କନ୍ଧମାଳରୁ ଅନୁଗୋଳ ଗଞ୍ଜେଇ ଚାଲାଣ: କାର ସହ ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୭।୬: ଅବକାରୀ ଗୁଇନ୍ଦା ଯାଞ୍ଚ ବେଳେ ଜବତ ହୋଇଛି ୬୦କେଜିର ଗଞ୍ଜେଇ। ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦେଶରେ ଏକ ଟିମ ଅଙ୍କୁଶପୁର ଛକରେ ଗାଡ଼ି ଚେକିଂ କରିଥିଲା। ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର ଓ୦୨ଇ- ୭୮୬୯ କାରକୁ ଯାଞ୍ଚ ବେଳେ ଟିମ ଅଟାଇଥିଲା। ଯାଞ୍ଚ ବେଳେ ଉକ୍ତ କାରରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଟିମ୍‌ ଉକ୍ତ ଗଞ୍ଜେଇ ଭର୍ତ୍ତି କାର ଜବତ କରିବା ସହ ଚାଲାଣକାରୀଙ୍କୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ଅନୁଗୁଳ ରାଜକିଶୋର ନଗରର ଚିତ୍ତରଞ୍ଜନ ବାଘଙ୍କ ପୁଅ ମନୋଜ ବାଘ(୨୮)। ଅବକାରୀ ଟିମ୍‌ ଉକ୍ତ କାର ଭିତରୁ ୬୦ଟି ପ୍ୟାକେଟ୍‌ରେ ଥିବା ୬୦କେଜି ଗଞ୍ଜେଇ ଜବତ କରିଛି। ମନୋଜ କନ୍ଧମାଳ ଜିଲାରୁ ଗଞ୍ଜେଇ ବେଆଇନ ଭାବେ ଆଣି ବ୍ରହ୍ମପୁର ଦେଇ ଅନୁଗୋଳ ଚାଲାଣ କରୁଥିଲେ ବୋଲି ଅବକାରୀ ଡେପୁଟି ସୁପେରଟେଣ୍ଡେଣ୍ଟ କୁବେର ସେଠୀ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଓ କାରର ମୂଲ୍ୟ ଆନୁମାନିକ ୧୬ଲକ୍ଷ ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ମାମଲା ନମ୍ବର ୧୨୬/୨୩-୨୪ ରେ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ବୁଧବାର ଅପରାହ୍ନ ୨ଟାବେଳେ ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି କାର୍‌କୁ ଗୁଇନ୍ଦା ଟିମ୍‌ ଜବତ କରିଥିଲେ। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ଟିମ ଚାଲାଣକାରୀ ମନୋଜଙ୍କୁ ଗିରଫ କରିଛି। ଟିମ୍‌ରେ ଏସଆଇ ଆଜିତ କୁମାର ନାୟକ ,କନେଷ୍ଟେବଳ କପିଳାଶ ଭତ୍ରା, ବଳରାମ ଜେନା, ସରୋଜ ସ୍ବାଇଁ, ସନ୍ତୋଷ ନାୟକ ଭଗବାନ ହେମ୍ରମ ପ୍ରମୁଖ ସାମିଲ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri