ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ ଥିବାରୁ ସରକାର କ୍ଷତି ସହୁଛନ୍ତି। ୩ ମାସରେ ଥରେ ମାପଚୁପ କରି ଅପଡେଟ୍‌ କରାଯିବାକୁ ନିୟମ ରହିଛି। କିନ୍ତୁ ମାପଚୁପ ଓ ଧରପଗଡ଼ କରା ନ ଯାଇ ଅନୁକମ୍ପା ଦେଖାଯାଉଛି। ଥରେ ଲିଜ୍‌ ହୋଇଗଲେ ତଦନ୍ତ ହେଉ ନ ଥିବାରୁ ଖଣିରେ ଅନିୟମିତତା ବଢ଼ୁଛି। ଏଣୁ ଲିଜ୍‌ଧାରୀ ବର୍ଷକୁ ୧୯୮୦ କ୍ୟୁବିକ୍‌ ମିଟର ଧାର୍ଯ୍ୟ ଲକ୍ଷ୍ୟକୁ ୧୫ ଦିନରେ ଶେଷ କରି ଅଧିକ ଖନନ କରି ଲାଭବାନ୍‌ ହେଉଛନ୍ତି। ଅନ୍ୟପକ୍ଷେ ପାହାଡ଼ରେ ବ୍ଲାଷ୍ଟିଂ ସମୟରେ ନିକଟବର୍ତ୍ତୀ ଗ୍ରାମର ଘରଗୁଡିକରେ ଲୋକେ ଭୂକମ୍ପ ହେଲା ଭଳି ଅନୁଭବ କରୁଛନ୍ତି। ସରକାରୀ ଭାବେ ବ୍ଲାଷ୍ଟିଂକୁ ମନା କରାଯାଇଥିବାବେଳେ ତାହାକୁ କେହି ମାନୁନାହାନ୍ତି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଶାଖା, ବ୍ରହ୍ମପୁରରୁ ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ରଣପୁର ତହସିଲର କୋଟଗଡ଼ଠାରେ ୨ଟି ଛାଞ୍ଚୁଣିଆ ଓ ଛପାରି ପୋଇଲିମା, ଓଡ଼ଗାଁ ତହସିଲର ଟାଙ୍ଗରା ଓ ଧବଳାଇ କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ସେହିପରି ଖଣ୍ଡପଡ଼ା ତହସିଲର ବରଗଣ୍ଡା, ଦଶପଲ୍ଲା ତହସିଲର ଭାତଗଡ଼, ଡିମିରିତାଡି, ଗୁଣ୍ଠାପାଜୁ ଓ ପୋଇବାଡ଼, ଭାପୁର ତହସିଲର କାଶିଆ ପାହାଡ଼ରେ ୨ଟି ଭୋକିଲାପଡ଼ା, ଗୋପାଳପ୍ରସାଦ ମୁଣ୍ଡିଆ ପ୍ରଭୃତି ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଅନେକ ଲିଜ୍‌ ଖଣିରେ ବେଆଇନ କାର୍ଯ୍ୟକୁ ଲଗାମ ନାହିଁ। ଓଡ଼ଗାଁ ତହସିଲର ପୁଆଣିଆ ନିକଟସ୍ଥ ଟାଙ୍ଗରା ଖଣିକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ୧.୭୫ ଏକରରେ ଖଣି ଖନନ ହେବାକୁ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ସ୍ଥାନକୁ ଛାଡ଼ି ଅନ୍ୟତ୍ର ଖୋଳାଯାଉଥିବା ଅଭିଯୋଗ ହୋଇଆସୁଛି। ସେହିପରି ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ହେବାକୁ ଥିବାବେଳେ ମାସକୁ ୪ରୁ ୫ହଜାର କ୍ୟୁବିକ ମିଟର ଖନନ ହେଉଥିବା ଅଭିଯୋଗ ହେଉଛି। ଏଠାରେ ପୁଣି ବ୍ଲାଷ୍ଟିଂ ହେଉଥିବାରୁ ପୁଆଣିଆ, ଆଙ୍ଗିସିଙ୍ଗି ଅଞ୍ଚଳର କେତେଜଣ ଲୋକ ପ୍ରତିବାଦ କରୁଛନ୍ତି। ହେଲେ ସେମାନଙ୍କର ଅଭିଯୋଗକୁ ଅଣଦେଖା କରାଯାଇଛି। ଏ ନେଇ ପରିବେଶବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ଟାଙ୍ଗରା ପାହାଡ଼ ପରି ଜିଲାର ଅନ୍ୟ ଲିଜ୍‌ ଖଣିରେ ଅନିୟମିତତା ବଢ଼ୁଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ମାପଚୁପ ଓ ଧରପଗଡ଼ ନ ଥିବାରୁ ଲିଜ୍‌ଧାରୀ ଲାଭବାନ୍‌ ହୋଇ ଚାଲିଛନ୍ତି। ପ୍ରଶାସନର ଅନୁକମ୍ପା ପଛର ବିଷୟକୁ ତଦନ୍ତ କରାଗଲେ ସ୍ବଚ୍ଛତା ଧରାପଡ଼ିବ। ଏ ନେଇ ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ପଚାରିବାରେ କୁହନ୍ତି, ସରକାରୀ ନିୟମ ଅନୁସାରେ ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କିଛି ଅନିୟମିତତାର ଅଭିଯୋଗ ଆସୁଛି, ଧରପଗଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?