Posted inଜାତୀୟ

ପୂର୍ବତନ ବିଧାୟକଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି, ବିଦେଶୀ ବନ୍ଧୁକ, ସୁନା ରଡ, ବିପୁଳ ପରିମାଣରେ ମଦ

ନୂଆଦିଲ୍ଲୀ,୫।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଆଇନ ଖଣି ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ INLD ଇନୋଲ ବିଧାୟକ ଦିଲବାଗ ସିଂଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା। ଦିଲବାଗ ସିଂଙ୍କ ଲୁଚି ରହିଥିବା ସ୍ଥାନରୁ ବହୁ ପରିମାଣର ବେଆଇନ ଜିନିଷ ଜବତ କରାଯାଇଛି।
ଇଡି ସୂତ୍ର ଅନୁଯାୟୀ ତାଙ୍କ ଘରୁ ବହୁ ପରିମାଣର ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟୁନର ବେଆଇନ ସାମଗ୍ରୀ, ୧୦୦ରୁ ଅଧିକ ମଦ ବୋତଲ, ୫କୋଟି ଟଙ୍କା ଏବଂ ପ୍ରାୟ ଚାରି ରୁ ପାଞ୍ଚ କିଲୋ ବୁଲିୟନ ଉଦ୍ଧାର କରାଯାଇଛି। ଦିଲବାଗ ସିଂଙ୍କ ଲୁଚି ରହିଥିବା ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତି ଦଲିଲ ମଧ୍ୟ ମିଳିଛି।

ବୁଲିୟନ ହେଉଛି ଏକ ସୁନା ଏବଂ ରୂପା ଖଣ୍ଡ, ଯାହା ଆନୁଷ୍ଠାନିକ ଭାବରେ ଅତି କମରେ ୯୯.୫ ପ୍ରତିଶତ ଶୁଦ୍ଧ ବୋଲି ବିବେଚନା କରାଯାଏ। ଏହା ଇଙ୍ଗୋଟ କିମ୍ବା ବାର୍‌ ଆକାରରେ। ଏହା ନିୟମିତ ଭାବରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ରିଜର୍ଭରେ ରଖାଯାଇଥାଏ କିମ୍ବା ସେମାନଙ୍କ ପୋର୍ଟଫୋଲିଓରେ ମୁଦ୍ରାସ୍ଫୀତିର ପ୍ରଭାବକୁ ଏଡାଇବା ପାଇଁ ଅନୁଷ୍ଠାନିକ ନିବେଶକମାନଙ୍କ ଦ୍ୱାରା ବ୍ୟବହୃତ ହୁଏ । ଖଣିଜ ସୁନାର ପ୍ରାୟ ୨୦ ପ୍ରତିଶତ ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ଧାରଣ କରାଯାଇଥାଏ। ଏହାକୁ ଘରେ ରଖିବା ସଂପୂର୍ଣ୍ଣ ବେଆଇନ ବୋଲି ଧରାଯାଏ। ପାଣ୍ଠି ସଂଗ୍ରହରେ ସାହାଯ୍ୟ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ବୁଲିୟନ ସଂରକ୍ଷଣରୁ ପ୍ରାୟ ଏକ ପ୍ରତିଶତ ହାରରେ ବୁଲିୟନ ବ୍ୟାଙ୍କଗୁଡିକୁ ସୁନା ଦେଇଥାଏ।
ପ୍ରକୃତରେ, ହରିୟାଣାର ଯମୁନାନଗର ଜିଲାରେ ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଗୁରୁବାର ରାଜ୍ୟ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ (INLD) ବିଧାୟକ ଦିଲବାଗ ସିଂଙ୍କ ବାସଭବନରେ ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri