Odisha Elections 2024

ହଦଗଡ଼ ଅଭୟାରଣ୍ୟ ନିକଟରୁ ବେଆଇନ ଖନନ ପ୍ରସଙ୍ଗ: ଏନ୍‌ଜିଟିରେ ଦାଖଲ ହେଲା ତଦନ୍ତ ରିପୋର୍ଟ

କେନ୍ଦୁଝର,୧୮ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ କଣ୍ଟିଆପାଳ ମୌଜାରେ ବେଆଇନ ପଥର କ୍ୱାରୀକୁ ନେଇ ଏନ୍‌ଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ ରୋକିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଜିଲାପାଳଙ୍କ ନେଇ ଗଠିତ ଟିମ୍‌ ତଦନ୍ତ କରି ଗତ ବୁଧବାର ରିପୋର୍ଟ ଦାଖଲ କରିଥିଲା। ବିରକିଶୋର ଦାସ ଏବଂ ଅନ୍ୟମାନେ ଏହି ମାମଲା ରାଜ୍ୟ ସରକାର ଓ ଅନ୍ୟମାନଙ୍କ ବିରୋଧରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ କେସ କରିଥିଲେ।
ମାମଲା ରୁଜୁ କରି ଏନଜିଟି ଏହାର ଯୁଗ୍ମ ତଦନ୍ତ କରିବା ପାଇଁ ଜିଲାପାଳଙ୍କୁ ଆଦେଶ କରିଥିଲେ। ତଦନ୍ତ କମିଟିରେ ଜିଲାପାଳଙ୍କ ସମେତ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଡିଏଫଓ, ଯୁଗ୍ମ ନିର୍ଦ୍ଦେଶକ, ଭୂତତ୍ତ୍ୱ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଗତ ନଭେମ୍ବର ୧୪ରେ ଗସ୍ତ କରି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଓଏମ ନଂ. ୫୫୩/୨୦୨୨ରେ ଏହି ମାମଲା ହୋଇ ତଦନ୍ତ ବେଳେ ଖଣିର କଣ୍ଟିପାଳ ମୌଜାର ପ୍ଲଟ୍‌ ମୁଖ୍ୟ ପିଟ୍‌ ପ୍ଲଟ ନଂ .୨୪୨୫ ଖାତା ନଂ. ୮୬୩ରେ ସମୁଦାୟ ୪୧.୪୫ ଏକର ପରିମିତ ଜମିରେ ରହିଛି। ସମୁଦାୟ ୩ଟି ମାଇନିଂ ପିଟ ରହିଥିବାବେଳେ ସମୁଦାୟ ଏରିଆ ୦.୯୩ ହେକ୍ଟର ରହିଛି। ସେହିପରି ଉକ୍ତ ପ୍ଲଟ୍‌ରେ ଅନେକ ଛୋଟ ଛୋଟ କ୍ୱାରୀ ମଧ୍ୟ ରହିଛି। ମୁଖ୍ୟ ମାଇନିଂ ପିଟ୍‌ ଗୁଡ଼ିକ ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାରୁ ୧.୨୬ କିଲୋମିଟର ଦୂରରେ ରହିଥିବାବେଳେ ପ୍ରସ୍ତାବିତ ଇକୋ ସେନସିଟିଭ ଜୋନ ବା ପରିବେଶ ସମ୍ବେଦନଶୀଳ ଜୋନ୍‌ ସୀମାରୁ ୦.୭୬ କିଲୋମିଟର ଏବଂ ପ୍ରସ୍ତାବିତ ବ୍ୟାଘ୍ର କରିଡର ସୀମାଠାରୁ ପ୍ରାୟ ୧.୧୮ କିଲୋମିଟର ଦୂରରେ ରହିଛି। ଏହି ପଥର କ୍ୱାରୀ ୧୯୯୦ ରୁ ୨୦୧୪-୧୫ ପର୍ଯ୍ୟନ୍ତ ଲିଜ ରହିଥିବା ଉଲ୍ଲେଖ ରହିଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ ରୋକିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ ସେଠାରେ କୌଣସି ବେଆଇନ ଖଣି କାର୍ଯ୍ୟ ହୋଇ ନ ଥିବା ଆନନ୍ଦପୁର ତହସିଲଦାର କମିଟି ଆଗରେ ଜଣାଇଥିଲେ। ବନ ବିଭାଗ ଉକ୍ତ ସ୍ଥାନର ମୂର୍ତ୍ତିକା ଏବଂ ଆଦ୍ରତା ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri