ହଟୁନି ଜବରଦଖଲ, ଚାଲିଛି ବେଆଇନ ପାର୍କିଂ

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ହଟାଇବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉଚ୍ଚ ନ୍ୟାୟାଳୟ ମଧ୍ୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ଏଭଳି ସ୍ଥଳେ ପ୍ରଶାସନ ସମ୍ପୃକ୍ତ ଜବରଦଖଲକୁ ଉଚ୍ଛେଦ କରିବା ବଦଳରେ ହାତ ବାନ୍ଧି ବସିଛି। ଅନ୍ୟପଟେ ଉକ୍ତ ରାସ୍ତାରେ ଗାଡ଼ି ମୋଟର ବେଆଇନ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ୁଛି। ଏହାର ପ୍ରତିବାଦରେ ସ୍ଥାନୀୟ ସଚେତନ ଯୁବକମାନେ ଶୁକ୍ରବାର ବାଇକ୍‌ ରଖି ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଏଣିକି ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଯୁବକମାନେ ରାସ୍ତା ଅବରୋଧରୁ ହଟିଥିଲେ।
ପ୍ରକାଶ ଯେ, ବରଗଡ଼ ସହର ଲେଙ୍ଗୁ ମିଶ୍ର-ଜିରା ବ୍ରିଜ୍‌ ଦେଇ ଯାଇଥିବା ରାସ୍ତା ଅମ୍ବାପାଲି ଏବଂ ବଲାଙ୍ଗୀର ରାସ୍ତାକୁ ସଂଯୋଗ କରୁଛି। ଫଳରେ ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି। ତେବେ ଉକ୍ତ ରାସ୍ତା ଜବରଦଖଲ ଯୋଗୁ ଦିନକୁ ଦିନ ସଙ୍କୁଚିତ ହୋଇ ପଡ଼ୁଛି ଏବଂ ଟ୍ରାଫିକ ସମସ୍ୟା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଫଳରେ ଉକ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘଦିନର ଦାବି ରହିଛି। କିନ୍ତୁ ପ୍ରଶାସନ ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ କରୁନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସହରବାସୀଙ୍କ ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଘଟଣାଟି ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟ ମଧ୍ୟ ବର୍ଷକ ମଧ୍ୟରେ ୨ଥର ଉଚ୍ଛେଦ ସପକ୍ଷରେ ରାୟ ଦେଇସାରିଛନ୍ତି। ତଥାପି ପ୍ରଶାସନ ହାତ ବାନ୍ଧି ବସିଥିବାବେଳେ ରାସ୍ତା ଉପରେ ବେଆଇନ ପାର୍କିଂ ଜନ ଅସନ୍ତୋଷକୁ ତୀବ୍ର କରିବାରେ ଲାଗିଛି।
ଲେଙ୍ଗୁ ମିଶ୍ର ଛକ-ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦକୁ ନେଇ ନୀରବ ଦ୍ରଷ୍ଟା ସାଜିଥିବା ପ୍ରଶାସନ ଗୁରୁବାର ଜିରା ନଦୀ କୂଳ ଅମ୍ବାପାଲିର ସରକାରୀ ଜମିରେ ନିର୍ମିତ ୨ବୃଦ୍ଧାଙ୍କ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ଲେଙ୍ଗୁ ମିଶ୍ର ଛକ-ଜିରା ବ୍ରିଜ୍‌ ରାସ୍ତା ଜବରଦଖଲରେ ବହୁ ପ୍ରତିପତ୍ତିଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପ୍ରଶାସନ ସେଠାରେ ନିର୍ମିତ କୋଠାବାଡ଼ିକୁ ଉଚ୍ଛେଦ କରୁନାହିଁ। ଅନ୍ୟପଟେ ଗରିବ ବୃଦ୍ଧାଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିବା ପାଇଁ ଆଗେଇ ଆସିବା ଘଟଣାକୁ ମଧ୍ୟ ସହରବାସୀଙ୍କୁ ଚକିତ କରିଛି। ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ଆଭିମୁଖ୍ୟ ନେଇ ବରଗଡ଼ ପ୍ରଶାସନକୁ ସୋସିଆଲ ମିଡ଼ିଆରେ ସମାଲୋଚନା କରାଯିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri