ରୋଗପ୍ରତିରୋଧକ ଶକ୍ତି

ବିଶ୍ୱର ବିଭିନ୍ନ ଦେଶ ସମୂହ ସହ ତାଳ ଦେଇ ଆଧୁନିକ ଚିକିତ୍ସା ବିଜ୍ଞାନ ପଦ୍ଧତିକୁ ଗ୍ରହଣ କରିଥିଲେ ସୁଦ୍ଧା ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତ ବର୍ଷରେ ବିଜ୍ଞ ଆୟୁର୍ବେଦ ବିଶାରଦ ଚରକ, ସୁସୃତ, ବାଗଭଟ୍ଟ, ବରାହମିହିର ଆଦି ବିଭିନ୍ନ ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମାନବ ସଭ୍ୟତାର ସ୍ବାସ୍ଥ୍ୟ ରକ୍ଷା ତଥା ଦୀର୍ଘାୟୁ ନିମନ୍ତେ ବିଭିନ୍ନ ଆୟୁର୍ବେଦ ଔଷଧରେ ପ୍ରସ୍ତୁତି ଓ ତା’ର ଉପଯୋଗ, ଗୁଣାବଳୀ ଆଦି ବର୍ଣ୍ଣନା କରିଯାଇଛନ୍ତି। ତାହାକୁ ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ ଲିଖିତ ବିଭିନ୍ନ ଔଷଧ ଦ୍ରବ୍ୟର ଗୁଣ ତଥା ଶରୀରରେ ରୋଗପ୍ରତିରୋଧକ ଶକ୍ତି ତଥା ଦୀର୍ଘାୟୁ ନିମନ୍ତେ ବିଭିନ୍ନ ସାତ୍ତ୍ୱିକ, ତାମସିକ, ରାଜସିକ ଆଦି ଖାଦ୍ୟର ଗୁଣାବଳୀ ଓ ତା’ର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବକୁ ନେଇ ଏକମତ ହୋଇଛନ୍ତି ।
ପ୍ରତିଦିନ ଆମେ ଯାହା ଖାଦ୍ୟ ଖାଉ ତାହାର ସାରାଂଶ ହିଁ ଆମ ସ୍ବାସ୍ଥ୍ୟ ରକ୍ଷାର ମାର୍ଗ । ଆମେ ଯେଉଁ ରକମର ଖାଦ୍ୟ ଖାଇଥାଉ ତାହାର ଗୁଣ ଆମର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଇ ଥାଏ । ଆମେ ଖାଦ୍ୟ ଖାଇବା ବେଳେ ଖାଦ୍ୟର ସ୍ବାଦ ଉପରେ ଗୁରୁତ୍ୱ ଦେବା ଅପେକ୍ଷା ଖାଦ୍ୟର ଗୁଣବତ୍ତା ସ୍ବାସ୍ଥ୍ୟ ଉପଯୋଗୀ ଓ ସତେଜତାକୁ ପ୍ରାଧାନ୍ୟ ଦେବା ଉଚିତ । ଏତଦ୍‌ ସହିତ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବା ପାଇଁ ପ୍ରତିଦିନ ସୁଷମ ଖାଦ୍ୟ ସହ ଯୋଗ, ଆସନ, ପ୍ରାଣାୟାମ ତଥା ଶାରୀରିକ ପରିଶ୍ରମ କରିବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ଓ ଦୀର୍ଘାୟୁ ହୋଇଥାଏ। ତେଣୁ ଆୟୁର୍ବେଦ ଶାସ୍ତ୍ର ତଥା ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ତ୍ୱିକ, ତାମସିକ ଓ ରାଜସିକ ଏପରି ତିନି ଭାଗରେ ବିଭକ୍ତ କରାଯାଇ ତା’ର ଗୁଣ ତଥା ଶରୀର ଉପରେ ପ୍ରଭାବ ବିଷୟରେ ଉଲ୍ଲେଖ କରାଯାଇଛି। ସାତ୍ତ୍ୱିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଭିତରେ କ୍ଷୀର, ଲହୁଣି, ଘିଅ, ସବୁଜ ପନିପରିବା, ପାଚିଲା ଫଳ ତଥା ମୁଗ, ଗହମ, ବାର୍ଲି ଆଦି ଶସ୍ୟଜାତ ଖାଦ୍ୟକୁ ସାତ୍ତ୍ୱିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି। ସାତ୍ତ୍ୱିକ ଖାଦ୍ୟ ଖାଇବା ଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଶକ୍ତି ଦୃଢ଼ତା ହେବାସହ ମନରେ ସର୍ବଦା ଉତ୍ସାହ ତଥା ଆଧ୍ୟାତ୍ମିକ ଚିନ୍ତାଧାରା ସୃଷ୍ଟି ହୋଇ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ। ଏହି କାରଣରୁ ମନୁଷ୍ୟକୁ ଶୀଘ୍ର ବୃଦ୍ଧାବସ୍ଥା ନ ଆସି ଦୀର୍ଘାୟୁ ହୋଇଥାଏ । ଶାକାହାରୀ ମନୁଷ୍ୟ ମାଂସାହାରୀ ମନୁଷ୍ୟ ତୁଳନାରେ ନୀରୋଗ, ସୁସ୍ଥ ଓ ନିରାମୟ ଜୀବନ ବିତାଇଥାଏ । ଶାକାହାରୀମାନଙ୍କ ମସ୍ତିଷ୍କ, ଚିନ୍ତାଧାରା ସାଧାରଣତଃ ଶାନ୍ତ, ବଳିଷ୍ଠ ଓ ଆଧ୍ୟାତ୍ମିକତା ଗୁଣ ରହିଥାଏ । ତେଣୁ ସାତ୍ତ୍ୱିକ ଖାଦ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ସ୍ବାସ୍ଥ୍ୟ ନିମନ୍ତେ ଶ୍ରେଷ୍ଠତ୍ୱ ଦିଆଯାଇଛି।
ତାମସିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମଦ, ରସୁଣ, ପିଆଜ, ତଥା ଚା, କଫି, ତମାଖୁ, ମିଠା, ଫାଷ୍ଟଫୁଡ୍‌, ପିଜ୍ଜା, ବର୍ଗର, ଚକୋଲେଟ, ମସଲା, ଅତ୍ୟଧିକ ଲୁଣିଆ ଆଦି ଖାଦ୍ୟ ଦ୍ରବ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ତାମସିକ ଖାଦ୍ୟ ରୂପେ ଗଣନା କରାଯାଇଛି। ଉକ୍ତ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାର ଆଳସ୍ୟ, କ୍ଳାନ୍ତି, ଭୟ, କ୍ରୋଧ, ଈର୍ଷା, ପରଶ୍ରୀକାତରତା ଆଦି ଗୁଣ ଦେଖାଯାଏ। ନିୟମିତ ତାମସିକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହୃଦ୍‌ରୋଗ, ମଧୁମେହ, କର୍କଟ ଆଦି ଜଟିଳ ରୋଗ ହେବାର ଆଶଙ୍କା ରହିଥାଏ । ତାମସିକ ଖାଦ୍ୟ ଖାଇବା ଦ୍ୱାରା ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ଦେଖାଦେଇଥାଏ।
ରାଜସିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମସଲା ଯୁକ୍ତ ଖାଦ୍ୟ, ଲଙ୍କା, ପିଆଜ, ରସୁଣ, ମିଠା, ପରଟା, ଚା, କଫି, ତମାଖୁ ଆଦିକୁ ଆୟୁର୍ବେଦ ଶାସ୍ତ୍ରରେ ରାଜସିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି । ରାଜସିକ ଖାଦ୍ୟ ଖାଉଥିବା ବ୍ୟକ୍ତି ସାଧାରଣତଃ ଲୋଭି, ଈର୍ଷାଳୁ, କ୍ରୋଧୀ, ଅହଙ୍କାରୀ ପ୍ରକୃତିର ହୋଇଥାନ୍ତି। ଉପରୋକ୍ତ ବର୍ଣ୍ଣିତ ସାତ୍ତ୍ୱିକ, ତାମସିକ ଓ ରାଜସିକ ଖାଦ୍ୟ ବିଷୟରେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସାଧାରଣତଃ ସାତ୍ତ୍ୱିକ ଖାଦ୍ୟର ପ୍ରଭାବ ଶରୀର ପାଇଁ ଅନୁକୂଳ ଅଟେ । ଆମ ଶରୀର ବିଭିନ୍ନ ଶସ୍ୟଜାତ ଦ୍ରବ୍ୟ, ସବୁଜ ପନିପରିବା, ପାଚିଲା ଫଳ ତଥା ଆୟୁର୍ବେଦ ଔଷଧ ଗୁଣଯୁକ୍ତ ଖାଦ୍ୟ ସେବନରୁ ହିଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ । ଏତଦ ସହ ଆୟୁର୍ବେଦ ଔଷଧିୟ ଦ୍ରବ୍ୟ ଯଥା -ଗୁଳୁଚି, ଅଶ୍ୱଗନ୍ଧା, ଅଦା, ଗୋଲମରିଚ, ତେଜପତ୍ରୀ, ତୁଳସୀପତ୍ର, ଡାଳଚିନି, ଗୁଜୁରାତି ଆଦି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅଧିକ ସହାୟକ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ସହମତି ଦେଇଛନ୍ତି । ଆୟୁର୍ବେଦ ଶାସ୍ତ୍ର ମତରେ ପ୍ରତିଦିନ ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହା ଶରୀରରେ ପ୍ରବେଶ ପରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଏହିପରି କ୍ରମାନ୍ବୟରେ ସପ୍ତ ଧାତୁରେ ପରିଣତ ହୋଇଥାଏ । ସପ୍ତ ଧାତୁ୍‌ର ଅନ୍ତିମ ଧାତୁ ‘ଶୁକ୍ର’ । ଏହା ଶରୀରର ମୁଖ୍ୟ ଉପାଦାନ। ଶୁକ୍ର ଧାତୁର ପରବର୍ତ୍ତୀ ଧାତୁ ହେଲା ‘ଓଜ’ ବା ଶୁକ୍ର ଧାତୁର ସାର ଭାଗ। ଏହି ‘ଓଜ’ ଶରୀରର ସ୍ନେହ ଭାଗ ଅଟେ। ଏହାଦ୍ୱାରା ମନୁଷ୍ୟର ଜୀବନ ନିର୍ବାହ ହୋଇଥାଏ । ଶରୀରରେ ‘ଓଜ’ ନାଶ ହେଲେ ଶରୀର ନାଶ ହୋଇଥାଏ ବୋଲି ଚରକ ସଂହିତାରେ ଉଲ୍ଲେଖ ରହିଛି । ଏହାର ତାତ୍ପର୍ଯ୍ୟ ହେଲା ଓଜ କ୍ଷୟ ହେଲେ ଶରୀରରେ ଆଣ୍ଟିବଡିର କ୍ଷୟ ହୋଇଥାଏ; ଯଦ୍ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇ ବିଭିନ୍ନ ଜୀବାଣୁ ଭୂତାଣୁ ଶରୀରରେ ପ୍ରବେଶ ପାଇଁ ସହଜ ହୋଇଥାଏ। ଯେତେବେଳେ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୂତାଣୁ ପ୍ରବେଶ କରନ୍ତି ସେତେବେଳେ ‘ଓଜ’ ଶ୍ୱେତରକ୍ତ କଣିକା ଶରୀରରେ ବିଷାକ୍ତ ପଦାର୍ଥକୁ ପ୍ରଭାବ ଶୂନ୍ୟ କରିବା କ୍ଷମତା ତିଆରି କରି ନବାଗତ ଜୀବାଣୁ ବା ଭୂତାଣୁକୁ ନଷ୍ଟ କରିଦିଅନ୍ତି । ଏହି ପ୍ରକ୍ରିୟାକୁ ଶରୀରର ବ୍ୟାଧି କ୍ଷେମତ୍ୱ (ଶରୀରକୁ ପ୍ରବେଶ କରିଥିବା ବିଷ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ରକ୍ତରେ ଗଢି ଉଠିଥିବା ବିଷ ନାଶକ ପୁଷ୍ଟସାର) ବା ଆଣ୍ଟିବଡି କୁହାଯାଏ।
ଶରୀରରେ ଶ୍ୱେତରକ୍ତ କଣିକା ଯେତେବେଳ ଦୁର୍ବଳ ହୋଇପଡନ୍ତି ଏବଂ ‘ଓଜ’ ଦ୍ୱାରା ଯେତେବେଳେ ଆଣ୍ଟିଟକ୍ସିନ୍‌ ତିଆରି ହୋଇପାରେ ନାହିଁ ସେତେବେଳେ ମନୁଷ୍ୟ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୂତାଣୁ ସହଜରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି । ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’ କ୍ଷୟ ହେଲେ ମନୁଷ୍ୟ ବିଭିନ୍ନ ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’କୁ ଶରୀରର ରୋଗପ୍ରତିରୋଧକ ଶକ୍ତି ଭାବେ ଗ୍ରହଣ କରାଯାଇଥିବା ବେଳେ ଆଧୁନିକ ଚିକିତ୍ସା ମତରେ ଏହାକୁ ଇମ୍ୟୁନିଟି ପାୱାର ବୋଲି କୁହାଯାଏ । ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ତଥା ଭାରତ ବର୍ଷର କୋଣାନୁକୋଣରେ କରୋନା ଭୂତାଣୁର ଯେଉଁ ଭୟାବହତା ଦେଖାଦେଇଛି ତାହାକୁ ପ୍ରତିରୋଧ କରିବା ନିମନ୍ତେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିହାତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର, ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri