ବେଆଇନ ବାଲି ଉତ୍ତୋଳନକୁ ବିରୋଧରେ ଜିଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ନିକଟରେ ପ୍ରବାହିତ ବାହୁଦା ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ନଦୀ କୂଳହୁଡ଼ା ଭାଙ୍ଗି ଟ୍ରାକ୍ଟର, ଟିପର୍‌ ଦ୍ୱାରା ବାଲି ଚୋରା ଚାଲାଣ କରାଯାଉଥିବା କାରଣରୁ ବର୍ଷା ଦିନରେ ଗାଁରେ ନଦୀ ବଢ଼ି ପାଣି ପଶିଯିବା ଆଶଙ୍କାରେ ନଦୀରୁ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ନଦୀରୁ ବାଲି ଉତ୍ତୋଳନକୁ ବିରୋଧ କରିବାରୁ ସମ୍ପୃକ୍ତ ବାଲି ମାଫିଆମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଗ୍ରାମବାସୀଙ୍କୁ ଧମକ ଦେଉଛନ୍ତି।ତୁମେ ଯାହାକୁ କହୁଛ କୁହ। ଆମେ ନଦୀରୁ ବାଲି ନେବୁ।ବିରୋଧ କଲେ ଗାଁ ରେ ରଖାଇ ଦେବୁ ନାହିଁ। ଗ୍ରାମବାସୀଙ୍କୁ ଜୀବନରେ ମାରିଦେବୁ କହି ବାଲି ମାଫିଆମାନେ ସଂଘଟିତ ହୋଇ ଧମକ ଦେଉଛନ୍ତି। ଏନେଇ ଗଞ୍ଜାମ ଜିଲାପାଳଙ୍କୁ ଗ୍ରାମବାସୀ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଗ୍ରାମର ପ୍ରମୋଦ କୁମାର ପାଢ଼ୀ,ମିଟୁ ପାଢ଼ୀ, ସଦାନନ୍ଦ ପାଢୀ, ପ୍ରମୋଦ କୁମାର ପାତ୍ର,ମନୋରଞ୍ଜନ ପାଢ଼ୀ,ଶ୍ରୀହରି ପ୍ରଧାନ,ରାଜେଶ କୁମାର ପ୍ରଧାନ ଜଣାଇଛନ୍ତି। ଖଣି ବିଭାଗ ପକ୍ଷରୁ ଲିଜ ହୋଇ ନ ଥିବା ବାଲି ଘାଟରୁ ଜେସିବି ମେସିନ ଦ୍ବାରା ବାଲି ମାଫିଆ ମାନେ ବାଲି ଉତ୍ତୋଳନ କରି ପ୍ରତିଦିନ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର, ଟିପର ଗାଡ଼ି ରେ ବିଭିନ୍ନ ଗ୍ରାମାଞ୍ଚଳ ଓ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରାଯାଉଛି।ଖଣି ବିଭାଗ ଅଧିକାରୀ ଓ ପୋଲିସ ସବୁ ଜାଣି ନିଦା ବିଷ୍ଣୁ ସାଜି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଖଣି ବିଭାଗ ଅଧିକାରୀ ମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଖଣି ବିଭାଗ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri