ହେଲ୍ପଲାଇନ୍‌ ନମ୍ବର ଅଭିଯୋଗକୁ ଗୁରୁତ୍ୱ

କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ କୋଭିଡ୍‌ ସ୍ଥିତି କିଭଳି ରହିଛି, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକ୍‌ ପୋଷ୍ଟ, ଟିକାକରଣ କେନ୍ଦ୍ରରେ ଜନଗହଳିକୁ ନିୟନ୍ତ୍ରଣ, କୋଭିଡ୍‌ ଔଷଧ ଓ ଅକ୍ସିଜେନ୍‌ ସିଲିଣ୍ଡର କଳାବଜାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କରୋନା ସମୟରେ ପୋଲିସର ସ୍ବାସ୍ଥ୍ୟ ପରୀକ୍ଷା ଓ ଟିକାକରଣ ଏବଂ ପୋଲିସ କର୍ମଚାରୀଙ୍କ ଦ୍ୱାରା ପ୍ଲାଜ୍‌ମା ଦାନ ଆଦିର ସମୀକ୍ଷା କରାଯାଇଥିଲା। ଏଥିରେ ଡିଜିପି ଅଭୟ ଯୋଗଦେଇ ରାଜ୍ୟର ସମସ୍ତ ଏସ୍‌ପି, ଡିଆଇଜି, ଆଇଜିଙ୍କ ସହ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଟକ ଓ ଭୁବନେଶ୍ୱର ୟୁପିଡି, ସମ୍ବଲପୁର, ବାଲେଶ୍ୱର, ପୁରୀ ପୋଲିସକୁ ପ୍ରଶଂସା କରିଥିଲେ। ସେହିପରି ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର ଓ ଭଦ୍ରକ ଜିଲାରୁ କୋଭିଡ୍‌ ନିୟମ ଉଲଂଘନକାରୀଙ୍କଠାରୁ ସର୍ବାଧିକ ଜରିମାନା ଆଦାୟ କରାଯାଇଥିବାରୁ ସମ୍ପୃକ୍ତ ଜିଲାର ଏସ୍‌ପିଙ୍କୁ ଡିଜିପି ପ୍ରଶଂସା କରିଥିଲେ। ଏଥିସହ କୋଭିଡ୍‌ ଆକ୍ରାନ୍ତଙ୍କୁ ଅଧିକ ସଂଖ୍ୟାରେ ପ୍ଲାଜ୍‌ମା ଦାନ କରିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ପରାମର୍ଶ ଦେଇଥିଲେ ା ହେଲ୍ପ ଲାଇନ୍‌ ନମ୍ବର ଯୋଗେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିବା ଉପରେ ଡିଜିପି ଗୁରୁତ୍ୱାରୋପ ଦେଇଛନ୍ତି। ବିଶେଷକରି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ସମୟରେ ହେଲ୍ପ ଲାଇନ୍‌ ନମ୍ବର ଯୋଗେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲାର ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଏଡିଜିପି (ହେଡ୍‌କ୍ୱାର୍ଟର୍ସ) ଲଳିତ ଦାସ, ଏଡିଜିପି (କ୍ରାଇମ୍‌ବ୍ରାଞ୍ଚ) ଯଶୋୱନ୍ତ ଜେଠୱା, ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌, ଆଇଜି (ପର୍ସନେଲ୍‌) ଏସ୍‌.ପ୍ରବୀଣ କୁମାର, ଆଇଜି (କ୍ରାଇମ୍‌ବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି (କେନ୍ଦ୍ରାଞ୍ଚଳ) ଜୟନାରାୟଣ ପଙ୍କଜ, ଏଆଇଜି (ହେଡ୍‌କ୍ୱାର୍ଟର୍ସ) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଥାଉ କି, ଗତ ଏପ୍ରିଲ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାସ୍କ ପିନ୍ଧି ନ ଥିବା ଏବଂ ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ଲୋକଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ୨,୫୯,୨୪୬ ଜଣଙ୍କଠାରୁ ୮,୦୭,୭୨,୬୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାବ୍ୟତୀତ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ୧୩୬ ରୁଜୁ କରି ୬୬୨ ଜଣଙ୍କୁ ଗିରଫ କରିଛି। ୨୦୨୬ ଅବକାରୀ ମାମଲା ପଞ୍ଜୀକରଣ କରାଯାଇ ୩୮,୨୬୬.୬୬ ଲିଟର ମଦ ଜବତ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri