ଆଗାମୀ ବଜେଟରେ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୨୪ା୧: ଆସନ୍ତା ଫେବ୍ରୁଆରି ୧ରୁ ଆରମ୍ଭ ହେବାକୁ ଥିବା ସାଧାରଣ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ। ଦେଶର ଅର୍ଥନୀତି ବର୍ତ୍ତମାନ ସମୟରେ ମାନ୍ଦାବସ୍ଥାରେ ରହିଛି। ବର୍ତ୍ତମାନ ଦେଶ ଏକ କଷ୍ଟକର ସମୟ ଦେଇ ଗତି କରୁଥିବାରୁ ଏହି ବଜେଟର ଗୁରୁତ୍ୱ ବହୁଳ ଭାବରେ ବଢିଯାଇଛି। ଦେଶର ଅର୍ଥନୀତିକୁ ପୁଣି ଥରେ ଫେରାଇ ଆଣିବା ସହ ଅର୍ଥନୀତିର ଅଭିବୃଦ୍ଧିକୁ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ଅର୍ଥମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ଉପରେ ଦେଶବାସୀ ଏପରିକି ରାଷ୍ଟ୍ରନିତିଜ୍ଞମାନଙ୍କର ନଜର ରହିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରୀ ପ୍ରାୟ ୫୦ ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୫ ରୁ୧୦% ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ସେ ସବୁ ସାମଗ୍ରୀ ମଧ୍ୟରେ ରହିଛି ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାମଗ୍ରୀ, ଇଲେକ୍ଟ୍ରିକ କାର, ଆସବାବପତ୍ର ଇତ୍ୟାଦି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମର୍ନିଭର ଭାରତ ଯୋଜନାକୁ ପ୍ରେତ୍ସାହନ ଦେବାକୁ ର୍ନିମଳା କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ସେହିପରି ଏ ସବୁ ସାମଗ୍ରୀ ବିଦେଶରୁ ଆମଦାନୀ କରିବା ବଦଳରେ ଦେଶରେ ଉତ୍ପାଦନ କରିବା ଉପରେ ବେଶ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଏହି ବଜେଟ ଅଧିବେଶନରେ ଆମଦାନୀ ଶୁଳ୍କ ବଢାଇ ସରକାର ନିଜର ରାଜସ୍ବ ନିଅଣ୍ଟକୁ କମାଇବାକୁ ଉଦ୍ୟମ କରିବେ। ଏହି ପଦକ୍ଷେପ ଦ୍ବାରା ସରକାର ପ୍ରାୟ ୨୧ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ଦ୍ବାରା ଚୀନ, ଜାପାନ ଭଳି ଦେଶର ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri