ବେଆଇନ ବନ୍ଧୁକ କାରବାର: ଦୁର୍ଦ୍ଦାନ୍ତ ଅପରାଧୀ ବାବୁଆ ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୧ା୩(କାର୍ତ୍ତିକ ସାହୁ): ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର କରୁଥିବା ତିନି ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ୧୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି।  ଏଥି ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ମୋଟରସାଇକେଲ ଓ ତିନୋଟି ମୋବାଇଲକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଲାଲ୍‌ବାଗ ଥାନା ସେକ୍‌ ବଜାରର ପ୍ରକାଶ ବେହେରା ଓରଫ ବାବୁଆ (୪୨), ତିର୍ତ୍ତୋଲ ଥାନା ମଙ୍ଗୁଳା ସାହିର ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ (୪୧) ଓ ତିର୍ତ୍ତୋଲ ଥାନା କେଉଳ ଗ୍ରାମର ମିହିର କୁମାର ରାୟ (୩୯)। ଅଭିଯୁକ୍ତମାନେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଓ ଗୁଳିଗୋଳା ଆମଦାନୀ କରୁଥିଲେ। ଆଗାମୀ ଦିନରେ ଏଟିଏମ୍‌ ଟଙ୍କା ପରିବହନ କରୁଥିବା ଯାନରୁ ଟଙ୍କା ଲୁଟ୍‌ ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି l ଏମାନଙ୍କ ନାମରେ କଟକ ଓ ଜଗତସିଂହପୁର ଜିଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି।