ହଟୁନି ଜବରଦଖଲ, ଚାଲିଛି ବେଆଇନ ପାର୍କିଂ

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ହଟାଇବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉଚ୍ଚ ନ୍ୟାୟାଳୟ ମଧ୍ୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ଏଭଳି ସ୍ଥଳେ ପ୍ରଶାସନ ସମ୍ପୃକ୍ତ ଜବରଦଖଲକୁ ଉଚ୍ଛେଦ କରିବା ବଦଳରେ ହାତ ବାନ୍ଧି ବସିଛି। ଅନ୍ୟପଟେ ଉକ୍ତ ରାସ୍ତାରେ ଗାଡ଼ି ମୋଟର ବେଆଇନ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ୁଛି। ଏହାର ପ୍ରତିବାଦରେ ସ୍ଥାନୀୟ ସଚେତନ ଯୁବକମାନେ ଶୁକ୍ରବାର ବାଇକ୍‌ ରଖି ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଏଣିକି ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଯୁବକମାନେ ରାସ୍ତା ଅବରୋଧରୁ ହଟିଥିଲେ।
ପ୍ରକାଶ ଯେ, ବରଗଡ଼ ସହର ଲେଙ୍ଗୁ ମିଶ୍ର-ଜିରା ବ୍ରିଜ୍‌ ଦେଇ ଯାଇଥିବା ରାସ୍ତା ଅମ୍ବାପାଲି ଏବଂ ବଲାଙ୍ଗୀର ରାସ୍ତାକୁ ସଂଯୋଗ କରୁଛି। ଫଳରେ ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି। ତେବେ ଉକ୍ତ ରାସ୍ତା ଜବରଦଖଲ ଯୋଗୁ ଦିନକୁ ଦିନ ସଙ୍କୁଚିତ ହୋଇ ପଡ଼ୁଛି ଏବଂ ଟ୍ରାଫିକ ସମସ୍ୟା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଫଳରେ ଉକ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘଦିନର ଦାବି ରହିଛି। କିନ୍ତୁ ପ୍ରଶାସନ ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ କରୁନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସହରବାସୀଙ୍କ ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଘଟଣାଟି ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟ ମଧ୍ୟ ବର୍ଷକ ମଧ୍ୟରେ ୨ଥର ଉଚ୍ଛେଦ ସପକ୍ଷରେ ରାୟ ଦେଇସାରିଛନ୍ତି। ତଥାପି ପ୍ରଶାସନ ହାତ ବାନ୍ଧି ବସିଥିବାବେଳେ ରାସ୍ତା ଉପରେ ବେଆଇନ ପାର୍କିଂ ଜନ ଅସନ୍ତୋଷକୁ ତୀବ୍ର କରିବାରେ ଲାଗିଛି।
ଲେଙ୍ଗୁ ମିଶ୍ର ଛକ-ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦକୁ ନେଇ ନୀରବ ଦ୍ରଷ୍ଟା ସାଜିଥିବା ପ୍ରଶାସନ ଗୁରୁବାର ଜିରା ନଦୀ କୂଳ ଅମ୍ବାପାଲିର ସରକାରୀ ଜମିରେ ନିର୍ମିତ ୨ବୃଦ୍ଧାଙ୍କ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ଲେଙ୍ଗୁ ମିଶ୍ର ଛକ-ଜିରା ବ୍ରିଜ୍‌ ରାସ୍ତା ଜବରଦଖଲରେ ବହୁ ପ୍ରତିପତ୍ତିଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପ୍ରଶାସନ ସେଠାରେ ନିର୍ମିତ କୋଠାବାଡ଼ିକୁ ଉଚ୍ଛେଦ କରୁନାହିଁ। ଅନ୍ୟପଟେ ଗରିବ ବୃଦ୍ଧାଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିବା ପାଇଁ ଆଗେଇ ଆସିବା ଘଟଣାକୁ ମଧ୍ୟ ସହରବାସୀଙ୍କୁ ଚକିତ କରିଛି। ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ଆଭିମୁଖ୍ୟ ନେଇ ବରଗଡ଼ ପ୍ରଶାସନକୁ ସୋସିଆଲ ମିଡ଼ିଆରେ ସମାଲୋଚନା କରାଯିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri