ବେଆଇନ ବେଧଡ଼କ ପଥର ବ୍ଲାଷ୍ଟିଂ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ବୁଡ଼ାଗୁଡା ହାଟ ପଦା ନିକଟରେ ବେଆଇନ ପଥର ବ୍ଲାଷ୍ଟିଂରେ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସଂସ୍ଥାର ଧନ ସମ୍ପତ୍ତି ନଷ୍ଟ ହୋଇଛି।
ପ୍ରକାଶ ଯେ, ସିମନବାଡି ଠାରୁ ବୁଡ଼ାଗୁଡା ଦେଇ ବାଲିଗୁଡାକୁ ସଂଯୋଗୀକରଣ ରାସ୍ତା ସମ୍ପ୍ରସାରଣ ଚାଲିଛି। ପୂର୍ତ୍ତ ବିଭାଗର ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବେଳେ ଏକାଧିକ ସ୍ଥାନରେ ବିଶେଷ କରି ଘାଟି ରାସ୍ତାରେ ବଡ଼ ବଡ଼ ପଥରଗୁଡିକୁ ହଟାଇବା ପାଇଁ କାର୍ଯ୍ୟ ଚାଲୁଥିବାବେଳେ ଠିକା ସଂସ୍ଥା ପକ୍ଷରୁ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି। ଏଭଳି ସୋମବାର ସଂଧ୍ୟାରେ ବୁଡ଼ାଗୁଡାର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଦୁଇଟି ସ୍ଥାନରେ ପଥର ବ୍ଲାଷ୍ଟିଂ କରାଯାଇଥିଲା ଫଳରେ ବ୍ଲାଷ୍ଟିଂର ଶବ୍ଦ ଏତେ ଜୋରରେ ଥିଲାଯେ ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଛନ୍ତି। ଏବଂ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ପଥର ଗୁଡିକ ବିଞ୍ଚି ହୋଇ ପଡିବାରୁ ଏକାଧିକ ଲୋକଙ୍କ ଚାଷ ଜମି, କଦଳୀ ପାଇପ ଲାଇନ ଫାଟିବା ସହ ଖେଳ ପଡିଆରେ ଖଣ୍ଡ ବିଖଣ୍ଡିତ ପଥରଗୁଡିକ ବିଞ୍ଚି ହୋଇ ପଡିଛି ସେହିପରି ଅଙ୍ଗନବାଡିର ନବ ନିର୍ମିତ୍ତ ପାଚେରୀ ନଷ୍ଟ ହୋଇଯାଇଛିି ସେ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ସେପଟେ ଘଟଣା କୁ ନେଇ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫ କହିଛନ୍ତି । ଯେ ଯେଉଁମାନେ ଏହି ବ୍ଲାଷ୍ଟିଂ କରାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର।