କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଡିପୋ; ପୋଲିସ, ପ୍ରଶାସନକୁ ହାତ କରି…

ଯାଜପୁର ଅଫିସ,୨୦ା୧: ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଭୂତଳ ଖଣି କାର୍ଯ୍ୟରେ ଏବେ ପ୍ରଚୁର ପରିମାଣରେ ବାଲିର ଆବଶ୍ୟକ ପଡୁଛି। ଏଥିଯୋଗୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ କେତେଜଣ ବିଭାଗୀୟ ଅଧିକାରୀଙ୍କ ସୁରକ୍ଷାରେ ଅଣାୟତ ହୋଇଛି। କାଳିଆପାଣି ଖଣି ଅଞ୍ଚଳର ବିଭିନ୍ନ ଜଙ୍ଗଲ ଜମି ଓ ଓଡ଼ିଶା ଖଣି ନିଗମର ଜମିକୁ ବାଛି ପାହାଡ଼ ଭଳି ବାଲି ଗଦା କରି ରଖିଥିବା ଦେଖିବାକୁ ମିଳୁଛି। ସେଠାରେ ପୋଲିସ, ପ୍ରଶାସନକୁ ହାତ କରି ଏହି ବେଆଇନ କାର୍ଯ୍ୟ ଆଇନ ସଙ୍ଗତ ହେଉଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଖଣିରେ କ୍ରୋମାଇଟ ଉତ୍ତୋଳନ ଅନୁଯାୟୀ ସମ ପରିମାଣର ବାଲିର ଆବଶ୍ୟକ ହେଉଥିବାରୁ ନକଲି କିମ୍ବା ବିନା ଟିପି(ଟ୍ରାନଜିଟ ପାସ୍‌)ରେ ବିଭିନ୍ନ ଖଣିକୁ ବାଲି ପରିବହନ ହେଉଛି। ଢେଙ୍କାନାଳ ଜିଲା ଭୁବନ ବ୍ରାହ୍ମଣୀ ନଦୀରୁ ଦୈନିକ ଏକାଧିକ ଟ୍ରିପ୍‌ ବାଲି ହାଇୱା ଯୋଗେ ବୁହା ଯାଉଥିବାବେଳେ ଦିନକୁ ଗୋଟିଏ ଟ୍ରିପ୍‌ର ରୟାଲଟି ପେପର କାଟି ବାକି ରୟାଲଟି ଅର୍ଥକୁ ଫାଙ୍କି ଦେଉଥିବା ଅଭିଯୋଗ ହେଉଛି। ଟ୍ରକ ମୁଖ୍ୟରାସ୍ତା ଭୁବନଠାରୁ ଭାୟା ମଙ୍ଗଳପୁର ଖଣି ଅଞ୍ଚଳକୁ ଆସିବା ନିୟମ ଥିବାବେଳେ ଓଭର ଲୋଡ଼ ଟ୍ରକ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟତ କରୁଛି ା ଫଳରେ ସେହି ରାସ୍ତା ନଷ୍ଟ ହେବା ସହ ସରୁ ରାସ୍ତା ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦୀର୍ଘଦିନ ଧରି ଏହି ବେଆଇନ କାର୍ଯ୍ୟ ଚାଲୁ ରହିଥିବା ବେଳେ ସମ୍ପୃକ୍ତ ଆରଟିଓ କିମ୍ବା ସୁକିନ୍ଦା ତହସିଲଦାର ଜାଣି ଆଖିବୁଜି ଦେଉଛନ୍ତି। ଏନେଇ ସୁକିନ୍ଦା ତହସିଲଦାର କାବେରୀ ମୁଦୁଲିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଏପରି ବେଆଇନ ଭାବେ ବାଲି ଡିପୋ ହେଉଥିବା ଖବର ନାହିଁ। ଅଭିଯୋଗ ହେଲେ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri