌ମା ଦାନ କରିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ପରାମର୍ଶ ଦେଇଥିଲେ ା ହେଲ୍ପ ଲାଇନ୍‌ ନମ୍ବର ଯୋଗେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିବା ଉପରେ ଡିଜିପି ଗୁରୁତ୍ୱାରୋପ ଦେଇଛନ୍ତି। ବିଶେଷକରି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ସମୟରେ ହେଲ୍ପ ଲାଇନ୍‌ ନମ୍ବର ଯୋଗେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲାର ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଏଡିଜିପି (ହେଡ୍‌କ୍ୱାର୍ଟର୍ସ) ଲଳିତ ଦାସ, ଏଡିଜିପି (କ୍ରାଇମ୍‌ବ୍ରାଞ୍ଚ) ଯଶୋୱନ୍ତ ଜେଠୱା, ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌, ଆଇଜି (ପର୍ସନେଲ୍‌) ଏସ୍‌.ପ୍ରବୀଣ କୁମାର, ଆଇଜି (କ୍ରାଇମ୍‌ବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି (କେନ୍ଦ୍ରାଞ୍ଚଳ) ଜୟନାରାୟଣ ପଙ୍କଜ, ଏଆଇଜି (ହେଡ୍‌କ୍ୱାର୍ଟର୍ସ) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଥାଉ କି, ଗତ ଏପ୍ରିଲ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାସ୍କ ପିନ୍ଧି ନ ଥିବା ଏବଂ ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ଲୋକଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ୨,୫୯,୨୪୬ ଜଣଙ୍କଠାରୁ ୮,୦୭,୭୨,୬୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାବ୍ୟତୀତ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ୧୩୬ ରୁଜୁ କରି ୬୬୨ ଜଣଙ୍କୁ ଗିରଫ କରିଛି। ୨୦୨୬ ଅବକାରୀ ମାମଲା ପଞ୍ଜୀକରଣ କରାଯାଇ ୩୮,୨୬୬.୬୬ ଲିଟର ମଦ ଜବତ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri