ବଢୁଛି ବିଟ୍‌କଏନ୍‌ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ସମୟରେ ବିଟ୍‌ କଏନର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି। ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍‌ କଏନ୍‌। ଭାରତରେ ଟଙ୍କା, ଆମେରିକାରେ ଡଲାର, ବ୍ରିଟେନରେ ପାଉଣ୍ଡ୍‌, ଜାପାନର ୟେନ୍‌ ଆଦି ସେହି ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ପରିଚାଳିତ ସହ ସେହି ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ରହିଛି। ବିଟ୍‌ କଏନ୍‌ ହେଉଛି ଏଭଳି ଏକ ମୁଦ୍ରା, ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ। ଫଳରେ ଏହାର ବ୍ୟବହାର ଉପରେ କଟକଣା ନ ରହିବାରୁ ଏହା ବ୍ୟବହାର ବଢ଼ି ଚାଲୁଛି। ଫଳରେ ବିଶ୍ବର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବାରେ ବ୍ୟବହାର କରୁଛନ୍ତି। ବିଟ୍‌ କଏନ ବ୍ୟବହାର ଉପରେ କୌଣସି ଦେଶର ନିୟନ୍ତ୍ରଣ ନାହିଁ କିମ୍ବା ଏହାକୁ ବ୍ୟବହାର କଲେ ଟିକସ ଦେବାକୁ ପଡ଼ୁନାହିଁ। ଏହା ଏକ ପ୍ରକାର କ୍ରିପ୍ଟୋକରେନ୍ସି। ଏହାକୁ ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମୁଦ୍ରା ମଧ୍ୟ କୁହାଯାଉଛି। ବର୍ତ୍ତମାନ ସମୟରେ ନଗଦ ଟଙ୍କାର ଏହା ଏକ ବିକଳ୍ପ ଭାବେ ଉଭା ହୋଇଛି। ପ୍ରତି ବିଟ୍‌ କଏନରେ ଏକ ଗୋପନ କୋଡ୍‌ ରହିଛି। ସେହି କୋଡ୍‌ ବିନା ବିଟ୍‌ କଏନ୍‌ ମୂଲ୍ୟହୀନ। ବିଭିନ୍ନ ସ୍ଥାନରେ ବିଟ୍‌ କଏନ କାରବାର ଲାଗି ଏକ୍ସଚେଞ୍ଜ୍‌ ରହିଛି, ଟଙ୍କା, ଡଲାର ଆଦି ମୁଦ୍ରା ବଦଳରେ ଏହାକୁ କିଣା ହେଉଛି। ବିଶ୍ବର ଅନେକ କମ୍ପାନୀ ଓ ବ୍ୟବସାୟୀ ନିଜର ଆର୍ଥିକ କାରବାର ପାଇଁ ବିଟ୍‌ କଏନକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକ ବିଟ୍‌ କଏନକୁ ବ୍ୟବହାର କରୁଥିବା ଆକଳନ କରାଯାଉଛି। ଏହି କଏନକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଏକ ଡିଜିଟାଲ୍‌ ୱାଲେଟରେ ରଖୁଛନ୍ତି। ୱିକିଲିକ୍ସ, ପି୨ପି ଫାଉଣ୍ଡେଶନ, ୱାର୍ଡପ୍ରେସ୍‌ ଡଟ୍‌ କମ୍‌ ଏବଂ ବିଟ୍‌କଏନ୍‌୍‌.ଟ୍ରାଭେଲ୍‌ ଭଳି କିଛି ସଂସ୍ଥା ବିଟ୍‌ କଏନକୁ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ବିଟ୍‌ କଏନର ମୂଲ୍ୟ ୪୧ ହଜାର ଡଲାର ବା ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବରରୁ ବିଟ୍‌ କଏନର ମୂଲ୍ୟ ବୃଦ୍ଧି ଜାରି ରହିଛି। କରୋନା ମହାମାରୀ ସମୟରେ ଏହା ପ୍ରାୟ ୨୫%ବୃଦ୍ଧି ଘଟିଥିଲା। ବିଟ୍‌ କଏନ୍‌ ମୂଲ୍ୟ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେହିଭଳି କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୩୦ ସୁଦ୍ଧା ଏହାର ମୂଲ୍ୟ ୧ କୋଟି ଟଙ୍କା ଛୁଇଁପାରେ। ମୋବାଇଲ୍‌ ଆପରେ ପେମେଣ୍ଟ୍‌ ଯେତିକି ସରଳ ବିଟ୍‌ କଏନରେ କାରବାର ସେତିକି ସହଜ। ଯେଉଁମାନଙ୍କ ପାଖରେ ବିଟ୍‌ କଏନ୍‌ ଅଛି ସେମାନେ ତାହାକୁ ଏକ ୱାଲେଟରେ ରଖିଥାନ୍ତି। ସେହି ୱାଲେଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି। ଏହା ଏକ କମ୍ପ୍ୟୁଟର ଫାଇଲ୍‌ ହୋଇଥିବାରୁ ଅତି ସହଜରେ ସାରା ବିଶ୍ବରେ ପ୍ରଚଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?