ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬ ଷ୍ଟେଟ ଲେବଲ ବଡି ବିଲଡିଂ ଏବଂ ଫିଟନେସ ଚମ୍ପିୟାନସିପ୍ ଶନିବାର ଉଦ୍‌ଘାଟନ ହୋଇଯାଇଛି । ଏହି ଚମ୍ପିୟାନସିପ୍କୁ ବଲାଙ୍ଗୀରର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ସଭାରେ ମିଶ୍ର କହିଥିଲେ, ବଡିଂ ବିଲଡିଂ ଏବଂ ଫିଟନେସ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳିମାନେ ବହୁତ ଶୃଙ୍ଖଳା ସହିତ ନିଜର ଶରୀର ଗଠନ କରିଥାନ୍ତି । ଅନେକ ତ୍ୟାଗ ଓ ଶୃଙ୍ଖଳା ହିଁ ଜଣେ ଖେଳାଳିକୁ ବଡି ବଲଡିଂ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦାନ କରିଥାଏ । ଏପରି ଏକ ଖେଳ ପ୍ରତିଯୋଗିତାର ଆୟୋଜନ ପ୍ରତ୍ୟେକ ବର୍ଷ କଳିଙ୍ଗ ବଡି ବିଲଡିଂ ଏସୋସିଏସନର ବଲାଙ୍ଗୀର ଜିଲା ଶାଖା ଆୟୋଜନ କରୁଥିବାରୁ ସେମାନେ ପ୍ରଶଂସାର ପାତ୍ର ।

ଏହି ପ୍ରତିଯୋଗିତା ଆଗାମୀ ଦିନରେ ଆହୁରି ସୁଦୂର ପ୍ରସାରିତ ହେଉ ବୋଲି  ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ। ରାଜ୍ୟସ୍ତରୀୟ ଚମ୍ପିୟାନସିପ୍ ରେ ୧୯ଟି ଜିଲାରୁ ୧୨୫ ଜଣ ଖେଳାଳି ଭାଗ ନେଇଛନ୍ତି । ପୁରୁଷ ବଡି ବିଲଡିଂ ରେ ୭ଟି ବିଭାଗ, ପୁରୁଷ ଫିଜିକ୍ ରେ ୨ଟି ବିଭାଗ, ମାଷ୍ଟର କେଟାଗୋରିର ୪୦ ବର୍ଷ ବର୍ଗରେ ଗୋଟିଏ ବିଭାଗ ଏବଂ ମହିଳା ବିଭାଗରେ ପ୍ରତିଯୋଗିତାର ଆୟୋଜନ ହେବ । ଏହି ପ୍ରତିଯୋଗିତା ବିଭିନ୍ନ ଶରୀର ଓଜନ ବର୍ଗରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଯୋଗିତାର ସଫଳ ରୂପାୟନ କରିବା ପାଇଁ ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ଏମ୍‌.କେ.ସ୍ୱାଇଁ, ନିଶାନ୍ତ ବହିଦାର, ବାଳକୃଷ୍ଣ ବାଗ ଓ ଅମିତାବ ପରିଡା ମଂଚ ସମ୍ମୁଖରେ ସମସ୍ତ ବର୍ଗର ପ୍ରତିଯୋଗିତାର ବିଚାରକ ଭୂମିକା ତୁଳାଇବେ । ଉଦ୍‌ଘାଟନି ମଂଚରେ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ରଙ୍କ ସହ ରାଜ୍ୟ ସଂପାଦକ କଳିଙ୍ଗ ବଡି ବିଲଡିଂର ରାଜ୍ୟ ସାଧାରଣ ସଂପାଦକ ସନ୍ତୋଷ ମହାନ୍ତି, ରାଜ୍ୟ ଉପ-ସଭାପତି ଏମ୍‌.କେ. ସ୍ୱାଇଁ, ଯୁଗ୍ମ ସଂପାଦକ ନିଶାନ୍ତ ବହିଦାର, ରାଜ୍ୟ ସଂଗଠନ ସଂପାଦକ ବାଳକୃଷ୍ଣ ବାଗ, ଗୋପାଳ କୃଷ୍ଣ ବାଗ, ସମ୍ବଲପୁର ଜିଲ୍ଲା ସଂପାଦକ ଅମିତାବ ପରିଡା, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର , ବଲାଙ୍ଗିର ଜିଲ୍ଲା ସଭାପତି ତନମୟ ପାଣିଗ୍ରାହୀ, ନୂଆଁପଡା ସଂପାଦକ ସୌରଭ ସାହୁ, ରାୟଗଡା ସଂପାଦକ ଦୀପୁ ମାଝି ଓ କେବିବିଏ ଅଧିକାରୀ ସଂଗ୍ରାମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, କର୍ମଚାରୀଙ୍କ ପ୍ରତି ତାଙ୍କ…

ଦିଗପହଣ୍ଡି, ୨୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ ଶନିବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ଏଥି…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri