କେଳୁଣୀ ମୁହାଣରୁ ବେଆଇନ ଟ୍ରଲର ଜବତ

କୋଣାର୍କ,୧୬।୧୨(ଡି.ଏନ୍‌.ଏ.):ଅସ୍ତରଙ୍ଗ ଅନ୍ତର୍ଗତ କେଳୁଣୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ଗୁରୁବାର ଅପରାହ୍ନରେ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଏକ ବେଆଇନ ଟ୍ରଲର ଜବତ କରାଯାଇଛି। ଉକ୍ତ ଟ୍ରଲର ନାମ ମହାଲକ୍ଷ୍ମୀ ହୋଇଥିବା ବେଳେ ଏହା ଅସ୍ତରଙ୍ଗ ନୂଆଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ଏଥିସହ କେତେଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ସୂଚନା ଅନୁସାରେ, ବର୍ତ୍ତମାନ ଅଲିଭ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲରଗୁଡିକୁ ବାରଣ କରାଯାଇଥିଲା। ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରତି ଟ୍ରଲର ପିଛା ୭ହଜାର ଟଙ୍କା ଟ୍ରଲର ମାଲିକଙ୍କୁ ଦିଆଯାଇଥାଏ। କିନ୍ତୁ ଟ୍ରଲର ମାଲିକମାନେ ଟଙ୍କା ନେବା ପରେ ବି ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ଦେଖିବାକୁ ମିଳୁଛି। ଫଳରେ ଅସ୍ତରଙ୍ଗ ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୁରୁବାର ଏକ ଟ୍ରଲର ଜବତ କରିବା ସହ ମତ୍ସ୍ୟଜୀବୀଙ୍କୁ ଧରିଛନ୍ତି। ଉକ୍ତ ଟ୍ରଲରକୁ ଆଣି ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନିକଟରେ ରଖାଯାଇ କୋଣାର୍କ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି। ସେପଟେ ସରକାରୀ ଅଧିକାରୀ ଓ ଟ୍ରଲର ମାଲିକଙ୍କ ମଧ୍ୟରେ ସଲାସୁତରା ଥିବାରୁ ଅଲିଭ କଇଁଛ ବଳିପଡୁଛନ୍ତି। ଯାହା କିଛିଦିନ ପରେ ପୁରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଲିଭ କଇଁଛମଙ୍କର ଅଣ୍ଡା ଦେବା ବନ୍ଦକୁ ନେଇ ଚିନ୍ତାରେ ପରିବେଶବିତ। ତେବେ ଜବତ ଟ୍ରଲରରେ ଥିବା ମାଛକୁ ଶୁକ୍ରବାର ନିଲାମ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri