Categories: ଜାତୀୟ

‘ମୁଁ ଧମକକୁ ଭୟ କରେ ନୁହେଁ’

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ରବିବାର ସେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ମୁଁ ଏସବୁ ପ୍ରତି ଧ୍ୟାନ ଦେଉ ନାହିଁ। ଆମର ଗୃହ ବିଭାଗ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସକ୍ଷମ, ସେମାନଙ୍କ ଉପରେ ଆମର ବିଶ୍ୱାସ ଅଛି। ମୁଁ ଏପରି ଧମକକୁ ଭୟ କରେ ନାହିଁ କିମ୍ବା ଭୟ କରିବି ନାହିଁ। ଜନସାଧାରଣଙ୍କ ସେବା ପାଇଁ ମୋତେ କେହି ଅଟକାଇ ପାରିବେ ନାହିଁ, ମୁଁ କାର୍ଯ୍ୟ ଜାରି ରଖିବି।
ସୂଚନାଯୋଗ୍ୟ, ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଧମକ ମିଳିଥିଲା। ଏହା ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଶିନ୍ଦେଙ୍କ ସୁରକ୍ଷା ବଢାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share