Categories: ଜାତୀୟ

‘ମୁଁ ଦଳର କାହା ଉପରେ ରାଗି ନାହିଁ’

ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍‌ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍‌ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି କିମ୍ବା ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରିନାହାନ୍ତି। ଯଦି କେହି ଏପରି ଭାବନ୍ତି, ତେବେ ପ୍ରମାଣ ଉପସ୍ଥାପନ କରନ୍ତୁ। କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁର ରବିବାର ସ୍ପଷ୍ଟ କରିଛନ୍ତି ଯେ, କାହା ସହ କଥାବାର୍ତ୍ତା କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଅଲ୍‌ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଯୋଗଦେବା ପାଇଁ କୋଚିରେ ଥିବା ଥରୁର କହିଛନ୍ତି, ସେ ଦଳର କାହା ଉପରେ ରାଗି ନାହାନ୍ତି କି କାହା ବିରୋଧରେ କହିନାହାନ୍ତି।

ସେ କହିଛନ୍ତି, କାହିଁକି ଏପରି ବିବାଦ ସୃଷ୍ଟି ହୋଇଛି? ମୁଁ କାହାକୁ ଦାୟୀ କରି ନାହିଁ କିମ୍ବା ଅଭିଯୋଗ କରି ନାହିଁ। ମୋ ପକ୍ଷରୁ କୌଣସି ଅଭିଯୋଗ କିମ୍ବା ସମସ୍ୟା ନାହିଁ। ସମସ୍ତଙ୍କୁ ଏକାଠି ଦେଖିବାରେ ମୋର କୌଣସି ଅସୁବିଧା ନାହିଁ, କିମ୍ବା କାହା ସହିତ କଥାବାର୍ତ୍ତା କରିବାରେ ମୋର ମଧ୍ୟ କୌଣସି ସମସ୍ୟା ନାହିଁ।

Share