ବେଆଇନ କ୍ରଶର ବଢ଼ାଉଛି ପ୍ରଦୂଷଣ

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ବ୍ୟାସାର୍ଦ୍ଧରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ)ର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ଏହାର ନିୟମ ଉଲ୍ଲଙ୍ଘନ କରି ଘଟଗାଁ ତହସିଲ ଢେଙ୍କିକୋଟ ରାଜସ୍ବ ସର୍କଲ ଅନ୍ତର୍ଗତ ଖଣ୍ଟଘରଠାରେ ଏକ ପଥର ଖଣି ନିକଟରେ ଆଦିବାସୀ ଜମିରେ ଏଆରଏସ୍‌ଏସ୍‌ କମ୍ପାନୀ ଅଧୀନ ଶିବମ କନଡେଭ ନାମକ ସଂସ୍ଥା କ୍ରଶର ପ୍ରତିଷ୍ଠା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିତ୍ବା ବେଳେ ରାଜ୍ୟ ପ୍ରଦୂଷଣ ବୋର୍ଡ ଚିଠି ନଂ ୧୫୨୭, ତା ୧୨.୯.୨୦୨୨ରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।
ଯେ, ଖଣ୍ଟଘର ନିକଟ ଖଜୁରିଜୁଆଣୀଠାରେ ଏନ୍‌ଏଚ ୨୦ର ବକେୟା କାମ ପାଇଁ ଏକ ପଥର ଖଣି ଲିଜ ଦିଆଯାଇଛି । ତେବେ ଏହା ପରିସରରେ ଶିବମ କନଡେଭ ସଂସ୍ଥାର ଏକ କ୍ରଶର ଦୀର୍ଘ ବର୍ଷ ଧରି ଚାଲିଆସୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଜିଲା ପ୍ରଶାସନଠାରୁ ସାଇଟିଂ କ୍ରାଇଟେରିଆ ସାର୍ଟିଫିକେଟ ମିଳି ନ ଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ମଧ୍ୟ ସିଟିଓ ବା କନସେଣ୍ଟ ଟୁ ଅପରେଟ ନ ପାଇ ବେଆଇନ ଭାବେ କ୍ରଶରଟି ଚାଲିଥିବା ଅଭିଯୋଗ ହୋଇଛି। ଏହି କ୍ରଶରଟି ଖଣ୍ଟଘର ମୌଜାର ଖାତା ନଂ ୫୦, ପ୍ଲଟ ନଂ ୩୬୮ର ଏକ ଘରବାଡି କିସମରେ ୨ ଏକର ୯୦ ଡିସିମିଲ ଆଦିବାସୀ ଜମିରେ ପ୍ରତିଷ୍ଠା ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ତେବେ ଏସ୍‌ଇଆଇଏଏ ନିୟମ ଉଲ୍ଲଙ୍ଘନ କରି ଶିବମ କନଡେଭ କରିଥିବା କ୍ରଶରକୁ ପ୍ରଶାସନ କିପରି ଅନୁମତି ଦେଇଛି ତାହାକୁ ନେଇ ପରିବବେଶବିତମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଖଜୁରିଜୁଆଣୀ ପ୍ରଥମ କ୍ୱାରୀରୁ କେତେ ପଥର ଖନନ ହେଲା ଏବଂ ଖଣ୍ଟଘର କ୍ରଶରରେ କେତେ କ୍ରସିଂ କରି ବ୍ୟବହାର କରାଗଲା ତାହାର ମାପଚୁପ କରାଯାଉନାହିଁ। ସଂରକ୍ଷିତ ଜଙ୍ଗଲ ନିକଟରେ କ୍ରଶର ହୋଇଥିବାରୁ ଜଳ ଓ ବାୟୁ ପ୍ରଦୂଷଣ ଯୋଗୁ ଜଙ୍ଗଲ ଜୀବଜନ୍ତୁ ପ୍ରଭାବିତ ହେଉଛନ୍ତି। କ୍ରଶର ଧୂଳିଧୂଆଁ ଉକ୍ତ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଛି। ଖଣି ଖନନ ସମୟରେ ୧୮ ଫୁଟରୁ କମ ଖନନ ହେବାର ନିୟମ ଥିଲେ ହେଁ ଉକ୍ତ ଖଣିରେ ୫୦ ଫୁଟରୁ ଅଧିକ ଖାଲ କରି ପଥର ଖୋଳାଯାଇଛି। ଏହାଫଳରେ ଗୃହପାଳିତ ପ୍ରାଣୀଙ୍କ ସହ ବନ୍ୟପ୍ରାଣୀ ସଙ୍କଟରେ ପଡିଛନ୍ତି। ଲଘୁ ଖଣିଜ ସମ୍ପଦ ଚୋରି ରୋକିବାକୁ ରାଜସ୍ବ ବିଭାଗର ଉପରିସ୍ଥ ଅଧିକାରୀ ନିୟମିତ ଯାଞ୍ଚ କରିବାର ନିର୍ଦ୍ଦେଶ ରହିଥିଲେ ହେଁ ଏହା କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ହେଉଛି। ବିନା ଅନୁମତିରେ କ୍ରଶର ପ୍ରତିଷ୍ଠା ହୋଇଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଏନେଇ ଏଆର୍‌ଏସ୍‌ଏସ୍‌ ସଂସ୍ଥାର ପରିଚାଳକ ନିହାର ଦାସ କହିଛନ୍ତି ଯେ କ୍ରଶର ପ୍ରତିଷ୍ଠାରେ କାୈଣସି ଅନିୟମତତା ହୋଇନାହିଁ । କେନ୍ଦୁଝର ସ୍ଥିତ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି ଏନେଇ ଅଭିଯୋଗ ମିଳିଛି। ଯାଞ୍ଚ କରାଯାଇ ଆଇନଗତ ଭାବରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri