Posted inରାଜ୍ୟ

ପ୍ରବାସୀ ଭାରତୀୟ: ବିକଶିତ ଭାରତର ନବସୃଜନର ପରିଭାଷା

ଆପଣମାନଙ୍କ ସହଯୋଗ ଏବଂ ପ୍ରବାସୀ ଭାରତୀୟଙ୍କ ଅଂଶଗ୍ରହଣ ବିନା ‘ବିକଶିତ ଭାରତ’ର ଯାତ୍ରା ଅସମ୍ପୂର୍ଣ୍ଣ ରହିବ। ବିକଶିତ ଭାରତ ସଂକଳ୍ପରେ ଯୋଗ ଦେବାପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି। ନୂତନ ବର୍ଷର ପ୍ରଥମ ମାସ, ଅର୍ଥାତ୍‌ ୨୦୨୫ ମସିହା ଜାନୁଆରୀ ମାସରେ ଅନେକ ଜାତୀୟ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ଅନୁଷ୍ଠିତ ହେବ, ଯେଉଁଥିରେ ବିଶ୍ୱର କୋଣ ଅନୁକୋଣରୁ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରିବେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି। ଏହି ଅବସରରେ ଆପଣମାନେ ପୁରୀରେ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଲାଭ କରିପାରିବେ। ଏହା ପରେ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଦେଢ଼ମାସ କାଳ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ମେଳାରେ ଭାଗ ନିଅନ୍ତୁ। ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ସମାରୋହ ଦେଖିବା ପରେ ହିଁ ଫେରନ୍ତୁ। ସବୁଠାରୁ ବଡ଼ କଥା, ଆପଣମାନଙ୍କ କୁଏଟ୍‌ ବନ୍ଧୁମାନଙ୍କୁ ସାଥିରେ ଆଣନ୍ତୁ ଏବଂ ସେମାନଙ୍କୁ ଭାରତର ମହକ ଅନୁଭବ କରିବାର ସୁଯୋଗ ଦିଅନ୍ତୁ। ଅତୀତରେ ଦିଲ୍ଲୀପ କୁମାର ସାହେବ ଏଠାରେ ପ୍ରଥମ ଭାରତୀୟ ରେସ୍ତୋରଁା ଉଦ୍‌ଘାଟନ କରିଥିଲେ। ଭାରତର ଅସଲ ସ୍ବାଦ ସେହିଠାରେ ହିଁ ଅନୁଭବ କରିହୁଏ। ସେହି ସ୍ବାଦ ପରଷିବା ପାଇଁ କୁଏଟ୍‌ ବନ୍ଧୁମାନଙ୍କୁ ଆପଣମାନେ ଆମନ୍ତ୍ରଣ କରନ୍ତୁ।“ ଗତ ଡିସେମ୍ବର ମାସ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏଟ୍‌ରେ ବସବାସ କରୁଥିବା ଭାରତୀୟମାନଙ୍କୁ ଏହି ଉଦ୍‌ବୋଧନ ଦେଇଥିଲେ ହେଁ, ବାସ୍ତବରେ ଏହି ଆମନ୍ତ୍ରଣ ସାରା ବିଶ୍ୱର ତିନି କୋଟି ପଚାଶ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଟେ। ଦେଶର ବିକାଶ ଓ ସମୃଦ୍ଧିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଓ ଭୂମିକାକୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରିବା ଉଦ୍ଦେଶ୍ୟରେ ୨୦୦୩ ମସିହାରୁ ପ୍ରତିବର୍ଷ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ଜାନୁଆରୀ ୯ ତାରିଖ ‘ପ୍ରବାସୀ ଭାରତୀୟ ଦିବସ’ ଭାବେ ପାଳନ କରାଯାଉଛି। କିନ୍ତୁ ୨୦୧୭ ମସିହାରୁ ଏହା ଦ୍ୱିବାର୍ଷିକ ସମାରୋହରେ ପରିଣତ ହୋଇଯାଇଛି।
ଜାନୁଆରୀ ୯ ତାରିଖ ଭାରତ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ମହାମତ୍ା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ୨୧ ବର୍ଷର ରହଣି ମଧ୍ୟରେ ‘ସତ୍ୟାଗ୍ରହ’କୁ ଅସହାୟ ଜନତାଙ୍କ ଅମୋଘ ଅସ୍ତ୍ର ଭାବେ ବିଶ୍ୱବନ୍ଦିତ କରିବା ପରେ ୧୯୧୫ ମସିହା ଏହି ଦିନ ସ୍ବଦେଶ ଫେରି ଦେଶର ମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବିଂଶ ଶତାବ୍ଦୀର ଆଦ୍ୟ ସୋପାନରେ ସାରା ଭାରତ ବର୍ଷରେ ଏକତାର ନଁା ନ ଥିଲା। ଜାତିକୁ ନେଇ କେତେ ଶ୍ରେଣୀ। ଗୋଟିଏ ଜାତି ଭିତରେ ବି ‘ବଡ଼ ଜାତି, ସାନ ଜାତି’ର ଫରକ। ବଡ଼ ଜାତି ସାନ ଜାତି ଭିତରେ ବି କେତେ ଉପଜାତି। ଜାତି-ଜାତି ଭିତରେ ଏକାଠି ବସି ଖାଇବା ସମ୍ଭବ ନ ଥିଲା। ସବୁବେଳେ ନଜରରେ ଥିଲେ ‘ଅଛବ’ ଜାତି। ଛାଇ ପଡ଼ିଲେ ମାରା। ସବର୍ଣ୍ଣଙ୍କ ଆଖିରେ ସେମାନେ ଥିଲେ ଘୃଣ୍ୟ, ହୀନ, ଅପବିତ୍ର। ସେମାନଙ୍କ ପାଇଁ କୂଅ, ପୋଖରୀ, ଦେବଶାଳା, ଶ୍ମଶାନ ସବୁ ମନା ଥିଲା। ସମାଜରେ ଥୋକେ ଥିଲେ ସାମନ୍ତବାଦୀ- ଜମିଦାର, ସାଆନ୍ତ। ସେମାନଙ୍କ ଆଗରେ ସମସ୍ତେ ଥିଲେ ଯୋଡ଼ହସ୍ତ ସେବକ, ବେଠିଆ। ନାରୀମାନଙ୍କର ସ୍ଥାନ ଥିଲା ଆହୁରି ତଳେ। ମୁଣ୍ଡରେ ହାତେ ଲମ୍ବର ଓଢ଼ଣି ଟାଣି ଘର କୋଣରେ ରହି ପିଲା ପାଳିବା, ଘରକାମ କରିବାରେ ସାରା ଜୀବନ ବିତି ଯାଉଥିଲା। ସେମାନଙ୍କ ଦ୍ୱାରା ଆଉ କିଛି ହେଇପାରିବ, ଏକଥା ସେମାନଙ୍କୁ ମଧ୍ୟ ଜଣା ନ ଥିଲା। ବହୁ ଶତାବ୍ଦୀ ଧରି ଏହି ବ୍ୟବସ୍ଥା ଓ ଚଳଣି ଆମ ସମାଜର ଅଙ୍ଗ ପାଲଟି ଯାଇଥିଲା। ହଠାତ୍‌ ମାତ୍ର କେଇ ବର୍ଷ ଭିତରେ ସବୁ କିଛି ବଦଳିଗଲା- କେମିତି? କିଏ ବଦଳାଇଲେ? – ଏ ପ୍ରଶ୍ନର ଉତ୍ତର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାମତ୍ା ଗାନ୍ଧିଜୀଙ୍କର କୁହୁକ ଆହ୍ବାନରେ ସେହି ସାଧାରଣ ଗାଁ ଲୋକ, ସ୍ତ୍ରୀ ପୁରୁଷ ଉଭୟ, ସ୍ବାଧୀନତା ସଂଗ୍ରାମରେ ଲୀନ ହୋଇ ଯେଉଁ ଅସୀମ ସାହସ, ତ୍ୟାଗ, ତିତିକ୍ଷା ଓ ସର୍ବୋପରି ଦେଶପ୍ରେମର ଉତ୍ତୁଙ୍ଗ ପରାକାଷ୍ଠା ପ୍ରଦର୍ଶନ କଲେ, ତାହାର ତୁଳନା ନାହିଁ। ହଠାତ୍‌ ସବୁ ଭେଦଭାବ ଦୂର ହୋଇଗଲା। ସଂଭ୍ରାନ୍ତ ଜମିଦାରଙ୍କ ଉଚ୍ଚଶିକ୍ଷିତ ସନ୍ତାନମାନେ ଅଛବମାନଙ୍କ ପିଣ୍ଡାରେ ବସି ସେମାନଙ୍କ ସହ ଭୋଜନ କଲେ, ସେମାନଙ୍କ ହାନିଲାଭ ବୁଝିଲେ। ସମସ୍ତେ ଗାନ୍ଧିଜୀଙ୍କ ଆହ୍ବାନରେ ମନ୍ତ୍ରମୁଗ୍ଧ ହୋଇ ଏକ ହୋଇଗଲେ। ଗାନ୍ଧିଜୀଙ୍କ ଏହି ଅବଦାନକୁ ସ୍ମରଣ କରି ଏକତା ସୂତ୍ରରେ ଦେଶକୁ ଆଗେଇ ନେବା ହିଁ ପ୍ରବାସୀ ଭାରତୀୟ ଦିବସର ଅନ୍ୟତମ ଆଭିମୁଖ୍ୟ।
ପ୍ରବାସୀ ଭାରତୀୟଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ପ୍ରଥମତଃ: ନନ୍‌ ରେସିଡେଣ୍ଟ ଇଣ୍ଡିଆନ୍‌ (Non Resident Indian-NRI)- ବିଦେଶରେ ଚାକିରି ଅବା ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ, ଅଧ୍ୟୟନରତ ଛାତ୍ର/ଛାତ୍ରୀ ଏବଂ ସେମାନଙ୍କ ଜୀବନସାଥୀ ଏହି ଶ୍ରେଣୀର ପର୍ଯ୍ୟାୟଭୁକ୍ତ। ଭାରତୀୟ ପାସ୍‌ପୋର୍ଟ ହିଁ ଏମାନଙ୍କର ପରିଚୟ। ଭାରତ ସହିତ ଏମାନଙ୍କର ଅନ୍ତରଙ୍ଗ ଆମତ୍ୀୟତା ତିଷ୍ଠି ରହିଥାଏ। ବିଦେଶରେ ଏହିମାନେ ହିଁ ଭାରତୀୟ ଜୀବନଚର୍ଯ୍ୟା, ସଂସ୍କୃତି ଓ ଐତିହ୍ୟର ପ୍ରତିନିଧିତ୍ୱ କରିଥାନ୍ତି। ଦ୍ୱିତୀୟତଃ: ଭାରତୀୟ ବଂଶୋଦ୍ଭବ (Person of Indian Origin-PIO) ସୁଦୀର୍ଘ ଅତୀତରେ ଏମାନଙ୍କ ପିତାମାତା, ଜେଜେବାପା-ଜେଜୀମା କିମ୍ବା ପୂର୍ବଜ ଭାରତରେ ଜନ୍ମଗ୍ରହଣ କରିଥିଲେ। କୌଣସି କାରଣରୁ ଏମାନେ ବିଦେଶ ଆସି ସେଠାରେ ସ୍ଥାୟୀ ବାସିନ୍ଦା ପାଲଟିଗଲେ। ଆଇନର ପରିଭାଷାରେ ଏମାନେ ଭାରତୀୟ ନୁହନ୍ତି, କିନ୍ତୁ ଭାରତୀୟ ଭାବେ ନିଜର ପରିଚୟକୁ ନେଇ ବେଶ୍‌ ଗର୍ବ ଅନୁଭବ କରନ୍ତି। ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପର୍ଯ୍ୟାୟର। ଋଷି ସୁନକଙ୍କ ପିତାମାତା ୧୯୬୬ ମସିହାରେ ଇଂଲଣ୍ଡ ଆସିଥିଲେ। ତୃତୀୟତଃ: ଭାରତର ବିଦେଶୀ ନାଗରିକ (Overseas Citizen of India -OCI), ଏମାନେ ବାସ୍ତବରେ ବିଦେଶୀ ନାଗରିକ। କିନ୍ତୁ ଭାରତରେ ଜୀବନବ୍ୟାପୀ କାମ କରିବା ପାଇଁ ଏମାନଙ୍କୁ ଭିଜା ଅନୁମତି ମିଳିଥାଏ। ଏମାନେ ଭାରତକୁ ନିଜର କର୍ମଭୂମି ଭାବେ ଆଦରି ନେଇଥିବାରୁ ଦେଶ ପ୍ରତି ଏମାନଙ୍କର ବନ୍ଧନ ଅତୁଟ ରହିଥାଏ।
ଚଳିତ ବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସର ପ୍ରସଙ୍ଗ ହେଉଛି ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଅବଦାନ’। ବିକଶିତ ଭାରତର ପୂର୍ବାଭାସ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୁଏଟ୍‌ ଉଦ୍‌ବୋଧନରେ କହିଥିଲେ-”ବିଗତ ଦଶବର୍ଷ ମଧ୍ୟରେ ଭାରତରେ ବିଛାଯାଇଥିବା ଅପ୍‌ଟିକାଲ ଫାଇବରର ଲମ୍ବ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାଠାରୁ ଆଠଗୁଣ ଅଧିକ। ଆଜି ଭାରତ ବିଶ୍ୱର ସବୁଠାରୁ ଅଧିକ ଡିଜିଟାଲ ସଂଯୋଗକାରୀ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆଗାମୀ ଦିନରେ ଭାରତ ବିଶ୍ୱ-ବିକାଶ-କେନ୍ଦ୍ରରେ ପରିଣତ ହେବ।“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ସଂକଳ୍ପର ଫଳପ୍ରସୂ ପରିଣତି ସ୍ବରୂପ ୨୦୪୭ ମସିହାରେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ସୁଦୃଢ଼ ଅର୍ଥନୀତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସୁଦୂରପ୍ରସାରୀ ପ୍ରଭାବ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ସମର୍ଥ ହେବ। ଏହି ଦୁଇଟି କ୍ଷେତ୍ରରେ ପ୍ରବାସୀ ଭାରତୀୟ ବିଶ୍ୱରେ ନେତୃତ୍ୱ ନେଇଛନ୍ତି। ସଦ୍ୟତମ ତଥ୍ୟ ଅନୁଯାୟୀ ଷୋହଳଟି ଫର୍ଚୁନ ୫୦୦ କମ୍ପାନୀର ମୁଖ୍ୟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କଠାରୁ ଆଲ୍‌ଫାବେଟ୍‌ର ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ସମସ୍ତେ ବିଶ୍ୱ ନେତୃତ୍ୱର ପରିଭାଷା ପୁନଃ ନିର୍ଦ୍ଧାରଣ କରିବାରେ ସଫଳ ହୋଇଛନ୍ତି। କର୍ପୋରେଟ୍‌ ଆମେରିକାରେ ପ୍ରବାସୀ ଭାରତୀୟଙ୍କ ପ୍ରଭାବଶାଳୀ ଉପସ୍ଥିତି କେବଳ ପରିସଂଖ୍ୟାନ ଦୃଷ୍ଟିକୋଣରୁ କୌତୂହଳପୂର୍ଣ୍ଣ ନୁହେଁ, ଆଧୁନିକ ବ୍ୟବସାୟ ଜଗତର ବିଶ୍ୱସ୍ତରୀୟ ନେତୃତ୍ୱ ସମ୍ପର୍କରେ ଏହା ଦମ୍ଭୋକ୍ତିପୂର୍ଣ୍ଣ ବିବୃତି ଭାବେ ଗ୍ରହଣ କରାଯାଇପାରେ। ୨୦୨୩ ମସିହା ତଥ୍ୟ ଆଧାରରେ ପ୍ରାୟ ୭୮% ଭାରତୀୟ-ଆମେରିକୀୟ ଅନୂ୍ୟନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି, ଯାହା ଆମେରିକାର ଜାତୀୟ ହାର ୩୬%ଠାରୁ ଦୁଇଗୁଣରୁ ଅଧିକ। ଏହା ହିଁ ହେଉଛି ସେମାନଙ୍କ ସଫଳତାର ମଞ୍ଜକଥା।
ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରବାସୀ ଭାରତୀୟଙ୍କ ପ୍ରମୁଖ ଅବଦାନ ରହିଛି। ୨୦୨୩ ମସିହାରେ ପ୍ରବାସୀ ଭାରତୀୟମାନେ ଯେଉଁ ୧୨୫ ବିଲିୟନ ଡଲାର ଅର୍ଥ ଦେଶକୁ ପଠାଇଥିଲେ, ତାହା ବିଶ୍ୱରେ ସର୍ବାଧିକ ଏବଂ ଦେଶର ଜିଡିପିର ୩.୪%। ସେମାନେ ମଧ୍ୟ ଦେଶରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରମୁଖ ଉତ୍ସ। ତିନି କୋଟି ପଚାଶ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଅନ୍ୟ ସମସ୍ତ ଦେଶ ତୁଳନାରେ ସର୍ବାଧିକ। କିନ୍ତୁ ବୃହତ୍ତର ଦୃଷ୍ଟିକୋଣରୁ ବିଚାର କଲେ ଏହା କେବଳ ସଂଖ୍ୟାରେ ସୀମିତ ନୁହେଁ, ପ୍ରବାସୀ ଭାରତୀୟ ହେଉଛନ୍ତି ଏକ ଗତିଶୀଳ ଶକ୍ତି, ଯାହା ବିଶ୍ୱ ଏବଂ ଭାରତର ଭବିଷ୍ୟତକୁ ନୂତନ ରୂପରେ ଉଦ୍‌ଭାଷିତ କରିବା ପାଇଁ ସମର୍ଥ। ସିଲିକନ୍‌ ଭ୍ୟାଲି ଟେକ୍‌ନୋଲୋଜି କ୍ଷେତ୍ରରୁ ଇଂଲଣ୍ଡର ନୀତି ନିର୍ଦ୍ଧାରକ; ମଧ୍ୟପ୍ରାଚ୍ୟର ନର୍ସମାନଙ୍କଠାରୁ ଅଷ୍ଟ୍ରେଲିଆ ଓ କାନାଡାର ଛାତ୍ର ସମାଜ, ଏହି ପ୍ରବାସୀ ଭାରତୀୟମାନେ କେବଳ ପ୍ରବାସର କାହାଣୀ ନୁହନ୍ତି, ଏମାନେ ସମସ୍ତେ ସହଯୋଗ ଓ ନବସୃଜନର ପ୍ରତିଶ୍ରୁତି ବହନ କରନ୍ତି।
ଆନନ୍ଦର କଥା, ଭାରତ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି, ଯେଉଁଥିରେ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତୃବୃନ୍ଦ ପ୍ରାୟ ଆଠ ହଜାର ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବେ। ବିଦେଶରେ ରହୁଥିବା ଆମ ରକ୍ତ ସମ୍ପର୍କୀୟଙ୍କୁ ସ୍ବାଗତ କରିବା ସହିତ ସେମାନଙ୍କୁ ଅବିସ୍ମରଣୀୟ ଅନୁଭୂତି ପରଷିବା ପାଇଁ ଭୁବନେଶ୍ୱର ଅପରୂପ ଶୋଭାରେ ସଜ୍ଜିତ ହୋଇଛି। ଭୁବନେଶ୍ୱର କେବଳ ଐତିହ୍ୟ ଓ ସଂସ୍କୃତିର ମନ୍ଦିରମାଳିନୀ ସହର ନୁହେଁ, ଆତିଥ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଯଥେଷ୍ଟ ସୁନାମ ରହିଛି। ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରନ୍ତୁ।
ଭଦ୍ରାଣୀ, ସାଳନ୍ଦୀ ନଗର,
ଭଦ୍ରକ-୭୫୬୧୦୦
ମୋ-୯୪୩୭୧୯୧୩୫୦
email : saiabhay19@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri