ଭୁବନେଶ୍ୱର,୨୨।୮: ରାଜ୍ୟର ବିଭିନ୍ନ ପ୍ରାନ୍ତ ଏବଂ ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ବିଭିନ୍ନ ସାମଗ୍ରୀର କାରବାର ବୃଦ୍ଧି ସହିତ ଲିଙ୍କେଜ୍ ମାଧ୍ୟମରେ ବ୍ରିଟେନ୍ର ବ୍ୟବସାୟୀଙ୍କ ମଧ୍ୟରେ ସୁଯୋଗ ଅନୁସନ୍ଧାନ କରିବା ଲକ୍ଷ୍ୟରେ ଓଡ଼ିଶାର ୭ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଆଇଏନ୍ଡବ୍ଲ୍ୟୁଇସିର ଜାତୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରିଟେନ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲ୍ୟୁଇସି) ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଆଇଏନ୍ଡବ୍ଲ୍ୟୁଇସିର ଜାତୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ ସମ୍ମିଳନୀ ଆଭିମୁଖ୍ୟ ଓ ବିଟ୍ରେଟ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମୟୀ ମିଶ୍ର, ଶିବ କୁମାର ବିଶ୍ୱାଳ, ଶୁଭେନ୍ଦୁ କୁମାର ନାୟକ, ଜେ.ବି. ପାଣିଙ୍କ ସମେତ ରାଜୀବ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲ୍ୟୁଇସି) ଏକ ସ୍ବତନ୍ତ୍ର ମହିଳା ଉଦ୍ୟୋଗୀ ସଂଗଠନକୁ ୨୦୨୦ ଜାନୁୟାରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସେହିଭଳି କୋଲକାତା ବ୍ରିଟିଶ ଡେପୁଟି ହାଇ କମିଶନ ଆଇଏନ୍ଡବ୍ଲ୍ୟୁଇସି ଏବଂ ଆଇସିସି ମଧ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ସହଯୋଗ କରୁଛନ୍ତି। ଅପରପକ୍ଷରେ ଏହି ଟିମ୍ ୨୦୨୩ ଅଗଷ୍ଟ ୨୬ ଓ ୨୭ରେ ବ୍ରିଟେନ୍ର ହାରୋଠାରେ ଥିବା ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍ୟୁକେ)ର ୪୪ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବା ସହ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ।
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…
ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...
ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ
ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...
କିସ୍ ଛାତ୍ରଙ୍କୁ ହତ୍ୟା, ପ୍ରେସ୍ମିଟ୍ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍ରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...
‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ
ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...
ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା
ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...
ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ
ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...
Archives


