Posted inପୁରୀ

ଚିଲିକା ମଝିରୁ ବେଆଇନ ଫାର୍ମ ହାଉସ ଉଚ୍ଛେଦ: ୫ ବର୍ଷ ଧରି ୩୦ ଡିସିମିଲ ଜାଗା ଉପରେ ଠିଆ ହୋଇଥିଲା ୨ ମହଲା କୋଠା

କୃଷ୍ଣପ୍ରସାଦ୧୧।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକ ବିରିପଦର ମଜାର ଚିଲିକା ମଝିରେ ଥିବା ବେଆଇନ ଫାର୍ମ ହାଉସକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଫାର୍ମ ହାଉସ ଦୀର୍ଘ ୫ ବର୍ଷ ଧରି ୩୦ ଡିସିମିଲ ଜାଗା ଉପରେ ଦୁଇ ମହଲାର ଅଟ୍ଟାଳିକା ଠିଆ ହୋଇଥିଲା । ଏହି ବେଆଇନ ଫାର୍ମ ହାଉସ କୃଷ୍ଣପ୍ରସାଦ ବ୍ଳକ ବଡଝାଡ଼ ଗ୍ରାମର ଅକ୍ଷୟ ତରେଇ ନିର୍ମାଣ କରିଥିବା ଜଣାପଡିଛି । ବେଆଇନ ଅଟ୍ଟାଳିକା ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଜେଡି ଛାମୁଆଙ୍କ ଛତ୍ର ଛାୟା ତଳେ ରହିଯାଉଥିଲା । ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଦଳୀୟ ସଭା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ତାହା ସୁରକ୍ଷିତ ଅଞ୍ଚଳ ଥିଲା । ବେଆଇନ ଫାର୍ମ ହାଉସକୁ ଭାଙ୍ଗିବା ପାଇଁ ୨୦୨୨ ଏବଂ ୨୦୨୪ ରେ ଦୁଇଥର କୃଷ୍ଣପ୍ରସାଦ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲେ ମଧ୍ୟ ବେଖାତିର ମନୋଭାବ ପ୍ରଦର୍ଶନ କରୁଥିଲେ। ନୂତନ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜବର ଦଖଲ ଉଚ୍ଛେଦକୁ ସରକାର ହାତକୁ ନେଇଛନ୍ତି । ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିରିପଦର ମୌଜାର ଖାତା ନଂ୨୯, ପ୍ଲଟ ନଂ ୧୦୨ ଉପରେ ଚିଲିକା ମଝିରେ ଗଢ଼ି ଉଠିଥିବା ଜାଆଁଣ ଫାର୍ମ ହାଉସକୁ ଉଚ୍ଛେଦ କରାଯାଇଛି । ୩ ଗୋଟି ବୁଲଡୋଜର ସହିତ କିଛି ଶ୍ରମିକ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଶୃଙ୍ଖଳା ରକ୍ଷା କରିବା ପାଇଁ ୫ ପ୍ଲାଟୁନ ମହିଳା ପୁରୁଷ ପୋଲିସ ଫୋର୍ସ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨ ଜଣ ଡିଏସପି, ୪ ଜଣ ଆରକ୍ଷୀ ନିରୀକ୍ଷକ ଉପସ୍ଥିତ ରହିଛନ୍ତି। ମାଜିଷ୍ଟ୍ରେଟ ଶରତ ଚନ୍ଦ୍ର ଦେହୁରୀ, କୃଷ୍ଣପ୍ରସାଦ ତହସିଲଦାର ବିକାଶ ସେଠୀ, କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଛେଦ କାର୍ଯ୍ୟ ଚାଲିଛି । ଉଚ୍ଛେଦ ସମୟରେ ବାହାରର କୌଣସି ଜନସାଧାରଣଙ୍କୁ ଘଟଣାସ୍ଥଳ ପ୍ରବେଶକୁ ବାରଣ କରାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri