ପ୍ରବାସୀ ଖୋଜୁଛି ସବୁଠୁ ଖୁସି ଦେଶ

ହେଲ୍‌ସିଙ୍କି,୨୩ା୬: ଫିନ୍‌ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍‌ଡ ହାପିନେସ୍‌ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି। ତେଣୁ ଅନ୍ୟ ଦେଶଗୁଡ଼ିକରୁ ଲୋକଙ୍କୁ ଆଣି ଫିନ୍‌ଲାଣ୍ଡରେ ବସତି ସ୍ଥାପନର ସୁଯୋଗ ଦିଆଯାଉ ବୋଲି ସେଠାକାର ବାସିନ୍ଦା ଚାହଁ।ନ୍ତି।
ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ଧିମେଇ ଯାଇଥିବାରୁ ଚିନ୍ତା ବଢ଼ିଯାଇଛି। ଫିନ୍‌ଲାଣ୍ଡ ତନ୍ମଧ୍ୟରୁ ଅନ୍ୟତମ। ବୟସ୍କ ଜନସଂଖ୍ୟା ଦୃଷ୍ଟିରୁ ଜାପାନ ପରେ ଫିନ୍‌ଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦେଶର ଅଧିକାଂଶ ଲୋକଙ୍କ ବୟସ ବଢ଼ିଯାଇଛି। ବୟସାଧିକ କାରଣରୁ ସେମାନେ କାମ କରିବାକୁ ଅକ୍ଷମ ହୋଇଯାଇଥିବାରୁ ଅନ୍ୟମାନଙ୍କଠାରୁ ସହାୟତା ଆଶା କରୁଛନ୍ତି। କିନ୍ତୁ ଅନ୍ୟମାନେ ମଧ୍ୟ ବୃଦ୍ଧାବୃଦ୍ଧଙ୍କୁ ସହଯୋଗ କରିବା ଅବସ୍ଥାରେ ନାହାନ୍ତି। ଜାତିସଂଘ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୦୦ ଶ୍ରମଜୀବୀଙ୍କ ମଧ୍ୟରୁ ୩୯.୨ ଜଣଙ୍କ ବୟସ ୬୫ ବର୍ଷରୁ ଊର୍ଦ୍ଧ୍ୱ। ୨୦୩୦ ସୁଦ୍ଧା ଏଭଳି ଲୋକଙ୍କ ନିର୍ଭରଶୀଳତା ୪୭.୫%କୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଆକଳନ କରିଛି। ପ୍ରାୟ ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଫିନ୍‌ଲାଣ୍ଡର ସରକାର ଦେଶବାସୀଙ୍କୁ ଚେତାଇଛନ୍ତି ଯେ, ବାର୍ଷିକ ଇମିଗ୍ରେଶନକୁ ବଢ଼ାଇବାକୁ ପଡ଼ିବ। ସାଧାରଣ ସେବା ପ୍ରଦାନ ବଜାୟ ରଖିବାକୁ ହେଲେ ଅନ୍ୟ ଦେଶରୁ ବର୍ଷକୁ ଅନୂ୍ୟନ ୨୦,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଆଣିବାକୁ ପଡ଼ିବ। ଫିନ୍‌ଲାଣ୍ଡ ସ୍ପେନ୍‌ରୁ ସ୍ବାସ୍ଥ୍ୟକର୍ମୀ, ସ୍ଲୋଭାକିଆରୁ ମେଟାଲ ଓ୍ବାର୍କର ଏବଂ ରୁଷିଆ ଓ ଭାରତରୁ ଆଇଟି ତଥା ମାରିଟାଇମ୍‌ ବିଶେଷଜ୍ଞଙ୍କୁ ଆଣିଥାଏ। କିନ୍ତୁ ନିକଟରେ ଏଦିଗରେ ନିଆଯାଇଥିବା କିଛି ପଦକ୍ଷେପ ସଫଳ ହୋଇନାହିଁ। କାରଣ ଅଧିକାଂଶ ପଶ୍ଚିମ ୟୁରୋପୀୟ ଦେଶରେ ପ୍ରବାସୀ ବିରୋଧୀ ମାନସିକତା ଓ ବାହାର ଲୋକଙ୍କୁ ନିଯୁକ୍ତି ଦେବାରେ ଅନାଗ୍ରହ ଭଳି ଅସୁବିଧା ରହିଛି। ଏପରି କି ନିର୍ବାଚନ ବେଳେ ସେମାନଙ୍କ ମତଦାନ ଅଧିକାରକୁ ମଧ୍ୟ ଅନେକେ ଗ୍ରହଣ କରି ନ ଥାଆନ୍ତି। ତେଣୁ ଅନ୍ୟ ଦେଶରୁ ସେଠାକୁ ଯାଇ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅନେକେ ଚାହିଁ ନ ପାରନ୍ତି। ୨୦୧୩ରେ ସ୍ପେନ୍‌ରୁ ୮ ଜଣ ନର୍ସଙ୍କୁ ଫିନ୍‌ଲାଣ୍ଡର ଭାସ ସହରକୁ କାମ କରିବା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ସେଠାକାର ଆକାଶଛୁଆଁ ଦରଦାମ, ଅତ୍ୟଧିକ ଶୀତ ଓ ଜଟିଳ ଭାଷା ଯୋଗୁ ଛାଡ଼ି ଚାଲିଯାଇଥିଲେ।
ପ୍ରକାଶ ଯେ ଫିନ୍‌ଲାଣ୍ଡ ହେଉଛି ୟୁରୋପୀୟ ସଂଘର ଏକ ସଦସ୍ୟ। ୧୯୧୭ ପର୍ଯ୍ୟନ୍ତ ସେଠାରେ ରୁଷିଆର ଶାସନ ଚାଲିଥିଲା। ରୁଷିଆ ବିପ୍ଳବ ପରେ ଏହି ଦେଶ ନିଜକୁ ସ୍ବାଧୀନ ଘୋଷଣା କରିଥିଲା। ଲିଙ୍ଗଗତ ସମାନତା କ୍ଷେତ୍ରରେ ଫିନ୍‌ଲାଣ୍ଡ ସବୁଠୁ ଆଗରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri