୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୪।୬ (ବ୍ୟୁରୋ): ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର ‘ଡିକେଡ୍‌ ଅଫ୍‌ ହେଲ୍‌ଦି ଏଜିଙ୍ଗ-ବେସ୍‌ଲାଇନ୍‌ ରିପୋର୍ଟ-୨୦୨୦’ରେ ବୟସ୍କଙ୍କ ଟିକାକରଣକୁ ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଅନ୍ୟତମ ରଣନୀତି ଭାବେ ମାନ୍ୟତା ପ୍ରଦାନ କରିଛି। ଭାରତର ୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବୃଦ୍ଧାବସ୍ଥା କମ୍‌ ରୋଗ ପ୍ରତିରୋଧକ ଶକ୍ତିର କାରଣ ହୋଇଥାଏ। ଏହା ବୟସ୍କ ଲୋକଙ୍କୁ ନିମୋନିଆ, ଇନ୍‌ଫ୍ଲୁଏଞ୍ଜା ଓ ସିଙ୍ଗଲ୍‌ସ ଏବଂ ସେଗୁଡିକର ଜଟିଳତା ଭଳି ସଂକ୍ରାମକ ରୋଗଗୁଡିକ ପ୍ରତି ସମ୍ବେଦନଶୀଳ କରିଥାଏ। ସିଙ୍ଗଲ୍‌ସ ହେଉଛି ଏକ ସଂକ୍ରାମକ ରୋଗ, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହି ରୋଗ କାରଣରୁ ଯନ୍ତ୍ରଣାଦାୟକ ଚର୍ମରୋଗ ହୋଇଥାଏ। କିଛି ବ୍ୟକ୍ତିଙ୍କ ପାଇଁ ଚର୍ମରୋଗ ଦୂର ହେବା ପରେ ମଧ୍ୟ ସ୍ନାୟୁରେ ଦୀର୍ଘ ଦିନ ଧରି ଯନ୍ତ୍ରଣା ରହିଥାଏ ଏବଂ ଏହା ବୟସ୍କ ବ୍ୟକ୍ତିଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ସେହିପରି ଭାରତରେ ନନ୍‌-କମ୍ୟୁନିକେବୁଲ ଡିଜିଜ୍‌ (ଏନ୍‌ସିଡି) ଯେପରିକି ହୃଦ୍‌ରୋଗ, ଗମ୍ଭୀର ଶ୍ୱାସକ୍ରିୟା ଜନିତ ରୋଗ ଓ ମଧୁମେହ ଆଦି ମୋଟ ରୋଗ ବୋଝରେ ୫୦%ରୁ ଅଧିକ ଲୋକ ପ୍ରଭାବିତ। ଏଭଳି କୋମର୍ବିଟିଡିରେ ପୀଡିତ ବୟସ୍କମାନେ ଭିପିଡି ପ୍ରତି ଅଧିକ ସମ୍ବେଦନଶୀଳ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଭିପିଡି ଦ୍ୱାରା ଘଟୁଥିବା ମୃତ୍ୟୁସଂଖ୍ୟାର ୯୫%ରୁ ଅଧିକ ହେଉଛନ୍ତି ବୟସ୍କ ବ୍ୟକ୍ତି। ଏହି ରୋଗଗୁଡିକ ଘାତକ ହେବା ସହିତ ଏନ୍‌ସିଡିଗୁଡିକୁ ଅଧିକ ଜଟିଳ କରିଥାନ୍ତି, ଯାହାଫଳରେ ହସ୍ପିଟାଲାଇଜେଶନ ବୃଦ୍ଧି ପାଇଥାଏ। ସିଙ୍ଗଲ୍‌ସ ବିଶେଷକରି ସଂକ୍ରମଣର ପ୍ରଥମ କିଛିମାସ ପରେ ହୃଦ୍‌ଘାତର ବିପଦକୁ ବୃଦ୍ଧି କରିଥାଏ। ତେବେ ଟିକା ଦ୍ୱାରା ସିଙ୍ଗଲ୍‌ସକୁ ପ୍ରତିରୋଧ କରାଯାଇ ପାରୁଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଓ ଜୀବନର ମାନ ବୃଦ୍ଧି କରିବା ପାଇଁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ଭୁବନେଶ୍ୱରର ଆଇଏମ୍‌ଆର୍‌ ଓ ସମ୍‌ ହସ୍ପିଟାଲ, ଡର୍ମାଟୋଲୋଜିଷ୍ଟ ବିଭାଗର ମୁଖ୍ୟ ଡା. ବିକାଶ ରଞ୍ଜନ କର କହିଛନ୍ତି, ଆମ ଦେଶର ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ବୟସର ଲୋକ ସିଙ୍ଗଲ୍‌ସ, ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆ ଭଳି ଗମ୍ଭୀର ସଂକ୍ରାମକ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ଏହି ରୋଗଗୁଡିକ ରୋଗୀଙ୍କୁ ଗୁରୁତର କରିପାରେ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଅସହଜତା ସୃଷ୍ଟି କରିପାରେ। ତେବେ ଏଭଳି ସଂକ୍ରମଣଗୁଡିକୁ ଟିକାକରଣ ଦ୍ୱାରା ରୋକାଯାଇପାରିବ। ତେଣୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡା. କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri