ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଜି

ଓ୍ବାଶିଂଟନ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର କ୍ୟାପିଟୋଲ୍‌ ବିଲ୍ଡିଂରେ ୬ ତାରିଖରେ ଘଟିଥିବା ହିଂସା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦାୟୀ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୩ ଜଣ ଡେମୋକ୍ରାଟ ସଦସ୍ୟ ସୋମବାର ତାଙ୍କ ବିରୋଧରେ ମହାଭିଯୋଗ ଆର୍ଟିକିଲ୍‌ ଆଗତ କରିବାକୁ ଯାଉଛନ୍ତି। କଂଗ୍ରେସର ମିଳିତ ଅଧିବେଶନରେ ଇଲେକ୍ଟୋରାଲ କଲେଜ ଭୋଟ ଗଣତି ଚାଲିଥିବାବେଳେ ଟ୍ରମ୍ପ୍‌ ଜାଣିଶୁଣି ଆମେରିକା ସରକାରଙ୍କ ବିରୋଧରେ ହିଂସାକୁ ଉସୁକାଇଥିଲେ ବୋଲି ସେଥିରେ ଅଭିଯୋଗ କରାଯାଇଛି। ଟ୍ରମ୍ପ୍‌ ତାଙ୍କ ସମର୍ଥକମାନଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ କ୍ୟାପିଟୋଲ୍‌ରେ ବେଆଇନ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିଥିଲେ। ଏଥିରେ ପ୍ରେରିତ ହୋଇ ସମର୍ଥକମାନେ କ୍ୟାପିଟୋଲ ହଲ୍‌ରେ ଧସେଇ ପଶି ଦଙ୍ଗା କରିଥିଲେ। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିବା ସହ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ଦେଶର ଗଣତାନ୍ତ୍ରିକ ଇତିହାସରେ କଳା ଦାଗ ଲାଗିଥିଲା। କାଲିଫର୍ନିଆ ଡେମୋକ୍ରାଟ ପ୍ରତିନିଧି ଟେଡ୍‌ ଲିଉ, ରୋଡେ ଆଇଲାଣ୍ଡ ପ୍ରତିନିଧି ଡାଭିଡ୍‌ ସିସିଲିନ୍‌ ଏବଂ ମେରିଲାଣ୍ଡ ଡେମୋକ୍ରାଟ ସଦସ୍ୟ ଜାମି ରସ୍କିନ୍‌ ଏହି ମହାଭିଯୋଗ ଆର୍ଟିକିଲ୍‌ ଲେଖିଛନ୍ତି ଓ ତାହା ସୋମବାର ଆମେରିକା ପ୍ରତିନିଧି ସଭାରେ ଉପସ୍ଥାପନ କରାଯିବ। ଟ୍ରମ୍ପ୍‌ଙ୍କୁ ବହିଷ୍କାର କରାଯିବା ସହ ପୁନର୍ବାର ଉକ୍ତ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ବୋଲି ଉକ୍ତ ଆର୍ଟିକିଲ୍‌ରେ ଉଲ୍ଲେଖ କରାଯାଇଛି। ଉକ୍ତ ବିଲ୍‌ର ୧୮୦ ସହ-ପ୍ରାୟୋଜକ ଅଛନ୍ତି।

‘ମହାଭିଯୋଗ ଭଳି ଅପରାଧ କରିଛନ୍ତି ଟ୍ରମ୍ପ’
ରାଷ୍ଟ୍ରପତି ପଦରୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହଟାଇବା ପାଇଁ ଡେମୋକ୍ରାଟ ସଦସ୍ୟମାନେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଥିବାବେଳେ ଜଣେ ରିପବ୍ଲିକାନ ସିନେଟର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଟ୍ରମ୍ପ୍‌ ମହାଭିଯୋଗ ଭଳି ଅପରାଧ କରିଥିବା ପେନ୍‌ସିଲ୍‌ଭାନିଆର ରିପବ୍ଲିକାନ ସିନେଟର ପାଟ୍‌ ଟୁମି କହିଛନ୍ତି। ଯଦି ପ୍ରତିନିଧି ସଭା ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ସିନେଟକୁ ପଠାଏ ତେବେ ବିଚାର ଶେଷରେ ରାଷ୍ଟ୍ରପତିଙ୍କୁ ବହିଷ୍କାର ଲାଗି ସେ ଭୋଟ ଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri