ଢେଙ୍କାନାଳ ପୌରସଂସ୍ଥାରେ ଅଚଳାବସ୍ଥା

ଢେଙ୍କାନାଳ ଅଫିସ, ୩ା୯: ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଛି ବିଜେଡି-ଭାଜପା କଳି। ସ୍ବାୟତ୍ତ ଶାସନ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମ ବାତିଲ ଓ ଭାଜପା କାଉନ୍‌ସିଲର ସୂର୍ଯ୍ୟପ୍ରତାପ ରାଉତଙ୍କ ଅଯୋଗ୍ୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାକୁ ନେଇ କାର୍ଯ୍ୟାଳୟ ଠପ୍‌ ହୋଇ ଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଶନିବାର ପୌରାଧ୍ୟକ୍ଷା, ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ରୋକ୍‌ଠୋକ୍‌ ଶୁଣାଇଛନ୍ତି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ବର୍ଷକୁ ଥରେ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର କର୍ମଚାରୀମାନେ ସାନ୍ଧ୍ୟ ଉତ୍ସବ ପାଳନ କରିଥାଆନ୍ତି। କିନ୍ତୁ ପୌରାଧ୍ୟକ୍ଷା ଉତ୍ସବରେ ଯୋଗ ଦେବା ଲାଗି ଅନିଚ୍ଛା ପ୍ରକାଶ କଲେ। ଯେହେତୁ ସେ ଜଣେ ମହିଳା ଜନପ୍ରତିନିଧି ଏବଂ ଆମ ଘରର ମୁରବୀ, ତେଣୁ ତାଙ୍କୁ ସମ୍ମାନ ଜଣାଇ ଏଭଳି ବଡ଼ ଉତ୍ସବକୁ ବାତିଲ କରାଗଲା। କାରଣ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ରହିଛି ମହିଳାଙ୍କୁ ସର୍ବଦା ସମ୍ମାନ ପ୍ରଦର୍ଶନ। ଉତ୍ସବରେ ଏମ୍‌ପି, ବିଧାୟକ, ଜିଲାପାଳଙ୍କୁ ଅତିଥି ଭାବେ ଡାକିଥିଲୁ। କିନ୍ତୁ ଉତ୍ସବ ବନ୍ଦ ହେବାରୁ ମୁଣ୍ଡ ତଳକୁ ହୋଇଯାଇଛି। ଏହା ଆମ ସମସ୍ତଙ୍କୁ ଆଘାତ ଦେଇଛି। ମର୍ମାହତ ମଧ୍ୟ କରିଛି। ସବୁଠାରୁ ବଡ଼ କଥା ହେଉଛି, ୯ନଂ. ୱାର୍ଡ ଭାଜପା କାଉନସିଲର ‘ମ୍ୟୁନିସିପାଲ୍‌-୨୦୨୨ ହ୍ବାଟସ୍‌ଆପ୍‌ ଗ୍ରୁପ୍‌’ରେ କରିଥିବା ମେସେଜ୍‌। ଏଥିରେ ଲେଖାଯାଇଛି, ତାଳଚେର ପୌରସଂସ୍ଥାରେ ବିଜେଡି କାଉନ୍‌ସିଲର ଯୋଗ ନ ଦେବା ସତ୍ତ୍ୱେ ସେଠାକାର ନିର୍ବାହୀ ଅଧିକାରୀ ଭାଜପା କାଉନ୍‌ସିଲରଙ୍କୁ ନେଇ ଉତ୍ସବ ପାଳନ କଲେ। କିନ୍ତୁ ଆମର ଉତ୍ସବ ବାତିଲ ହେବା ପୌର ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ଅଯୋଗ୍ୟତା ବୋଲି ଭାଜପା କାଉନସିଲର ମେସେଜ କରିଥିଲେ, ଯାହା ଆମ ସମସ୍ତଙ୍କୁ ମାନସିକ ଆଘାତ ଦେଇଛି। ଢେଙ୍କାନାଳ ସହରର ଉନ୍ନତୀକରଣ ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରୁଛି। ଏଭଳି ମନ୍ତବ୍ୟ କାର୍ଯ୍ୟ କରିବାରେ ବାଧକ ହେବ। ଏହାର ପ୍ରତିବାଦରେ କଲମ ଛାଡ଼ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏ ସମ୍ପର୍କରେ ଜିଲାପାଳ, ପୌରାଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇ ଆଲୋଚନା କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ପୌରଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ପୌରାଧ୍ୟକ୍ଷାଙ୍କୁ ସମ୍ମାନ ଜଣାଇ ଉତ୍ସବ ବନ୍ଦ କରାଯାଇଥିଲା। କିନ୍ତୁ ୯ନଂ. ୱାର୍ଡ ଭାଜପା କାଉନ୍‌ସିଲର ଅଯୋଗ୍ୟ କହିବା ଆମକୁ ମର୍ମାହତ କରିଛି। ସେ ଭୁଲ ମାଗିବା ପରେ କାର୍ଯ୍ୟ ଆରମ୍ଭ ହେବ।
ଅନ୍ୟପଟେ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇବା ପରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ନିର୍ବାହୀ ଅଧିକାରୀଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଆନ୍ଦୋଳନରୁ ନିବୃତ୍ତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଅପରାହ୍ନରେ ସେ କାର୍ଯ୍ୟାଳୟକୁ ଆସି ଆଲୋଚନା କରିବେ। ଏହାପରେ ଜିଲାପାଳଙ୍କ ସହ ଆଲୋଚନା କରାଯିବ ଏବଂ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri