ସଲମାନଙ୍କ ଫାର୍ମହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରମାନଙ୍କ ମୃତଦେହ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଦିନକୁ ଦିନ ବିବାଦ ଆହୁରି ବଢ଼ିିବାରେ ଲାଗିଛି। ସଲମାନ କେତନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ମଧ୍ୟ ଦାଖଲ କରିଛନ୍ତି, ଯାହାର ଶୁଣାଣି କୋର୍ଟରେ ଚାଲିଛି। କେତନ ଜଣେ ଏନ୍‌ଆରଆଇ ସେ ବର୍ତ୍ତମାନ ସଲମାନଙ୍କ ପାନଭେଲସ୍ଥିତ ଫାର୍ମହାଉସ ନିକଟରେ ରୁହନ୍ତି। ସେ ସଲମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ସଲମାନଙ୍କ ଫାର୍ମହାଉସରେ ଅନେକ କଳାକାରମାନଙ୍କ ମୃତଦେହ ପୋତା ଯାଇଛି । ଫାର୍ମହାଉସରେ ହେଉଥିବା ପାର୍ଟିକୁ ଅନେକ କଳାକାରମାନେ ଆସନ୍ତି, ସେହି କଳାକାରମାନଙ୍କୁ ସେଠାରେ ହତ୍ୟା କରି ସେମାନଙ୍କ ମୃତଦେହକୁ କବର ଦିଆଯାଇଛି। ଖାଲି ଏତିକି ନୁହେଁ, ସଲମାନ ମଧ୍ୟ ତାଙ୍କ ଫାର୍ମହାଉସରୁ ପିଲାମାନଙ୍କୁ ଚୋରାଚାଲାଣ କରନ୍ତି। ସଲମାନଙ୍କ ପକ୍ଷରୁ ତାଙ୍କ ଓକିଲ ପ୍ରତିକ୍ରିୟାଦେଇ କହିଛନ୍ତି, ବିନା କୌଣସି ପ୍ରମାଣରେ ଏ ସବୁ ଭିତ୍ତିହୀନ।

Share