ନିଲାମ ଖଣିରେ ବେଆଇନ କାର୍ଯ୍ୟ

ନୟାଗଡ଼ ଅଫିସ,୨୮।୩:ଗଣିଆ ତହସିଲକୁ ଛାଡ଼ିଦେଲେ ନୟାଗଡ଼ ଜିଲାର ୭ ତହସିଲର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁଗୁନି ପଥର ଖଣିର ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି। ନିଲାମ ଖଣିରେ ବେଆଇନ ଖନନ ବଢ଼ି ଚାଲଥିଲେ ମଧ୍ୟ ଧରପଗଡ଼ର ଭୟ ନ ଥିବାରୁ ନିଲାମଧାରୀ ଅବାଧରେ ବେନିୟମ କାର୍ଯ୍ୟ କରି ଭଲ ରୋଜଗାର କରୁଛନ୍ତି । ଅଭିଯୋଗ, ପ୍ରତିବାଦ କଲେ ସୁଫଳ ମିଳୁନି । ଅଧିକାଂଶ ସମୟରେ ଜିଲାପାଳ ଓ ଉପଜିଲାପାଳଙ୍କ ଚଢ଼ାଉ ଭୟ ସୃଷ୍ଟି କରିଥିଲା । ତେବେ କିଛିଦିନ ଧରି ଜିଲାପାଳ ଓ ଉପଜିଲାପାଳଙ୍କ ଅଚାନକ ଧରପଗଡ଼ ବନ୍ଦ ହୋଇ ଯାଇଥିବାରୁ ଏହି ସୁଯୋଗରେ ନିଲାମଧାରୀମାନେ ଭଲ ଫାଇଦା ଉଠାଉଛନ୍ତି ।
ଅଭିଯୋଗ ଅନୁଯାୟୀ, ଜିଲାର ରଣପୁର ତହସିଲରେ ୧୩ ପଥର ଖଣି ନିଲାମ ହୋଇଥିବାବେଳେ ଖଣ୍ଡପଡ଼ା ତହସିଲର ୧୦ ଖଣି ନିଲାମ ହୋଇଛି। ସେହିଭଳି ଭାପୁରରେ ୫, ଦଶପଲ୍ଲାରେ ୫, ନୟାଗଡ଼ରେ ୭, ନୂଆଗଁାରେ ୨, ଓଡ଼ଗଁାରେ ୪ ପଥର ଖଣି ନିଲାମ ହୋଇଛି। ଗଣିଆ ବ୍ଲକରେ ଆଦୌ ଖଣି ନିଲାମ ଦିଆଯାଇନାହିଁ । ଅଧିକାଂଶ ନିଲାମଧାରୀ ଲିଜ୍‌ ସ୍ଥାନକୁ ଛାଡ଼ି ଅନ୍ୟତ୍ର ଖଣି ଖନନ କରୁଥିବା ଅଭିଯୋଗ ହୋଇ ଆସୁଛି । ପୁଣି ବାର୍ଷିକ ଟାର୍ଗେଟ କ୍ୟୁବିକ୍‌ ମିଟରକୁ ମାସକରେ ଶେଷ କରି ଦିଆଯାଉଛି। ୩ ମାସରେ ଥରେ ମାପଚୁପ୍‌ କରି ନିଲାମ ଖଣିକୁ ଅପ୍‌ଟେଡ୍‌ କରାଯିବା ପାଇଁ ନିୟମ ରହିଛି । ହେଲେ ମାପଚୁପ୍‌ ଓ ଧରପଗଡ଼ କରା ନ ଯାଇ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅନୁରୂପ ଅଭିଯୋଗ ହୋଇଛି। ସରକାରୀ ଭାବେ ବ୍ଲାଷ୍ଟିଂକୁ ମନା କରାଯାଇଥିବାବେଳେ ସବୁ ଖଣିରେ ତାହା ଚାଲିଛି । ବେଆଇନ ବିସ୍ଫୋରଣ ଓ ଖଣିଖନନ ନେଇ ଅଧିକାଂଶ ସ୍ଥାନରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ହେଲେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନାହିଁ , ଯାହା ଏକାଧିକ ତହସିଲ ଅଞ୍ଚଳରେ ଆନ୍ଦୋଳନର ରୂପ ନେଉଛି ।
ଏନେଇ ରଣପୁରର ରାମଚନ୍ଦ୍ର ସାହୁ କୁହନ୍ତି, ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ଖନନ ଓ ଲିଜ୍‌ରେ ଚାଲିଥିବା ଖଣିରେ ବେଆଇନ ଖନନ ଚାଲିଛି । ତେବେ ଚଢ଼ାଉର ନଁା ଗନ୍ଧ ନାହିଁ। ଚଢ଼ାଉ ନ ଥିବାରୁ ଖଣିଚୋର ଲାଭରେ ରହୁଛନ୍ତି । ଚଢ଼ାଉ ନ ହେବା ପାଇଁ ପ୍ରତି ମାସରେ ହାତଗୁଞ୍ଜା ଦିଆଯାଉଛି । ଏପରି ଅଭିଯୋଗକୁ ଖଣ୍ଡନ କରାଯାଉଥିଲେ ମଧ୍ୟ ହାତଗୁଞ୍ଜା ବ୍ୟବସ୍ଥା ବେଆଇନ କାରବାରକୁ ପ୍ରେତ୍ସାହନ ଦେଉଛି । ଖଣ୍ଡପଡ଼ାର ସୁବ୍ରତ ସାହୁ କୁହନ୍ତି, କିଛି ମାସ ତଳେ ଜିଲାପାଳଙ୍କ ଅଚାନକ ଚଢ଼ାଉ ନିଲାମଧାରୀ ଓ ବେଆଇନ ଖଣି ବ୍ୟବସାୟୀଙ୍କୁ ଭୟଭୀତ କରିଥିଲା। ଏପରି କି କେତେଜଣ ତହସିଲଦାରଙ୍କ ବଦଳି ହୋଇଥିଲା। ଏହାପରେ ଜିଲାପାଳଙ୍କ ଅଚାନକ ଚଢ଼ାଉ ବନ୍ଦ ହୋଇ ଯାଇଥିବାରୁ ନିଲାମଧାରୀ ପୁଣି ତାଙ୍କର ପୁରୁଣା ବ୍ୟବସ୍ଥାରେ ଖଣିଜ ଚୋରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି । ଜିଲାପାଳଙ୍କ ଅଚାନକ ଚଢ଼ାଉ ହେଲେ ଏହାସବୁ କିଛି ମାତ୍ରରେ ପୂର୍ବପରି ହ୍ରାସ ପାଇବ ବୋଲି ସେ ପରାମର୍ଶ ଦେଇଛନ୍ତି। ନୟାଗଡ଼ର ରାଜ କିଶୋର ନାୟକ କୁହନ୍ତି, ପଥରଖଣି ନିଲାମ ହେଲା ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି । ସରକାର ରାଜସ୍ବ ପାଇଲେ ବୋଲି କ’ଣ ବେଆଇନ ଖଣି ଖନନକୁ ପ୍ରଶାସନ ଧରପଗଡ଼ କରିବନି । ବେଆଇନ ଖଣିଖନନ ଯୋଗୁ ସରକାର ରାଜସ୍ବ ହରାଉଛନ୍ତି । ଜିଲାପାଳ ଏ ଦିଗରେ ପୁଣି ଦୃଷ୍ଟି ଦେଇ ଅଚାନକ ଚଢ଼ାଉ କରିବାର ଆବଶ୍ୟକତା ଦେଖା ଦେଇଛି । ଏନେଇ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କୁହନ୍ତି, ବେଆଇନ ଖଣି ଖନନ ନେଇ ଅଭିଯୋଗ ମିଳିଲେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri