ହଦଗଡ଼ ଅଭୟାରଣ୍ୟ ନିକଟରୁ ବେଆଇନ ଖନନ ପ୍ରସଙ୍ଗ: ଏନ୍‌ଜିଟିରେ ଦାଖଲ ହେଲା ତଦନ୍ତ ରିପୋର୍ଟ

କେନ୍ଦୁଝର,୧୮ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ କଣ୍ଟିଆପାଳ ମୌଜାରେ ବେଆଇନ ପଥର କ୍ୱାରୀକୁ ନେଇ ଏନ୍‌ଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ ରୋକିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଜିଲାପାଳଙ୍କ ନେଇ ଗଠିତ ଟିମ୍‌ ତଦନ୍ତ କରି ଗତ ବୁଧବାର ରିପୋର୍ଟ ଦାଖଲ କରିଥିଲା। ବିରକିଶୋର ଦାସ ଏବଂ ଅନ୍ୟମାନେ ଏହି ମାମଲା ରାଜ୍ୟ ସରକାର ଓ ଅନ୍ୟମାନଙ୍କ ବିରୋଧରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ କେସ କରିଥିଲେ।
ମାମଲା ରୁଜୁ କରି ଏନଜିଟି ଏହାର ଯୁଗ୍ମ ତଦନ୍ତ କରିବା ପାଇଁ ଜିଲାପାଳଙ୍କୁ ଆଦେଶ କରିଥିଲେ। ତଦନ୍ତ କମିଟିରେ ଜିଲାପାଳଙ୍କ ସମେତ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଡିଏଫଓ, ଯୁଗ୍ମ ନିର୍ଦ୍ଦେଶକ, ଭୂତତ୍ତ୍ୱ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଗତ ନଭେମ୍ବର ୧୪ରେ ଗସ୍ତ କରି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଓଏମ ନଂ. ୫୫୩/୨୦୨୨ରେ ଏହି ମାମଲା ହୋଇ ତଦନ୍ତ ବେଳେ ଖଣିର କଣ୍ଟିପାଳ ମୌଜାର ପ୍ଲଟ୍‌ ମୁଖ୍ୟ ପିଟ୍‌ ପ୍ଲଟ ନଂ .୨୪୨୫ ଖାତା ନଂ. ୮୬୩ରେ ସମୁଦାୟ ୪୧.୪୫ ଏକର ପରିମିତ ଜମିରେ ରହିଛି। ସମୁଦାୟ ୩ଟି ମାଇନିଂ ପିଟ ରହିଥିବାବେଳେ ସମୁଦାୟ ଏରିଆ ୦.୯୩ ହେକ୍ଟର ରହିଛି। ସେହିପରି ଉକ୍ତ ପ୍ଲଟ୍‌ରେ ଅନେକ ଛୋଟ ଛୋଟ କ୍ୱାରୀ ମଧ୍ୟ ରହିଛି। ମୁଖ୍ୟ ମାଇନିଂ ପିଟ୍‌ ଗୁଡ଼ିକ ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାରୁ ୧.୨୬ କିଲୋମିଟର ଦୂରରେ ରହିଥିବାବେଳେ ପ୍ରସ୍ତାବିତ ଇକୋ ସେନସିଟିଭ ଜୋନ ବା ପରିବେଶ ସମ୍ବେଦନଶୀଳ ଜୋନ୍‌ ସୀମାରୁ ୦.୭୬ କିଲୋମିଟର ଏବଂ ପ୍ରସ୍ତାବିତ ବ୍ୟାଘ୍ର କରିଡର ସୀମାଠାରୁ ପ୍ରାୟ ୧.୧୮ କିଲୋମିଟର ଦୂରରେ ରହିଛି। ଏହି ପଥର କ୍ୱାରୀ ୧୯୯୦ ରୁ ୨୦୧୪-୧୫ ପର୍ଯ୍ୟନ୍ତ ଲିଜ ରହିଥିବା ଉଲ୍ଲେଖ ରହିଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ ରୋକିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ ସେଠାରେ କୌଣସି ବେଆଇନ ଖଣି କାର୍ଯ୍ୟ ହୋଇ ନ ଥିବା ଆନନ୍ଦପୁର ତହସିଲଦାର କମିଟି ଆଗରେ ଜଣାଇଥିଲେ। ବନ ବିଭାଗ ଉକ୍ତ ସ୍ଥାନର ମୂର୍ତ୍ତିକା ଏବଂ ଆଦ୍ରତା ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?