ମୁଣ୍ଡଳମୁଣି ପାହାଡ଼ରେ ବେଆଇନ ଖନନ

ନୟାଗଡ଼,୩୦।୧୧(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକ୍‌ ନୋତ୍ତରସ୍ଥିତ ଆଦର୍ଶ ବିଦ୍ୟାଳୟଠାରୁ ୨୦୦ ମିଟର ଦୂର ମୁଣ୍ଡଳମୁଣି ପାହାଡ଼ରେ ଚାଲିଛି ବେଆଇନ ବ୍ଲାଷ୍ଟିଂ। ଜଣେ ଜିଲା ପରିଷଦ ସଭ୍ୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସହାୟତାରେ ଏହି ବ୍ଲାଷ୍ଟିଂ ଚାଲିଛି। ନୟାଗଡ଼ ତହସିଲ ଏ ସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି ।
ପାହାଡ଼ରେ ବ୍ଲାଷ୍ଟିଂ, ଜେସିବି ଲଗାଇ ପଥର ଭାଙ୍ଗିବା ସମୟରେ ଜୋରରେ ଶଦ୍ଦ ହେଉଛି । ଏହାଦ୍ୱାରା ଉପରୋକ୍ତ ସ୍କୁଲରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ସେହିପରି ପଥର ଖଣ୍ଡ ମଧ୍ୟ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଛିଟିକି ପଡୁଛି। ଅବଶ୍ୟ ଛାତ୍ରୀଛାତ୍ରଙ୍କ ଉପରେ ପଡିନାହିଁ, ତେବେ କୌଣସି ସମୟରେ ବି ଏହି ପଥରଖଣ୍ଡ ପଡି ଛାତ୍ରୀଛାତ୍ରମାନେ ଆହତ ହୋଇପାରନ୍ତି ବୋଲି ଅଭିଭାବକମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଦିନବେଳା ପଥର ଭଙ୍ଗା ଯାଉଥିବାରୁ ସେହି ଅଞ୍ଚଳ ପ୍ରଦୂଷିତ ହେଉଛିା ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ା
ପରିବେଶବିତ୍‌ ଶ୍ରୀଧର ସାହୁ କୁହନ୍ତି, ମୁଣ୍ଡଳମୁଣି ପାହାଡ଼ କାହାକୁ ଲିଜ୍‌ ଦିଆଯାଇନି । ତେବେ ଜଣେ ଜିଲା ପରିଷଦ ସଭ୍ୟ କିପରି ବେଆଇନ ଭାବେ ପଥରଖନନ କରୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରୁଛି। ପ୍ରଶାସନ ଅବଗତ ଥିଲେ ବି ଜିଲା ପରିଷଦ ସଭ୍ୟଙ୍କ ବେଆଇନ ପଥରଖନନ ଉପରେ ରୋକ୍‌ ଲଗାଇବାକୁ ସାହସ କରିପାରୁନି। ଏଣୁ ମୁଣ୍ଡିଆ ନଷ୍ଟ ହେବା ସହ ସ୍କୁଲ ଆଖପାଖ ପରିବେଶ ନଷ୍ଟ ହେବା ଆରମ୍ଭ କରିଛି। ଜିଲା ପ୍ରଶାସନ ହସ୍ତକ୍ଷେପ କରି ବେଆଇନ ପଥରଖନନକୁ ବନ୍ଦ କରିବା ଦରକାର। ପରିବେଶବିତ୍‌ ବିଭୂତି ଦାଶ କୁହନ୍ତି, ସ୍କୁଲ ପାଖରେ ପାହାଡ଼ ଅଛି ମାନେ ତାକୁ ନଷ୍ଟ ନ କରି ବରଂ ତାର ପୁନରୁଦ୍ଧାର କରିବାର ଆବଶ୍ୟକା ରହିଛି । ଜଣେ ଜିଲା ପରିଷଦ ସଭ୍ୟ ଜଙ୍ଗଲର ସୁରକ୍ଷା ଦିଗରେ କାମ କରିବା ଉଚିତ । ଲୋକ ପ୍ରତିନିଧି ହୋଇ ଜଙ୍ଗଲ ଉଜାଡୁଥିବାରୁ ସାଧାରଣରେ ଅସନ୍ତୋଷ ଓ ଉଦ୍‌ବେଗ ସୃଷ୍ଟି ହେଉଛି । ସ୍କୁଲର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ମୁଣ୍ଡିଆର ବେଆଇନ ଖନନ ବନ୍ଦ ହେବା ଦରକାର। ସାମାଜିକ କର୍ମୀ ଶାନ୍ତନୁ ବିଶୋଇ କୁହନ୍ତି, କ୍ଷମତାର ଅପବ୍ୟବହାର ଠିକ୍‌ ନୁହେଁ। ଜିଲା ପରିଷଦ ସଭ୍ୟ ଛାତ୍ରୀଛାତ୍ର, ସ୍କୁଲକୁ ଦେଖି ବେଆଇନ ଖନନ ବନ୍ଦ କରିବା ଉଚିତ। ନଚେତ୍‌ ସମୟ ଆସିବ ଜିଲା ପରିଷଦ ସଭ୍ୟ ନିଜର ଭୁଲ ସମାଧାନ କରିବାକୁ ସମୟ ପାଇବେନି। ଅନ୍ୟପକ୍ଷେ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri