ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା

ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦେଶରେ ନିର୍ବାଚନରେ ଅନିୟମିତତା ହେଉଛି ତେଣୁ ଇଭିଏମରେ ନିର୍ବାଚନକୁ ତୁରନ୍ତ ହଟାଯିବା ସହ ଆଦିବାସୀଙ୍କ ମାଲିକାନା ନିମନ୍ତେ ୫ମ ଓ ୬ଷ୍ଠ ନିୟମ ଲାଗୁ କରିବା, ପଛୁଆବର୍ଗଙ୍କ ଅଧିକାର ପାଇଁ ତାଙ୍କର ଜାତି ଜନଗଣନା ତୁରନ୍ତ କରାଯିବା, ପାର୍ଲାମେଣ୍ଟ ଭଳି ପବିତ୍ର ଗୃହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭୀମରାଓ ଆମ୍ବେଦକରଙ୍କୁ ଅପମାନ କରିଥିବା ପ୍ରତିବାଦରେ ବିଭିନ୍ନ ସଂଗଠନଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦାରିଙ୍ଗବାଡିକୁ ସକାଳୁ ସକାଳୁ ପହଞ୍ଚିଥିବା ହଜାର ସଂଖ୍ୟାରେ ପର୍ଯ୍ୟଟକ ଭୋକ ଉପାସରେ ହଟହଟା ହୋଇଛନ୍ତି। ବ୍ରହ୍ମପୁର ଠାରୁ ରାଇପୁର, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟ, ଜୟପୁର, ଆଦି ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଦାରିଙ୍ଗବାଡି ର ଚାରିଛକ ରେ ବ୍ଲକିଂ କରି ଗାଡିମୋଟରକୁ ବିକ୍ଷୋଭକାରୀମାନେ ଛାଡ଼ି ନ ଥିଲେ। ଫଳରେ ଯାତ୍ରୀ ହଟାହଟା ହୋଇଥିଲେ। ସେହିପରି ଜିରୋ ନାଇଟ ପାଳନ ଓ ନୂଆବର୍ଷ ରହିଥିବାରୁ ଦୋକାନ ବଜାର ବନ୍ଦ କାରଣରୁ ଅଞ୍ଚଳବାସୀ ଜରୁରୀ ସାମଗ୍ରୀ କିଣିବାରେ ହଇରାଣ ହୋଇଥିଲେ। ତେବେ ଦାରିଙ୍ଗବାଡି ବଜାରକୁ ଛାଡିଦେଲେ ବ୍ଲକ ଅଞ୍ଚଳର ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡିକ ଦୋକାନ ବଜାର ଖୋଲା ରହିବା ସହ ସୱାଭାବିକ ପରିସ୍ଥିତି ଥିଲା। ଖବର ଲେଖିବା ସୁଦ୍ଧା ବିକ୍ଷୋଭକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନ ସମେତ ବହୁଜନ କ୍ରାନ୍ତି ମୋର୍ଚ୍ଚା,ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରିୟ ଖ୍ରୀଷ୍ଟିଆନ ମୋର୍ଚ୍ଚା, ଅଲ ଇଣ୍ଡିଆ ସେଡୁଲ କାଷ୍ଟ ଫେଡେରେସନ, ଆମ୍ବେଦକର ସ୍ମୃତି କମିଟିଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଥିବା ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦର ପ୍ରଭାରୀ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri