Categories: ଜାତୀୟ

ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)କୁ କ୍ଷମତା ପ୍ରଦାନ କରିଛନ୍ତି। ଯେଉଁମାନେ ଆଧାର ଅନ୍ତର୍ଗତ ନୀତି ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଏହି ଜରିମାନା ଲାଗୁ ହେବ।

ଏହି ଆଇନ ପାର୍ଲାମେଣ୍ଟରେ ପାରିତ ହେବାର ପ୍ରାୟ ଦୁଇ ବର୍ଷ ପରେ ଭାରତ ସରକାର ଏହି ନିୟମ ସମ୍ପର୍କିତ ଅଧିସୂଚନା ଜାରି କରିଛନ୍ତି। ସୂଚିତ କରିଛନ୍ତି। ଏହା ଅନ୍ତର୍ଗତ, ୟୁଆଇଡିଏଆଇ ଆଧାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀ ନିଯୁକ୍ତ କରିପାରିବେ। ଏଥିସହ ଦୋଷୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।

ନଭେମ୍ବର ୨ ରେ, ସରକାର ୟୁଆଇଡିଏଆଇର ଜରିମାନା ଅଧିନିୟମ-୨୦୨୧ର ବିଜ୍ଞପ୍ତି ଜାରି କରଛନ୍ତି। ଏହା ଅନୁସାରେ, ୟୁଆଇଡିଏଆଇ ଅଧିନିୟମ କିମ୍ବା ୟୁଆଇଡିଏଆଇର ନିର୍ଦ୍ଦେଶନାମା ପାଳନ ନ କଲେ ଅଭିଯୋଗ କରା ଯାଇପାରିବ। ୟୁଆଇଡିଏଆଇ ଦ୍ୱାରା ନିଯୁକ୍ତ ଅଧିକାରୀ ଏଭଳି ମାମଲାର ବିଚାର କରିବେ। ଦୋଷୀ ସଂସ୍ଥା ଅବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଦଣ୍ଡାଦେଶ କରାଯିବ।

Share