Categories: ଖେଳ

କ୍ରିକେଟର୍‌ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି। ଭାଇରାଲ ଫଟୋରେ ସଫା ବାଗ୍‌ ନିଜ ଚେହେରାକୁ ଅସ୍ପଷ୍ଟ କରିଦେଇଛନ୍ତି। ଫଟୋ ଶେୟାର କରି ସେ ଲେଖିଛନ୍ତି, ମୁଁ ତାଙ୍କ ମାଲିକ ନୁହେଁ, ସାଥି ଅଟେ। ଏହି ଫଟୋ ଦେଖି କିଛି ଲୋକ ଇରଫାନ ପଠାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ। ଶେଷରେ ଇର୍‌ଫାନ୍‌ଙ୍କୁ ମୁହଁ ଖୋଲିବାକୁ ପଡିଛି। ଇରଫାନ ପଠାନ ସେହି ଫଟୋକୁ ଟୁଇଟ କରି ଲେଖିଛନ୍ତି- ଏହି ଫଟୋ ମୋ ରାଣୀ ମୋ ପୁଅର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି। ଫଟୋକୁ ନେଇ ଅନେକ ଖରାପ ମନ୍ତବ୍ୟ ଦିଆଯାଉଛି। ମୋତେ ମଧ୍ୟ ଏହି ଫଟୋ ପୋଷ୍ଟ କରିବାକୁ ଦିଅ। ମୋ ସ୍ତ୍ରୀ ତାଙ୍କ ପସନ୍ଦରେ ନିଜ ମୁହଁକୁ ଅସ୍ପଷ୍ଟ କରିଦେଇଛନ୍ତି। ହଁ, ମୁଁ ତାଙ୍କର ଗୁରୁ ନୁହେଁ, କିନ୍ତୁ ତାଙ୍କର ସାଥୀ।
ସୂଚନାଯୋଗ୍ୟ ଯେ, ଇରଫାନ ପଠାନ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀଙ୍କ ଫଟୋ ଶେୟାର କରନ୍ତି କିନ୍ତୁ ଏଥିରେ ତାଙ୍କ ଚେହେରା ଲୁଚି ରହିଥାଏ। ନିକଟରେ ପଠାନ ସ୍ତ୍ରୀଙ୍କ ସହ ରୁଷିଆ ବୁଲିବାକୁ ଯାଇଥିଲେ। ପଠାନ୨୦୧୬ରେ ସଫା ବାଗଙ୍କୁ ବିବାହ କରିଥିଲେ॥ସଫା ବିବାହ ପୂର୍ବରୁ ମଡେଲିଂ କରୁଥିଲେ କିନ୍ତୁ ପଠାନଙ୍କୁ ବିବାହ କରିବା ପରେ ସେ ମଡେଲିଂ ଛାଡିଥିଲେ। ଉଭୟଙ୍କର ଇମ୍ରାନ ପଠାନ ନାମରେ ଏକ ପୁଅ ଅଛି।
ଆଜିକାଲି, ଇରଫାନ ପଠାନ ଏବଂ ତାଙ୍କ ବଡ଼ ଭାଇ ୟୁସୁଫ ପଠାନ କରୋନା ରେ ପୀଡିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

 

Share