Categories: ଜାତୀୟ

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ କଠୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି କି ଦେବଭୂମି ଉତ୍ତରାଖଣ୍ଡରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଧର୍ମପୀଠକୁ ଏବେ ଧ୍ୱଂସ କରାଯିବ। ଏହା ଉତ୍ତରାଖଣ୍ଡ ଏଠାରେ ଅବୈଧ କବଜା କରିବା ତ ଦୂରର କଥା ଏବେ ଏହାକୁ ନେଇ କେହି ଚିନ୍ତା ବି କରିପାରିବେ ନାହିଁ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୁକ୍ରବାର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସାରା ରାଜ୍ୟରେ ଏଭଳି ୧ ହଜାରରୁ ଅଧିକ ସରକାରୀ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ଅନାବଶ୍ୟକ ଭାବେ ଅବୈଧ କବଜା କରାଯାଇଛି। କିଛି ସ୍ଥାନରେ ଅବୈଧ ଧର୍ମପୀଠ ନିର୍ମାଣ କରାଯାଇଛି ତ କେଉଁଠି ଅନ୍ୟକିଛି ନିର୍ମାଣ କରାଯାଇଛି। ତେଣୁ ଏସବୁକୁ ଖୁବଶୀଘ୍ର ଧ୍ୱଂସ କରି ଦିଆଯିବ।

Share