ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା

ଯାଜପୁର ଅଫିସ/ଧର୍ମଶାଳା/ ଜେନାପୁର(ଡି.ଏନ.ଏ.)୫।୧୦: ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନରେ ଗତ ସପ୍ତାହ ମଧ୍ୟରେ ୨ ଜଣ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରିଆ ଗ୍ରାମର ମୃତ ଶ୍ରମିକ ମଦନ ବାର୍ଲାଙ୍କ ମୃତଦେହକୁ ବିଛାଖଣ୍ଡି ନିକଟ ଏକ କାଜୁ ବଗିଚାରେ ପୋଡ଼ି ଦେଇଛନ୍ତି। ଅନ୍ୟ ଆହତ ଶ୍ରମିକ ହିମାଂଶୁ ମଲ୍ଲିକ ଚିକିତ୍ସାଧୀନ ଅଛନ୍ତି। ଜେନାପୁର ଥାନା ପୋଲିସ ଏହି ଘଟଣା ସଂକ୍ରାନ୍ତରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିଜ ତରଫରୁ ଏକ ମାମଲା (ନଂ ୩୧୮/୨୬ା୯ା୨୦୨୦) ରୁଜୁ କରି ଆଇପିସି ଦଫା ୨୮୭/୩/୩୩୭/୩୦୪(ଏ)/୨୦୧/୧୭୬/୩୭୯/୫୧୧/୩୪ ଏବଂ ୨୧ ଏମଏମଡିଆର ଆକ୍ଟ ଅନୁଯାୟୀ ବେଆଇନ ପଥର ଖାଦାନର ମାଲିକ ଅଞ୍ଚଳ ପ୍ରଧାନଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଏଯାଏ ଗିରଫ କରାଯାଇପାରିନାହିଁ। ଅନ୍ୟପକ୍ଷେ ଗତ ୨୨ ତାରିଖ ଅପରାହ୍ନରେ କୁସୁନପୁର ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ପଡି ମୁରାରିପୁର ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ରହସ୍ୟ ଏଯାଏ ପର୍ଦ୍ଦାଫାଶ ହୋଇ ପାରିନାହିଁ। ଏହି ମୃତ୍ୟୁ ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଚପାଇ ଦିଆଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୬ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଗମ୍ଭାରିଆ ଗ୍ରାମର ଶ୍ରମିକ ମଦନ ବାର୍ଲା ଓ ହିମାଂଶୁ ମଲ୍ଲିକ ବିଛାଖଣ୍ଡିର ଏକ ବେଆଇନ ପଥର ଖାଦାନରେ ଡ୍ରିଲିଂ କାର୍ଯ୍ୟରେ ନିୟୋଜିତ ଥିଲେ। ଅଭିଯୁକ୍ତ ଧର୍ମଶାଳା ବ୍ଲକ ଏଣ୍ଡଲବା ପଞ୍ଚାୟତ ରାଧାକାନ୍ତପୁର ଗ୍ରାମର ଅଞ୍ଚଳ ପ୍ରଧାନ ଏହି ଶ୍ରମିକମାନଙ୍କୁ ନିୟୋଜିତ କରିଥିଲେ। ଏହି ସମୟରେ ପାହାଡ ଉପରୁ ଏକ ବଡ ପଥର ଉଭୟ ଶ୍ରମିକଙ୍କ ଦେହରେ ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବାଟରେ ମଦନଙ୍କ ମୃତ୍ୟୁ ହୋଇଥିଲା। ଫଳରେ ମଦନଙ୍କ ମୃତଦେହକୁ ଫେରାଇ ଆଣି ବିଛାଖଣ୍ଡି ପାହାଡ଼ ନିକଟ ଏକ କାଜୁ ଜଙ୍ଗଲରେ ପୋଡ଼ି ଦିଆଯାଇଥିଲା। ଘଟଣାର ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଯାଇ ମଦନଙ୍କ ପରିବାରବର୍ଗ କିମ୍ବା ପୋଲିସକୁ କୌଣସି ସୂଚନା ଦିଆଯାଇ ନ ଥିଲା। ଜେନାପୁର ଥାନା ପୋଲିସ ଏନେଇ ତଦନ୍ତ କରିବା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହେଲେ ଗତ ୫ ବର୍ଷ ମଧ୍ୟରେ ବେଆଇନ ଖାଦାନଗୁଡ଼ିକରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହେଲାଣି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ସେନେଇ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ବିଛାଖଣ୍ଡି ପାହାଡ଼ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜେନାପୁର ଆଇଆଇସି ଆଶିଷ କୁମାର ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri