ପାଟଣା,୨୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ ସମୟରେ ତୁରୁମୁଙ୍ଗା ପୋଲିସ ଚଢାଉ କରିଛି। ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ମହୁଲି ପୋଚକୁ ନଷ୍ଟ କରାଯାଇଛି। ଚଢ଼ାଉ ଦେଖି ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର୍ ହୋଇ ଯାଇଥିଲେ। ମଦ ମାଫିଆମାନେ ମାଟି ତଳେ ଗାତ କରି ମହୁଲ ପଚକୁ ରଖିଥିଲେ। ଏଠାରେ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ କରି ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିଲେ। ଚଢ଼ାଉରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ତୁରୁମୁଙ୍ଗା ପୋଲିସ ସାମିଲ କର୍ମଚାରୀ ସାମିଲ ହୋଇଥିଲେ।

