ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା ୩୬ଏ ଅନୁଯାୟୀ ପାରମ୍ପରିକ ହାତୀ କରିଡରକୁ ସଂରକ୍ଷଣ ରିଜର୍ଭ ଘୋଷଣା ପ୍ରକ୍ରିୟା ତ୍ୱରାନ୍ବିତ କରିବା ପାଇଁ ଜଷ୍ଟିସ୍‌ ଏଲ୍‌.ଏନ୍‌. ରାଓ ଏବଂ ବି.ଆର୍‌. ଗଭାଇଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ୯୭ଟି ଖଣି କାର୍ଯ୍ୟକୁ ଅନୁମତି ଦେବା ପୂର୍ବରୁ ଜାତୀୟ ବନ୍ୟପ୍ରାଣୀ ବୋର୍ଡ (ଏନ୍‌ବିଡବ୍ଲ୍ୟୁଏଲ୍‌) ଷ୍ଟାଣ୍ଡିଂ କମିଟି ପ୍ରସ୍ତାବିତ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା ଏବଂ ପାରମ୍ପରିକ ହାତୀ କରିଡରକୁ ସଂରକ୍ଷିତ ରିଜର୍ଭ ଘୋଷଣା କରିବାକୁ କୁହାଯାଇଛି।
ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡର ପରିସର ଓ ଏହାର ଚତୁଃପାର୍ଶ୍ୱରେ କୌଣସି ଖଣି କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ୨୦୨୦ ଫେବୃୟାରୀ ୧୮ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟ ବିରୋଧରେ ଜଣେ ପଥର ଖଣି ମାଲିକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପରିବେଶ ସମ୍ବେଦନଶୀଳ ଜୋନ୍‌ ମଧ୍ୟରେ ଆସୁ ନ ଥିବା ଅଞ୍ଚଳରେ ଖଣି କାର୍ଯ୍ୟ ବନ୍ଦ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଖଣି ମାଲିକ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ବନ୍ୟପ୍ରାଣୀ ପରିଚାଳନା ଯୋଜନା ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୩୬ଏ କାର୍ଯ୍ୟକାରୀ ନ ହେବା ଯାଏ ପରିବେଶ ସମ୍ବେଦନଶୀଳ ଜୋନ୍‌ ଚତୁଃପାର୍ଶ୍ୱରେ ଖଣି କାର୍ଯ୍ୟ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ‘ରୁରାଲ ଅର୍ଗାନାଇଜେଶନ ଫର୍‌ ସୋସିଆଲ ଏମ୍ପାଓ୍ବାରମେଣ୍ଟ’ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୨୦୦୧ ଜାନୁୟାରୀ ୨୯ରେ ଓଡ଼ିଶା ସରକାର ଜାରି କରିଥିବା ବିଜ୍ଞପ୍ତିରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝରର କେତେକ ଅଞ୍ଚଳକୁ ହାତୀ ସଂରକ୍ଷଣ ଅଞ୍ଚଳ ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ଯୋଜନା ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ ଅଧୀନରେ ମୟୂରଭଞ୍ଜ (ସିମିଳିପାଳ-କୁଲଡିହା-ହଦଗଡ଼) ହାତୀ ରିଜର୍ଭ ଭାବେ ଘୋଷିତ ହୋଇଥିଲା। ସେହିପରି ବନ୍ୟପ୍ରାଣୀଙ୍କ ଆବାସସ୍ଥଳରେ ଅଣଜଙ୍ଗଲ କାର୍ଯ୍ୟ କରାଯାଉଥିବାରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୨୦୧୧ ଫେବୃୟାରୀ ୧୫ରେ ଏକ ଗାଇଡ୍‌ଲାଇନ ଜାରି କରିଥିଲେ, ଯେଉଁଥିରେ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟର ୧୦ କିଲୋମିଟର ପରିଧି ମଧ୍ୟରେ କୌଣସି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ଏନ୍‌ବିଡବ୍ଲ୍ୟୁ ଷ୍ଟାଣ୍ଡିଂ କମିଟିର ସୁପାରିସ ଆବଶ୍ୟକ ବୋଲି କୁହାଯାଇଥିଲା।
କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାଠାରୁ ୨ କିଲୋମିଟର ଦୂରତା ମଧ୍ୟରେ ୯୭ ପଥର ଖଣି ଖନନ ଲାଗି ଓଡ଼ିଶା ସରକାର ଏନ୍‌ବିଡବ୍ଲ୍ୟୁଏଲ୍‌ ଷ୍ଟାଣ୍ଡିଂ କମିଟିକୁ ପ୍ରସ୍ତାବ ଦେଇଥିଲେ। ତେବେ ଉକ୍ତ ଅଞ୍ଚଳରେ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯିବା ସର୍ତ୍ତରେ ଷ୍ଟାଣ୍ଡିଂ କମିଟି ଏଥିପାଇଁ ମଞ୍ଜୁରୀ ଦେବାକୁ ରାଜି ହୋଇଥିଲେ। ସେହି ଅନୁଯାୟୀ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ ପ୍ରସ୍ତୁତ କରିଥିବା ବନ୍ୟପ୍ରାଣୀ ପରିଚାଳନା ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri