ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ କରୁଥିବା ଜଣାପଡ଼ିଛି। ଏହା ଭାରତର ଧାତୁ ଓ ଖଣି ଉଦ୍ୟୋଗ ପାଇଁ ପ୍ରଥମ ଧରଣର ଜ୍ଞାନକୌଶଳ ବୋଲି କୁହାଯାଉଛି। ଏପରିକି ଏକାଧିକ ବଡ଼ ଆକାରର ପ୍ଲାଣ୍ଟ କାର୍ଯ୍ୟ ସହ ସମ୍ପୃକ୍ତ ଅଞ୍ଚଳର ବିସ୍ତୃତ ଗ୍ରାହକଙ୍କ ଉପସ୍ଥିତି, ଯୋଗାଣ ନେଟ୍‌ୱର୍କ ଆଦି ପାଇଁ ଏହା ବିଶେଷ ଉପଯୋଗୀ ହେବ। ସେହିଭଳି କମ୍ପାନୀର ରଣନୀତିକ କାର୍ଯ୍ୟରେ ଏହା ମୂଲ୍ୟ ସୃଷ୍ଟିରେ ବେଶ୍‌ ସହାୟକ ହେବ। ତା’ ସହିତ ବ୍ୟବସାୟରେ ଆର୍‌ପିଏ ନିୟୋଜନ ବେଦାନ୍ତ ଆଲମୁିନିୟମର ବାଣିଜି୍ୟକ ପରିପକ୍ୱତା ସୂଚକାଙ୍କକୁ ଉତ୍କୃଷ୍ଟ ଭଣ୍ଡାର ପରିଚାଳନା ଓ ଚାହିଦା ଠିକ୍‌ ଏକୀକରଣ ମାଧ୍ୟମରେ ପ୍ରୋସେସ ମାନକକରଣକୁ ସକ୍ଷମ କରିବ, କର୍ମଚାରୀଙ୍କ ଉପତ୍ାଦକତାରେ ଉନ୍ନତି ଆଣିବ ଓ କାର୍ଯ୍ୟରେ ଅଗ୍ରଗତି ଆଣିବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ରିୟଲ ଟାଇମ ଆଧାରରେ ବିଭିନ୍ନ ମାପଦଣ୍ଡ ଗୁଡ଼ିକର ଟ୍ରାକିଂ କରି କମ୍ପାନୀକୁ ସମୃଦ୍ଧ ତଥ୍ୟ ଦେବ। ଏହାଦ୍ୱାରା ଜଟିଳ ବ୍ୟବସାୟିକ ନିଷ୍ପତ୍ତି ନେବା ସହଜ ହେବ ବୋଲି ଜଣାପଡିଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଜୈନ କହିଛନ୍ତି, ଆସନ୍ତାକାଲିର ସ୍ବଚ୍ଛ ପ୍ରଯୁକ୍ତିବିଦ୍ୟା ଆଲୁମିନିୟମ କ୍ଷେତ୍ରର ବିବିଧ ପ୍ରୟୋଗ ଭବିଷ୍ୟତର ଧାତୁ ଭାବେ ପରିଣତ ହେବ। ବିଶ୍ୱରେ ସର୍ବୋଚ୍ଚ ଆଲୁମିନିୟମ ଉପତ୍ାଦକ ଭାବେ ଆମେ ଆମର କାର୍ଯ୍ୟଧାରାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri