Categories: ଜାତୀୟ

ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ…

ମୁମ୍ବାଇ,୨୦।୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ଉଦ୍ଧବ) ନେତା ଉଦ୍ଧବ ଠାକରେଙ୍କୁ ନିଜ ଦଳର ନେତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ରତ୍ନାଗିରି ଜିଲାର ଖେଡରେ ଏକ ରାଲିରେ ସମ୍ବୋଧିତ କରିଥିଲେ। କିଛି ଦିନ ପୂର୍ବରୁ ସମାନ ସ୍ଥାନରେ ଏକ ସଭାକୁ ଉଦ୍ଧବ ମଧ୍ୟ ସମ୍ବୋଧିତ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ଶିନ୍ଦେ ନିଜକୁ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି। ଶିନ୍ଦେ କହିଛନ୍ତି ଯେ ଉଦ୍ଧବ ନିଜ ଦଳୀ ନେତାଙ୍କ ରାଜନୈତିକ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଅନ୍ୟ ରାଜନୈତିକ ଦଳ ସହ ଷଡଯନ୍ତ୍ର କରୁଥିବା ଏଭଳି ନେତାଙ୍କୁ କେବେ ଦେଖି ନ ଥିଲେ।

ବହୁ ପୂର୍ବରୁ ଶିବସେନା ଛାଡିଥିବା ରାଜ ଠାକରେ ଏବଂ ନାରାୟଣ ରାଣେଙ୍କ ସମେତ ଶିନ୍ଦେ ଅନ୍ୟ ନେତାଙ୍କ ସମ୍ପର୍କରେ କହିଥିଲେ। ଏଭଳି ପରିସ୍ଥିତିରେ ଦଳ କିପରି ଆଗକୁ ବଢ଼ିବ? , ଆମକୁ ଦେଶଦ୍ରୋହୀ ବୋଲି କହିବାର ଉଦ୍ଧବଙ୍କର କୌଣସି ଅଧିକାର ନାହିଁ। ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି। ମୋର ଆତ୍ମସମ୍ମାନକୁ ଉଦ୍ଧବ ଆଘାତ ଦେଇଥିବା ଶିନ୍ଦେ ଅଭିଯୋଗ କରିଛନ୍ତି।

ମୁଁ ସେଭଳି ମୁଖ୍ୟମନ୍ତ୍ରୀ ନୁହେଁ, ଯିଏ ଘରେ ବସି ଆଦେଶ ଦିଅନ୍ତି, ବରଂ ମୁଁ ସଙ୍କଟ ସମୟରେ କ୍ଷେତ୍ରକୁ ଯିବାରେ ବିଶ୍ୱାସ କରେ। ମୁଁ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲି। ମୁଁ ସବୁବେଳେ କ୍ଷେତ୍ରରେ କାମ କରୁଥିଲି, କିନ୍ତୁ ଉଦ୍ଧବ ମୋତେ ଜଣେ ଠକ ବୋଲି କହିଛନ୍ତି। ଏହା ମତେ ମାନସିକସ୍ତରରେ ଆଘାତ ଦେଇଥିବା ସେ କହିଛନ୍ତି।

Share