Categories: ଜାତୀୟ

ହାଡଭଙ୍ଗା ଶୀତ ପରେ ଏବେ ବର୍ଷା ସାଙ୍ଗକୁ ତୁଷାରପାତ, ବଦଳୁଛି ଉତ୍ତର ଭାରତର ପାଣିପାଗ

ନୂଆଦିଲ୍ଲୀ,୨୩ ।୧: ଉତ୍ତର ପଶ୍ଚିମ ଭାରତର କିଛି ସ୍ଥାନରେ ଆଗାମୀ କିଛିଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ଭିତରେ ପଶ୍ଚିମ ହିମାଳୟ ଅଞ୍ଚଳରେ ତୁଷାରପାତ ବି ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୪ ଓ ୨୬ ଜାନୁୟାରୀ ମଧ୍ୟରେ ବର୍ଷା ଓ ତୁଷାରପାତ ହେବା ସହ ଅନ୍ୟ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ ଆରବ ସାଗରରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ଅଧିକ ଆର୍ଦ୍ରତା ସହିତ ଜାନୁୟାରୀ ୨୪ରୁ ୨୬ ମଧ୍ୟରେ ଏକ ଆକ୍ଟିଭ ୱେଷ୍ଟର୍ଣ୍ଣ ଡିଷ୍ଟର୍ବେଂସ ଧୀରେ ଧୀରେ ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ସୋମବାର ପଶ୍ଚିମ ହିମାଳୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ୨୪ରୁ ୨୬ ଜାନୁୟାରୀ ମଧ୍ୟରେ ଏହା ତୀବ୍ର ହେବ ବୋଲି ଆଶା କରାଯାଉଛି । ୨୪ ଓ ୨୫ରେ ହିମାଚଳ ପ୍ରଦେଶ ଏବଂ ୨୫ ଓ ୨୬ ଜାନୁୟାରୀରେ ଉତ୍ତାଖଣ୍ଡରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି ।

Share