ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ‘ଆୟୁରକ୍ଷା କିଟ୍‌’

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ‘ଆୟୁରକ୍ଷା କିଟ୍‌’କୁ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତି ଦ୍ୱାରା ଏହି କିଟ୍‌କୁ ତିଆରି କରାଯାଇଛି। ଏଥିରେ ମୁଖ୍ୟତଃ ଚବନ୍‌ପ୍ରାଶ, ଆୟୁଷ କ୍ୱାଥ/କାଢ଼ା, ସଂଶମନ ବଟୀ ଓ ଅଣୁ ତୈଳ ଥିବା ଜଣାପଡ଼ିଛି। ବର୍ତ୍ତମାନ ଏହା ବଜାରରେ ଉପଲବ୍ଧ ହେଉ ନାହିଁ। କେବଳ କିଛି ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସହ ଭୁବନେଶ୍ୱରରେ ଚାଲିଥିବା କ୍ୟାମ୍ପେନିଂ, ଆୟୁଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି କିଟ୍‌ ଦିଆଯାଉଛି ବୋଲି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏମ୍‌. ଏମ୍‌. ରାଓ ସୂଚନା ଦେଇଛନ୍ତି।
ଆୟୁରକ୍ଷା କିଟ୍‌ରେ ଥିବା ସମସ୍ତ ଔଷଧ ଲୋକମାନେ ନିଜ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଘରେ ଚିକିତ୍ସିତ ସଂକ୍ରମିତ କିମ୍ବା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାକୁ ଉଚ୍ଛୁକ ଥିବା ବ୍ୟକ୍ତି ସମସ୍ତ କୋଭିଡ୍‌ ନିୟମ ମାନିବା ସହ ନିୟମିତ ଉଷୁମ ପାଣି ପିଇବା, ହଳଦୀ କ୍ଷୀର ପିଇବା, ଗାର୍ଗିଲିଂ କରିବା, ଚବନପ୍ରାଶ ଖାଇବା, ହର୍ବାଲ ଚା’ (ତୁଳସୀ, ଡାଲ୍‌ଚିନି, ଗୋଲମରିଚ, ଶୁଣ୍ଠି, କିସ୍‌ମିସ୍‌ରେ ପ୍ରସ୍ତୁତ) ପିଇବା ଦ୍ୱାରା ସଂକ୍ରମଣଠାରୁ ଦୂରେଇ ରହିପାରିବା ବୋଲି ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି କିଟ୍‌ର ବ୍ୟବହାର ଗତ କିଛି ଦିନ ମଧ୍ୟରେ କୋଭିଡ୍‌ ଯୋଦ୍ଧା ଯଥା ପୋଲିସ, ଖବରଦାତା, ସଫେଇ କର୍ମଚାରୀ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା କରାଯାଇଛି। ଯାହା ସଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଆୟୁରକ୍ଷା କିଟ୍‌ ସେବନ କରିବା ଦ୍ୱାରା ସମସ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥିବା ଜଣାପଡ଼ିଛି। ଏଥିସହ ଭୁବନେଶ୍ୱରର କିଛି ସ୍ବଳ୍ପ ଲକ୍ଷଣଧାରୀ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ଏହି କିଟ୍‌ର ସେବନ କରିବାକୁ ଦିଆଯାଇଥିଲା। ଯେଉଁମାନଙ୍କ ଶରୀରରେ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥିବା ରାଓ କହିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠାନ ଦ୍ୱାରା ଶିବିର କରାଯାଇ ଲୋକମାନଙ୍କୁ ଆୟୁରକ୍ଷା କିଟ୍‌ ସମ୍ପର୍କରେ ସଚେତନ କରାଯିବା ସହ ଏହାର ନିର୍ମାଣ ପଦ୍ଧତି ଉପରେ ବୁଝାଯାଉଛି। ପ୍ରକାଶ ଯେ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ନୀତି ଆୟୋଗର ଉପସଭାପତି ଡା. ରାଜୀବ କୁମାର ମିଳିତ ଭାବେ ମଙ୍ଗଳବାର ‘ନ୍ୟାଶନାଲ କ୍ଲିନିକାଲ ଓ ମ୍ୟାନେଜ୍‌ମେଣ୍ଟ ପ୍ରୋଟୋକଲ- ଆୟୁର୍ବେଦ ଏବଂ ଯୋଗ ଫର ମ୍ୟାନେଜ୍‌ମେଣ୍ଟ ଅଫ୍‌ କୋଭିଡ୍‌-୧୯’ର ଉନ୍ମୋଚନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri