ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଫି

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): କୋଣାର୍କସ୍ଥିତ ରାମଚଣ୍ଡୀ ପୀଠକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ପର୍ଯ୍ୟଟକଙ୍କୁ ଦର୍ଶନ ଓ ପାର୍କିଂ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ପୀଠ ରାସ୍ତା ଦୁଇପାର୍ଶ୍ୱ, ରାମଚଣ୍ଡୀ ଥାନା ପାର୍ଶ୍ୱ ମୋରମ ପାକର୍ିଂ ପର୍ଯ୍ୟନ୍ତ ପୃଥକ ଭାବେ ଫି ଆଦାୟ ଚାଲିଛି। ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ମୁଣ୍ଡପିଛା ୧୦ଟଙ୍କା, ରାମଚଣ୍ଡୀରେ ବାଇକ ପାକର୍ିଂ ପାଇଁ ୧୦, କାର୍‌ ପାର୍କିଂ ୩୦ଟଙ୍କା, ଛୋଟ ଓ ବଡ ବସ୍‌ ପାଇଁ ଯଥାକ୍ରମେ ୫୦ ଓ ୧୦୦ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କଠାରୁ ଆଦାୟ ହେଉଛି। ରାମଚଣ୍ଡୀରେ ମୁଖ୍ୟ ପାକର୍ିଂ ନିମନ୍ତେ ୫ଲକ୍ଷ ୧୬ ହଜାର ଟଙ୍କା ୪ମାସ ପାଇଁ ଟେଣ୍ଡର ଦିଆଯାଇଛି। ହେଲେ ଏହାକୁ ବାଦ ଦେଲେ ଅନ୍ୟ କୌଣସି ଟେଣ୍ଡର ନ ହୋଇ ମଧ୍ୟ ବେଆଇନ ଫି ଆଦାୟ ହେଉଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ଏଠାରେ ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥା ସମସ୍ୟା ଦେଖାଦେଇଛି। ପୀଠ ଚତୁଃପାର୍ଶ୍ୱ ଆବର୍ଜନାମୟ ହୋଇପଡିଛି। ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି, ପାର୍କିଂ ପାଇଁ ଗୋଟିଏ ଟେଣ୍ଡର ହୋଇଛି। ଥାନା ପାଖରୁ ପାକର୍ିଂ ଫି ଆଦାୟ ନ କରିବା ପାଇଁ ଆଇଆଇସିଙ୍କୁ ସୂଚନା ଦିଆଯାଇଥିବା କହିଥିଲେ। ସେହିଭଳି ରାମଚଣ୍ଡୀ ଥାନାଧିକାରୀ ଶରତ କୁମାର ନାୟକ କୁହନ୍ତି, ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାର ଟେଣ୍ଡର କରାଯାଇ ପାର୍କିଂ ଫି ଆଦାୟ ହେଉଛି। ଏଭଳି ଦୋମୁହଁା ନୀତିକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।