ମୁଁ କେବଳ ନାମକୁ ମାତ୍ର ନବାବ, ସବୁ ଟଙ୍କା ତ ମା’ ରଖନ୍ତି

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଫିଲ୍ମ ‘ଭୁତ ପୋଲିସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଫିଲ୍ମର ପ୍ରମୋଶନ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ତାଙ୍କ ସହ ଅର୍ଜୁନ କପୁର, ୟାମୀ ଗୌତମ ଏବଂ ଜାକଲିନ୍‌ ଫର୍ନାଡିଜ୍‌ ମଧ୍ୟ ଅଭିନୟ କରିଛନ୍ତି। ନିକଟରେ ପ୍ରମୋଶନ ପାଇଁ ଫିଲ୍ମର କଳାକାରମାନେ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଏହି ସମୟରେ ଅନେକ ମଜାଦାର କାହାଣୀ ଶେୟାର କରିଛନ୍ତି ସୈଫ। କପିଲ ସୈଫ୍‌ଙ୍କୁ ତାଙ୍କ ପଟୌଦି ପ୍ୟାଲେସ ବିଷୟରେ ପ୍ରଶ୍ନ କରିଥିଲେ। ସେ କହିଥିତ୍ଲେ ପଟୌଦି ପ୍ୟାଲେସରେ ଓ୍ବେବ୍‌ସିରିଜ୍‌ ‘ତାଣ୍ଡବ’ ଶୁଟିଂ ହୋଇଥିଲା। ଏଥିରେ ଅଭିନୟ କରି ସୈଫ ଅଧିକ ଟଙ୍କା କମାଇଥିଲେ ନା ଭଡା ଟଙ୍କା ଆଦାୟ କରି ଅଧିକ ଆୟ କରିଥିଲେ। ଏହାର ଜବାବରେ ସୈଫ କହିଥିଲେ, ମୁଁ ନାମକୁ ମାତ୍ର ନବାବ, ପ୍ୟାଲେସ୍‌ ଶୁଟିଂ ଟଙ୍କା ତ ମା’ ନେଇଯାନ୍ତି। ସୈଫ୍‌ଙ୍କ ଏହି କଥା ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ।

Share